ଭୁବନେଶ୍ବର: ବିଧାନସଭାକୁ ପ୍ରବେଶ କରିବା ପୂର୍ବରୁ ବିବାଦୀୟ ହୋଇ ପଡିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର। ପୂର୍ତ୍ତ ବିଭାଗରେ କାର୍ଯ୍ୟରତ ଜଣେ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ବିବାଦ ଘେରକୁ ଚାଲି ଯାଇଥିଲେ ସେ । ଧିରେ ଧିରେ ଏହି ଘଟଣା ହଟଚମଟ ସୃଷ୍ଟି କରିବା ପରେ ବିଧାୟକଙ୍କୁ ଗିରଫ କରିବା ପରେ କୋର୍ଟଚାଲଣ କରିଥିଲା ପୋଲିସ।
ପାଟଣାଗଡ ବିଧାୟକଙ୍କ ସମ୍ପର୍କରେ ଗୃହକୁ ଅବଗତ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବଲାଙ୍ଗୀର ଏସପିଙ୍କ ଠାରୁ ଏ ସମ୍ପର୍କିତ ସୂଚନା ପାଇବା ପରେ ବିଧାନସଭାକୁ ଏ ବାବଦରେ ଅବଗତ କରିଛନ୍ତି। ସରୋଜଙ୍କୁ ପାଟଣାଗଡ଼ ପୋଲିସ ଜୁନ 24 ତାରିଖରେ ଗିରଫ କରିଥିଲା। ଏହା ପରେ ପାଟଣାଗଡ ଏଡିଜେଏମ୍ କୋର୍ଟରେ ସରୋଜ ମେହେରଙ୍କୁ ହାଜର କରିଥିଲା। ବିଧାୟକଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ 7 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅସୁସ୍ଥତା କାରଣରୁ ସେ ଏବେ ଚିକିତ୍ସିତ ହେଉଛନ୍ତି। ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ବିଧାନସଭା ଅଧିବସନରେ ଯୋଗ ଦେଇପାରିନାହାନ୍ତି ସେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ