ETV Bharat / state

ରିଲିଫ ସାମଗ୍ରୀ ସହ ପୁରୀରେ ପହଞ୍ଚିଲା ଓରମାସ ଟ୍ରକ - ରିଲିଫ

ବାତ୍ୟା ‘ଫନି’ର ବିଭୀଷିକାରୁ ଲୋକଙ୍କ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ପୁରୀ ଜିଲ୍ଲାରେ ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବ ହୋଇଥିବାରୁ ସହାୟତା ସ୍ବରୂପ ଖାଦ୍ୟ ପୁଡିଆ ସପ୍ଲାଏ ଆରମ୍ଭ କରିଛି ଓରମାସ ଗ୍ରୁପ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 4, 2019, 9:30 PM IST

ଭୁବନେଶ୍ବର: ବାତ୍ୟା ‘ଫନି’ର ବିଭୀଷିକାରୁ ଲୋକଙ୍କ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ସହାୟତାର ହାତ ବଢାଇବା ପାଇଁ ବେଶ୍‌ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ । ତେବେ ପୁରୀ ଜିଲ୍ଲା ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବ ହୋଇଥିବାରୁ ସହାୟତା ସ୍ବରୂପ ଖାଦ୍ୟ ପୁଡିଆ ସପ୍ଲାଏ ଆରମ୍ଭ କରିଛି ଓରମାସ ଗ୍ରୁପ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶନିବାର ସକାଳୁ ଖାଦ୍ୟ ପୁଡିଆ ନେଇ ଭୁବନେଶ୍ବରରୁ ପୁରୀ ଅଭିମୁଖେ ବାହାରିଛି ଟ୍ରକ । ଏହି ଟ୍ରକ ସବୁକୁ ପୁରୀ ଜିଲ୍ଲାପାଳଙ୍କ ପାଖକୁ ପଠାଯାଇଛି । ପରେ ଜିଲ୍ଲା ପ୍ରଶାସନର ସହଯୋଗରେ ଏହାକୁ ପ୍ରଭାବିତ ଲୋକଙ୍କ ପାଖକୁ ଜିଲ୍ଲାପାଳ ପଠାଇବା ନେଇ ସୂଚନା ରହିଛି ।

ଖାଦ୍ୟ ପ୍ୟାକେଟ୍‌ରେ ଚୂଡା, ଲୁଣ, ବିସ୍କୁଟ, ମହମବତୀ ଆଦି ଆବଶ୍ୟକୀୟ ସାମଗ୍ରୀ ରହିଥିବା ସୂଚନା ଦେଇଛନ୍ତି ଇନଚାର୍ଜ ରିଲିଫ ବଣ୍ଟନ । ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ସକାଳୁ ପ୍ରାୟ 15ଟି ଟ୍ରକରେ 30 ହଜାର ଖାଦ୍ୟ ପୁଡିଆ ସବୁ ପଠାଯାଇଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.