ETV Bharat / state

ଓଡିଶାରେ ପ୍ରଥମ: ପକ୍ଷାଘାତ ରୋଗୀଙ୍କୁ ଚଲାଉଛି ରୋବର୍ଟ

କ୍ୟାପିଟାଲ ହସ୍ପିଟାଲରେ ଏବେ ରୋବର୍ଟ କରୁଛି ଫିଜିଓଥେରାପି ଚିକିତ୍ସା । ଏଥର ଅନ୍ୟ କାହା ସାହାଯ୍ୟ ବିନା ନିଜେ ନିଜର ଅଭିବୃଦ୍ଧି କରିବେ ପକ୍ଷଘାତ ରୋଗୀ ।

author img

By

Published : Jun 5, 2019, 1:31 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଅଚଳ ପାଦ ଏବେ ଚାଲିବ । ଦରକାର ହେବନି ଆଶାବାଡି କିମ୍ବା ସାହାରା । ନିଜେ ଏକା ଏକା ଆଗେଇ ଚାଲିବେ ପକ୍ଷାଘାତ ରୋଗୀ । ନିଜେ ଦେଖିବେ ନିଜ ଶରୀରର ଅଭିବୃଦ୍ଧି । ଆଉ ସାଥ ଦେବ ରୋବର୍ଟ । ଆଗରୁ ଆମେ ଟିଭିରେ ଦେଖିଥିଲୁ ବା ଶୁଣିଥିଲୁ ରୋବର୍ଟର କାରନାମା । ଏବେ ନିଜେ ଏହାକୁ ଅନୁଭବ କରିବେ ପକ୍ଷାଘାତ ରୋଗୀ । ପ୍ରଥମ ଥର ପାଇଁ ରାଜ୍ୟରେ ଫିଜିଓଥେରାପିରେ ଆରମ୍ଭ ହୋଇଛି ରୋବୋର୍ଟିକ ଚିକିତ୍ସା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ସ୍ଥିତ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ଏବେ ଏହି ଚିକିତ୍ସା ଉପଲବ୍ଧ । ଦୈନିକ 8ରୁ 10 ଜଣଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛି । ଉଭୟ ବୟସ୍କ ଓ ଛୋଟ ପିଲାଙ୍କ ପାଇଁ ଦୁଇଟି ଅଲଗା ମେସିନ ରହିଛି ।

ସୁଦୂର ଜର୍ମାନୀରୁ ଆସିଥିବା ଏହି ରୋବଟର ସଠିକ ବ୍ୟବହାର ଓଡିଆ ଡାକ୍ତର କେତେ ସଫଳତାର ସହ କରୁଛନ୍ତି, ତାହା ଆଗକୁ ବଡ ଚ୍ୟାଲେଞ୍ଜ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.