ETV Bharat / state

ସନ୍ଦେହରେ ଘଷିପୁରା, ଭଣ୍ଡାରୀପୋଖରୀରେ ଜିତିବା ନିଶ୍ଚିତ: ନିରଞ୍ଜନ - odisha congress

ଚଳିତ ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏନେଇ ପ୍ରତିକ୍ରିୟା ରଖି ସେ କହିଛନ୍ତି ଘଷିପୁରା ନୁହେଁ ଭଣ୍ଡାରୀପୋଖରୀରେ ତାଙ୍କର ବିଜୟ ହେବ ।

ଫାଇଲ ଫଟୋ
author img

By

Published : May 21, 2019, 10:49 PM IST

Updated : May 22, 2019, 8:16 AM IST

ଭୁବନେଶ୍ବର: ଚଳିତ ନିର୍ବାଚନରେ ଦଳ ସଫଳତା ହାସଲ କରିବ। ଏପରିକି ମୁଁ ମଧ୍ଯ ନିଶ୍ଚିତ ଭାବେ ନିର୍ବାଚନରେ ଜିତିବି। ଏକଜିଟ ପୋଲ ମୋ ବିଷୟରେ ଭୁଲ ଦେଖାଇଛି। 2019 ନିର୍ବାଚନକୁ ନେଇ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଆସିବା ପରେ ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଏ ସମ୍ପର୍କରେ ମତ ରଖି ସେ କହିଛନ୍ତି ନିଜର ଯେ, ସ୍ଥିତି ନେଇ ମୁଁ ନିଶ୍ଚିତ ଅଛି। ଚଳିତଥର ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ନିରଞ୍ଜନ ପଟ୍ଟନାୟକ। ଭଦ୍ରକର ଭଣ୍ଡାରିପୋଖରୀ ଓ କେନ୍ଦୁଝରର ଘଷିପୁରା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ସେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା. ଭୁବନେଶ୍ବର

ଘଷିପୁରା ନିର୍ବାଚନମଣ୍ଡଳୀରେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ପକ୍ଷରୁ ଦିଆଯାଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରି ପ୍ରାର୍ଥୀ ଏଠାରୁ ହୋଇଥିଲେ ସେ। ନିରଞ୍ଜନ ଘଷିପୁରାରେ ଲଢ଼ି ଜିତିକି ଦେଖନ୍ତୁ ବୋଲି ସେତେବେଳେ ବଦ୍ରୀ ତାଙ୍କୁ ଚାଲେଞ୍ଜ କରିଥିଲେ। ହେଲେ ଏବେଠୁ ନିରଞ୍ଜନ କହିଲେଣୀ ଯେ ତାଙ୍କ ପାଇଁ ଏଠାରୁ ନିର୍ବାଚନ ଜିତିବା ତାଙ୍କ ପାଇଁ ସହଜ ହେବ ନାହିଁ। ହେଲେ ଭଣ୍ଡାରିପୋଖରୀରୁ ଜିତିବା ନେଇ ସେ ଆଶାବାଦୀ ଅଛନ୍ତି। ଏହା ନିଶ୍ଚିନ୍ତ ବୋଲି କହିବା ସହ ନିଜ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 22, 2019, 8:16 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.