ETV Bharat / state

ବିଷ୍ଣୁଙ୍କୁ ଚ୍ୟାଲେଞ୍ଜ କଲେ ରାଜଶ୍ରୀ, କହିଲେ ଜଗତସିଂହପୁରରୁ ଜିତିକି ଦେଖାଅ - Ellection

ବିଷ୍ଣୁ-ଦାମ କଳି କାହାକୁ ଅଛପା ନୁହେଁ । ହେଲେ ଏବେ ରୋଚକ ସ୍ତରରେ ବିଷ୍ଣୁ-ରାଜଶ୍ରୀ କଳି । ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ହରାଇବା ପାଇଁ ବିଷ୍ଣୁଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ରାଜଶ୍ରୀ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Mar 25, 2019, 7:16 PM IST

ଭୁବନେଶ୍ୱର: ନବୀନ ବିବାସରେ ଟିକେଟକୁ ନେଇ ଉପକୂଳ ନେତାଙ୍କ ଲବି । ତିର୍ତ୍ତୋଲ ଆସନ ପାଇଁ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ନିଜ ପ୍ରାର୍ଥିତ୍ୱପାଇଁ ବଳିଷ୍ଠ ଯୁକ୍ତି ରଖିଛନ୍ତି । ଏପରିକି ସେ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ମଧ୍ୟ ରାଜନୈତିକ ଚ୍ୟାଲେଞ୍ଜ କରିଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ରାଜଶ୍ରୀ କହିଛନ୍ତି, ବିଷ୍ଣୁ ତାଙ୍କୁ ଜିଲ୍ଲାରେ ବିରୋଧ କରୁଛନ୍ତି । ଯଦି ଏତେ ପାରିବାର ନେତା, ତେବେ ଜଗତସିଂହପୁରରେ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ହରେଇକି ଦେଖାନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ସେ । ଏକଦା ବିଜେଡିରେ ଦାମ-ବିଷ୍ଣୁ କଳି ସବୁବେଳେ ଚର୍ଚ୍ଚାରେ ରହୁଥିବାବେଳେ ଏବେ ବିଷ୍ଣୁ-ରାଜଶ୍ରୀ କଳି ରୋଚକ ହୋଇଛି । ନିକଟରେ ବିଷ୍ଣୁ ଦାସ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରୁ ଲଢିବେ ବୋଲି କହିବା ପରେ ଆଜି ରାଜଶ୍ରୀ ଏହି ପ୍ରତିକ୍ରିୟା ରଖିଛନ୍ତି ।

ବିଜେଡିରେ ଏବେ କେବଳ ବିଷ୍ଣୁ-ରାଜଶ୍ରୀ କଳି ନେତୃତ୍ୱପାଇଁ ଚିନ୍ତାର କାରଣ ହୋଇନି । ବହୁ ସଂଖ୍ୟାରେ ଟିକେଟ ଆଶାୟୀ ମଧ୍ୟ ଅସନ୍ତୋଷ ପ୍ରକାଶ କରି ବିଜେପିକୁ ପଳାଉଛନ୍ତି । ଏହା ଦଳର ବିଜୟ ସମ୍ଭାବନାକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ବରିଷ୍ଠ ନେତାମାନେ ଏହାକୁ ଅସ୍ୱୀକାର କରିଛନ୍ତି ।

ଭୁବନେଶ୍ୱରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.