ETV Bharat / state

ସୋମବାର ଶପଥ, ମନ୍ତ୍ରୀ ପଦ ପାଇଁ ବିଧାୟକଙ୍କ ମଧ୍ୟରେ ଛକାପଞ୍ଜା

ସୋମବାର 5 ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନବୀନ ପଟନାୟକ। ମନ୍ତ୍ରୀପଦ ହାତେଇବା ପାଇଁ ବିଜେଡି ବିଧାୟକଙ୍କ ମଧ୍ୟରେ ଆରମ୍ଭ ହୋଇଗଲାଣି ଛକାପଞ୍ଜା।

author img

By

Published : May 25, 2019, 3:59 PM IST

ଫାଇଲ ଫଟୋ

ସୋମବାର ଶପଥ, ମନ୍ତ୍ରୀ ପଦ ପାଇଁ ବିଧାୟକଙ୍କ ମଧ୍ୟରେ ଛକାପଞ୍ଜା

ଭୁବନେଶ୍ବର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସିଯାଇଛି 2019 ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ । ଏକକ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ପଞ୍ଚମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ବିଜୁ ଜନତା ଦଳ (ବିଜେଡି) । ଚଳିତ ମାସ 27 ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ନବୀନଙ୍କ ପଞ୍ଚମ ପାଳି ସରକାରରେ ମନ୍ତ୍ରୀପଦ ହାତେଇବା ପାଇଁ ବିଜେଡିର ବହୁ ବରିଷ୍ଠଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । 2019 ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଆରମ୍ଭ ହୋଇଛି ହିସାବ କିତାବ । କେଉଁ ଦଳର ଭୋଟ ହାର କେତେ ବଢିଲା ବା କମିଲା ଏବଂ ଏଥିପାଇଁ କେଉଁ ରାଜନୈତିକ କାରଣ ଦାୟୀ ତାକୁ ନେଇ ଚାଲିଛି ସମୀକ୍ଷା ।

2014 ଓ 2019 ଭୋଟର ଫଳାଫଳକୁ ଦେଖିଲେ ବିଜେଡିର ଭୋଟ ହାରରେ ବିଶେଷ ପରିବର୍ତ୍ତନ ହୋଇନି । 2014ର ବିଜେଡି ପ୍ରାୟ 44 ପ୍ରତିଶତ ଭୋଟ ପାଇଥିଲା ବେଳେ ଏଥର ମଧ୍ୟ ଭୋଟ ହାର ପ୍ରାୟ ସମାନ ରହିଛି । ଗତଥର ଅପେକ୍ଷା 5ଟି ଓ ଲୋକସଭାରେ 8ଟି ଆସନ ହରାଇଛି । ଦଳର ବହୁ ହେଭିୱେଟ ନେତା ଚିତପଟାଙ୍ଗ ମାରିଛନ୍ତି।

ତଥାପି ପ୍ରଚଣ୍ଡ ମୋଦି ହାୱା ସତ୍ତ୍ବେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଆସନ୍ତା 27 ତାରିଖରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ପାଠ ଉତ୍ସବ ଆୟୋଜିତ ହେବ ବୋଲି ଜଣାପଡିଛି । ନୂତନ ମନ୍ତ୍ରୀମଣ୍ଡଳରେ ସାମିଲ ହେବ ପାଇଁ ଲବିକୁ ଦୋରଦାର ଆଶାୟୀ । ଏହି ତାଲିକାରେ ଭୂପିନ୍ଦର ସିଂହ, ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ ଆରୁଖ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, କିଶୋର ମହାନ୍ତି, ନବ ଦାସ, ସାରଦା ନାୟକ, ପ୍ରଦୀପ ଅମାତ, ରୋହିତ ପୂଜାରୀ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂହ, ଦେବୀ ମଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରଣବ ପ୍ରକାଶ ଦାସ, ସମୀର ଦାସ ଓ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ, ଭୁବନେଶ୍ବର

ଗତ ନିର୍ବାଚନ ସମୟରେ ଯେଉଁ 5ଜଣ ମନ୍ତ୍ରୀପଦ ଛାଡି ସାଙ୍ଗଠନିକ ଦାୟିତ୍ବ ନେଲେ ସେମାନଙ୍କୁ ଏବେ ଆଉଥର ମନ୍ତ୍ରୀ ହେବାର ସୁଯୋଗ ରହିଛି । କୌଣସି ନେତା ନିଜ ଆଶା ଓ ସମ୍ଭାବନା ଉପରେ ନିୟନ୍ତ୍ରଣ ରଖି କହିଛନ୍ତି ଯେ, ମନ୍ତ୍ରୀ କାହାକୁ କରିବେ ତାହା ଦଳୀୟ ସୁପ୍ରିମୋଙ୍କ ନିଜସ୍ବ ନିଷ୍ପତ୍ତି। ସେ ଯାହା ଦାୟିତ୍ବ ଦେବେ ତାକୁ ନିର୍ବାହ କରିବ ବୋଲି କହିଛନ୍ତି ଆଶାୟୀ ।

ଭୁବନେଶ୍ବରୁ ଅଜିତ ଦାସ, ଇଟିଭି ଭାରତ

27ରେ ଶପଥ ଗ୍ରହଣ, ମନ୍ତ୍ରୀ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା

ଭୁବନେଶ୍ବର () 2019 ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଆରମ୍ଭ ହୋଇଛି ହିସାବ ନିକାସ । କେଉଁ ଦଳର ଭୋଟ ହାର କେତେ ବଢିଲା ବା କମିଲା  ଏବଂ ଏଥିପାଇଁ କେଉଁ ରାଜନୈତିକ ସମୀକରଣ ଦାୟୀ । ତାକୁ ନେଇ ତର୍ଜମା ଚାଲିଥିଲା ବେଳେ ବିଜେଡିରେ ସରକାର ଗଠନ ସହ ମନ୍ତ୍ରୀପଦକୁ ନେଇ ଆରମ୍ଭ ହୋଇଛି ଚିନ୍ତନ । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 27 ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ନୂଆ ଟିମ ସହ 5 ପାଳିର ସରକାର ଗଠନ କରିବେ ।

2014 ଓ 2019 ଭୋଟର ଫଳାଫଳକୁ ଦେଖିଲେ ବିଜେଡିର ଭୋଟ ହାରରେ ବିଶେଷ ପରିବର୍ତନ ହୋଇନି । 2014ର ବିଜେଡି ପ୍ରାୟ 44 ପ୍ରତିଶତ ଭୋଟ ପାଇଥିଲା ବେଳେ ଏଥର ମଧ୍ୟ ଭୋଟ ହାର ସେହି ସମାନ ରହିଥିଲେ ବି ବିଧାନସବାରେ ବିଜେଡି ଗତ ଥର ଅପେକ୍ଷା 5ଟି ଓ ଲୋକସଭାରେ 8ଟି ଭୋଟ ହରାଇଛି । ଦଳର ବହୁ ହେଭିୱେଟ ନେତା ଚିତପଟାଙ୍ଗ ମାରିଛନ୍ତି । ସେପଟେ ବିଜେପିର ଭୋଟ ହାର 2014ରେ 18 ପ୍ରତିଶତ ଥିବା ବେଳେ ଏଥର ଏହା 32 ପ୍ରତିଶତକୁ ବଢଛି । କିନ୍ତୁ କଂଗ୍ରେସର ଭୋଟର ହାର 25 ପ୍ରତିଶତରୁ 16 ପ୍ରତିଶତକୁ ହ୍ରାସ ପାଇଛି ।

ତଥାପି ପ୍ରଚଣ୍ଡ ମୋଦି ହାୱା ସତ୍ତ୍ବେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ଆସନ୍ତା 27 ତାରିଖରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ପାଠ ଉତ୍ସବ ଆୟୋଜିତ ହେବ ବୋଲି ଜଣାପଡିଛି । ମନ୍ତ୍ରୀମଣ୍ଡଳ ଗଠନ ପରେ ଜୋର ଧରିଛି ମନ୍ତ୍ରୀ ଆଶାୟୀଙ୍କ ଲବି । ମନ୍ତ୍ରୀ ପାଇଁ ହେଉଥିବା ଲବିରେ ପ୍ରମୁଖ ଦାବିଦାର ଅଛନ୍ତି, ଭୁପିନ୍ଦର ସିଂହ, ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ ଆରୁଖ, ଉଷା ଦେବୀ, ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, କିଶୋର ମହାନ୍ତି, ନବ ଦାସ, ସାରଦା ନାୟକ, ପ୍ରଦୀପ ଅମାତ, ରୋହିତ ପୂଜାରୀ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ରଜନୀକାନ୍ତ ସିଂହ, ଦେବୀ ମଶ୍ର, ପ୍ରତାପ ଜେନା, ଅରୁଣ ସାହୁ, ସୌମ୍ୟ ରଂଜନ ପଟ୍ଟନାୟକ, ଅଶୋକ ପଣ୍ଡା, ସୁଦାମ ମାରାଣ୍ଡି, ଅନନ୍ତ ଦାସ, ପ୍ରଫୁଲ୍ଲ ସାମଲ, ପ୍ରଣବ ପ୍ରକାଶ ଦାସ, ସମୀର ଦାସ ଓ ଉମାକାନ୍ତ ସାମନ୍ତରାୟ ପ୍ରମୁଖ । ଗତ ନିର୍ବାଚନ ସମୟରେ ଯେଉଁ 5ଜଣ ମନ୍ତ୍ରୀପଦ ଛାଡି ସାଙ୍ଗଠନିକ ଦାୟିତ୍ବ ନେଲେ ସେମାନଙ୍କୁ ଏବେ ଆଉଥର ମନ୍ତ୍ରୀ ହେବାର ସୁଯୋଗ ଦେଇଛି । ତେବେ କୌଣସି ନେତା ନିଜ ଆଶା ଓ ସମ୍ଭାବନା ଉପରେ ନିୟନ୍ତ୍ରଣ ରଖି କହିଛନ୍ତି ଯେ, ମନ୍ତ୍ରୀ କାହାକୁ କରିବେ ତାହା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ନିଷ୍ପତ୍ତି । ସେ ଯାହା ଦାୟିତ୍ବ ଦେବେ ତାକୁ ତୁଲାଇବେ ବୋଲି କହିଛନ୍ତି ଲବିରେ ଥିବା କିଛି ନେତା ।

ବାଇଟ – ଅରୁଣ ସାହୁ, ବିଜେଡି ବିଧାୟକ

ବାଇଟ – ସମୀର ଦାସ, ବିଜେଡି ବିଧାୟକ

ବାଇଟ – ଡାକ୍ତର ରାଜଶ୍ରୀ ମଲ୍ଲିକ, ବିଜେଡି ସାଂସଦ

ବାଇଟ – ଅଶୋକ ବଳ, ବିଜେଡି ବିଧାୟକ

 Byte and vis sent in LiveU (reaction byte)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.