ETV Bharat / state

ଭୁବନେଶ୍ବରରେ ମୋଦି: ରୋଡ ସୋ କଲେ, ଦିଲ୍ ଜିତିଲେ

ମନ୍ଦିର ମାଳିନୀ ସହର ଭୁବନେଶ୍ବରରେ ମୋଦିଙ୍କ ରୋଡ ସୋ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବରବୁଣ୍ଡା ପଡିଆ ପର୍ଯ୍ଯନ୍ତ ଚାଲିଛି ମୋଦିଙ୍କ ରୋଡ ସୋ । ଲୋକାରଣ୍ୟ ରାଜରାସ୍ତା। ମୋଦି, ମୋଦି ନାରାରେ ପ୍ରକମ୍ପିତ ପରିବେଶ।

author img

By

Published : Apr 16, 2019, 6:51 PM IST

Updated : Apr 16, 2019, 8:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସ୍ମାର୍ଟ ସିଟିରେ ସାତ କିଲୋମିଟରର ରୋଡ ସୋ । ରାଜରାସ୍ତାରେ ପ୍ରଧାନମନ୍ତ୍ରୀ । ପ୍ରିୟ ନେତାଙ୍କୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଛି ଭୁବନେଶ୍ବର । ଖଟାଖଚ ଭିଡ ଭିତରେ ଚାଲିଛି ରାଲି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୋଦିଙ୍କ ରାଲିକୁ ନେଇ ଉଠୁଛି ପଡୁଛି ଭୁବନେଶ୍ବର। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦଳ ପକ୍ଷରୁ ତାଙ୍କୁ ପ୍ରଥମେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଆଉ ଏହା ପରେ ପରେ ହିଁ ରୋଡ ସୋ ଆରମ୍ଭ ହୋଇଛି । ରୋଡ ସୋ ବିମାନବନ୍ଦରରୁ ବାହାରି ଗଙ୍ଗନଗର, ଓୟୁଏଟି, ଶିରିପୁର ଦେଇ ସିଟି ଓମେନ୍ସ କଲେଜ ରାସ୍ତା ଦେଇ ବରମୁଣ୍ଡା ଅଭିମୁଖେ ଚାଲିଛି । ପରେ ସେଠାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶକୁ ସମ୍ବୋଧିତ କରିବେ ମୋଦି।

ସମାବେଶରେ ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଲୋକସଭା ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ଯୋଗ ଦେଉଛନ୍ତି । ମୋଦିଙ୍କ ଗସ୍ତ ନେଇ ପ୍ରବଳ ସମାଗମ ହୋଇଛି । ସୁରକ୍ଷା ଦୃଷ୍ଟିରୁ 25 ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ତପନ ଦାସ, ସଞ୍ଜିବ ରାଏଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

ନବୀନଙ୍କ ରାଜ୍ୟରେ ଯୋଗୀଙ୍କ ଗର୍ଜନ

ଅନୁଗୋଳ: ଜିଲ୍ଲାରେ ଗର୍ଜିଲେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ପ୍ରଚାରରେ ଆସି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ଗର୍ଜିଛନ୍ତି ଯୋଗୀ ଆଦିତ୍ୟ ନାଥ। ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଅନୁଗୋଳରେ ପହଞ୍ଚି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

ନବୀନଙ୍କ ରାଜ୍ୟରେ ଜୋରଦାର ବର୍ଷିଛନ୍ତି ଯୋଗୀ। କହିଛନ୍ତି ଯେ, 'ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶାକୁ ଚଳାଇବାକୁ ଉଚିତ ନେତୃତ୍ଵ ନଥିବାରୁ ଏଠାରେ ବେରୋଜଗାରୀ ବଢିଛି । ଯୁବଶକ୍ତି ବାହାର ରାଜ୍ୟରେ ଦାଦନ ଖଟୁଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଯୋଗୁଁ ଦେଶର ଉନ୍ନତି ହୋଇଛି'। 

ରେଳପଥ ସମ୍ପ୍ରସାରଣ ଠାରୁ ଉଡାଣ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି । ଆତଙ୍କବାଦୀ ଦମନ ପାଇଁ ଶତ୍ରୁ ଦେଶରେ ପଶି ଆମ ସେନା ନିପାତ କରିପାରିଛି। କୃଷକ, ଶ୍ରମିକ, ମହିଳା ସମସ୍ତଙ୍କ ଉନ୍ନତି ପାଇଁ ଯୋଜନା କାର୍ଯ୍ୟକାରୀ ହେଉଛି। ସାରା ଦେଶ ଏବେ ଚାହୁଁଛି ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। 

ଓଡ଼ିଶାରେ ମଧ୍ୟ ବିଜେପି ସରକାର କରିବାକୁ ଯାଉଛି। ଡବଲ ଇଞ୍ଜିନ ସରକାର ହେଲେ ଦେଶର ଉନ୍ନତି ହେବା ସହ ଓଡ଼ିଶାର ମଧ୍ୟ ଉନ୍ନତି ହେବ । ତେଣୁ ସମସ୍ତ ଏମପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇବା ସହ ସବୁ ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇଲେ ଡବଲ ଇଞ୍ଜିନ ସରକାର ଚାଲିପାରିବ ବୋଲି ଯୋଗୀ ଲୋକଙ୍କୁ ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Conclusion:
Last Updated : Apr 16, 2019, 8:28 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.