ଭୁବନେଶ୍ବର: ଆସନ୍ତା ୨୧ ଜୁଲାଇ ରବିବାର ହେବ ଓଜେଇଇର ପ୍ରବେଶିକା ପରୀକ୍ଷା । ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଛି ଚୂଡାନ୍ତ ତାଲିକା । ଚଳିତ ଥର ରାଜ୍ୟରେ ୨୦ଟି ସହରରେ ୩୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୭,୬୭୯ ଜଣ ପିଲା ଦେବେ ପରୀକ୍ଷା। ଏହି ସୂଚନା ଦେଇଛନ୍ତି ଓଜେଇଇର ଚ୍ୟାୟରମ୍ୟାନ ସୁଦୀପ କୁମାର ଚାନ୍ଦ ।
ପ୍ରଥମ ସିଫ୍ଟ ସକାଳ ୯.୩୦ ରୁ ୧୦.୩୦,2ୟ ସିଫ୍ଟ ମଧ୍ୟାହ୍ନ ୧୨ ଟା ରୁ ୧ଟା । 1ମ ସିଫ୍ଟରେ ବି-ଟେକ,ବି-ଫାର୍ମ, 2ୟ ସିଫ୍ଟରେ ଏମବିଏ,ଏମସିଏ,ଏମ-ଫାର୍ମ । ଓଜେଇଇ କତ୍ତୃପକ୍ଷଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି ।
ଭୁବନେଶ୍ୱରରେ ସର୍ବାଧିକ ୮ ଟି କେନ୍ଦ୍ର ହୋଇଛି । ଏଥିସହ କଟକ, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା,ବାଲେଶ୍ୱର ଇତ୍ୟାଦି ସ୍ଥାନରେ ପରୀକ୍ଷା କେନ୍ଦ୍ର ହୋଇଛି।
ରାଜ୍ୟରେ ଓଜେଇଇର ରେଗୁଲାର ଆଡମିସନ ସରିବା ପରେ ବିଭିନ୍ନ ଘରୋଇ ଇଂଜିନିୟରିଂ କଲେଜରେ ସିଟ ଖାଲି ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ 2ୟ ଥର ସ୍ପେଶିଆଲ ପ୍ରବେଶିକା ପରୀକ୍ଷାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ