ETV Bharat / state

ଆଇସିୟୁରେ ଅନନ୍ତଙ୍କୁ ଭେଟିଲେ ନବୀନ

author img

By

Published : Apr 22, 2019, 2:33 PM IST

ଆକ୍ରମଣର ଶିକାର ହୋଇଥିବା ଅନନ୍ତ ନାରାୟଣ ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗତକାଲି ବୋମାମାଡର ଶିକାର ହୋଇଥିବା ଅନନ୍ତ ନାରାୟଣ ଜେନାଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଯାଇ ଅନନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ନବୀନ । ଭୁବନେଶ୍ବର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଏବଂ ଭୁବନେଶ୍ବର (ଏକାମ୍ର) ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଅନନ୍ତଙ୍କୁ ସାକ୍ଷାତ କରିଛନ୍ତି । ସେପଟେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଚଳିତ ନିର୍ବାଚନରେ ଭୁବନେଶ୍ବର(ମଧ୍ୟ)ରୁ ବିଜେଡି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି ଅନନ୍ତ । ରବିବାର ସନ୍ଧ୍ୟାରେ ଝାରପଡ଼ା କେନାଲ ରୋଡ୍‌ ନିକଟରେ ତାଙ୍କ ଉପରେ ବୋମାମାଡ ହୋଇଥିଲା । ଘଟଣାରେ ଅନନ୍ତ ଏବଂ ଅନ୍ୟ ଜଣେ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଅନନ୍ତଙ୍କ ମୁଣ୍ଡରେ ଆହତ ଲାଗିଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ ଘଟଣାକୁ କଡାଭାଷାରେ ନିନ୍ଦା କରିଛନ୍ତି ଅରୂପ ପଟ୍ଟନାୟକ ଏବଂ ଅଶୋକ ପଣ୍ଡା । ଏହା ଏକ ଘୃଣ୍ୟ ଆକ୍ରମଣ । ବିଜେପିର ପୋଷା ଗୁଣ୍ଡାମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଅଶୋକ । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.