ETV Bharat / state

ବୁଧବାର ଶପଥ ଗ୍ରହଣ, ମଧୁସୂଦନ ମାର୍ଗ 4ଘଣ୍ଟା ବନ୍ଦ

ଆସନ୍ତା ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

author img

By

Published : May 27, 2019, 6:07 PM IST

Updated : May 27, 2019, 6:13 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆସନ୍ତା 29 ତାରିଖ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ପ୍ରଥମ ଥର ପାଇଁ ରାଜଭବନ ବାହାରେ ଏହି କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଛି । ରାଜଧାନୀର ୟୁନିଟ-3 ସ୍ଥିତ ଇଡିକୋ ପ୍ରଦର୍ଶନୀ ପଡିଆରେ ଏହା ଆୟୋଜିତ ହେବାକୁ ଯାଉଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଭିଆଇପି ଏବଂ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଛି କମିଶନରେଟ ପୋଲିସ ।

ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ 25 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଜଣାଇଛନ୍ତି ପୋଲିସ କମିଶନର । ଶପଥ ଗ୍ରହଣ ଉତ୍ସବରେ ମଞ୍ଚ ଓ ଏହାର ପ୍ରାୟ 100 ମିଟର ଦୂରତା ମଧ୍ୟରେ ସିସିଟିଭି ଲଗାଯିବ । ପ୍ରତ୍ୟେକ ପ୍ରବେଶ ସ୍ଥଳରେ ମେଟାଲ୍ ଡିଟେକ୍ଟର ଲଗାଯିବ । କେବଳ ପାସ୍ ଧାରୀଙ୍କୁ ଶପଥ ଉତ୍ସବରେ ପ୍ରବେଶ କରିବ।କୁ ଅନୁମତି ମିଳିବ । ଏହା ପୂର୍ବରୁ ସେଠାରେ ପୋଲିସ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ।

ଏହା ବ୍ୟତୀତ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର 24 ଘଣ୍ଟା ପୂର୍ବରୁ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ପଡିଆକୁ ନିୟମିତ ଭାବେ ଯାଞ୍ଚ କରିବେ । ଏଥିପାଇଁ 3ଟି ପ୍ରବେଶ ଦ୍ବାରର ବ୍ୟବସ୍ଥା କରାଯାଇଛି । ପ୍ରାୟ 5ରୁ 7 ହଜାର ଲୋକ ବସିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ରାଜ୍ୟ ବାହାରୁ ମଧ୍ୟ ଅନେକ ନିମନ୍ତ୍ରିତ ଅତିଥି ଆସିବାର ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଟ୍ରାଫିକ ସମସ୍ୟା । ଏଥିପାଇଁ 3ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା କରାଯାଇଛି । ପ୍ରଥମତଃ ମଧୁସୂଦନ ମାର୍ଗକୁ ସକାଳ 8ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ବନ୍ଦ କରାଯିବ । ସେହି ରାସ୍ତାର ଦୁଇ ପାର୍ଶ୍ବରେ ଗାଡି ପାର୍କିଂର ବ୍ୟବସ୍ଥା କରାଯାଇଛି । ଏହା ପରେ ୟୁନିଟ1 ହାଇସ୍କୁଲ ପଡିଆ ଏବଂ ପ୍ରଦର୍ଶନୀ ପଡ଼ିଆର ଗୋଟିଏ ପାର୍ଶ୍ବରେ ପାର୍କିଂ କରାଯିବ ବୋଲି ପୋଲିସ କମିଶନର ଜଣାଇଛନ୍ତି ।

ଏହା ଛଡା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଓ ମୁଖ୍ୟ ବିଚାରପତି କେଶରୀ ସିନେମା ହଲ ପଛ ଦ୍ବାର ଦେଇ ପ୍ରଦର୍ଶନୀ ପଡିଆକୁ ପ୍ରବେଶ କରିବେ । ବିଧାୟକ ଏବଂ ଦଳୀୟ କର୍ମୀ ହାଉସିଂ ବୋର୍ଡ ଛକ ପଟରୁ ପଡିଆକୁ ପ୍ରବେଶ କରିବା ନେଇ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ଶପଥ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା, 4 ଘଣ୍ଟା ବନ୍ଦ ରହିବ ମଧୁସୂଦନ ମାର୍ଗ।

ଆସନ୍ତା 29 ତାରିଖ ରେ ନବନିର୍ବାଚିତ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥର ପ୍ରଥମ ଥରପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ କରା ଯିବାକୁ ନିଷ୍ପତି ନିଆଯାଇଛି। ୟୁନିଟ 3 ସ୍ଥିତ ଓଡିକୋ ପ୍ରଦର୍ଶନୀ ପଡିଆ ରେ ଆଯୋଜିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ କୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଭିଆଇପି ଓ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଛି କମିଶନରେଟ ପୋଲିସ। 

ଶପଥ ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ 25 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯି ଵ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମଞ୍ଚ ଓ ଏହାର ଆଖପାଖ ପ୍ରାୟ 100 ମିଟର ଦୂରତା ପର୍ଯ୍ୟନ୍ତ ସିସିଟିଭି ଲଗାଯିବା ଯେପରି ଭାବରେ ସମସ୍ତ କ୍ୟାମେରା ଫୁଟେଜ ସମସ୍ତ ସଭା ସ୍ଥଳରେ ପଡୁଥିବା। ପ୍ରୟକ ପ୍ରବେଶ ସ୍ଥଳରେ ମେଟାଲ୍ ଦିଟେକଟର ଲଗାଯିବ। କେବଳ ପାସ ଧାରି ଙ୍କୁ ଶପଥ ଉତ୍ସବରେ ପ୍ରବେଶ କରାଯିବ। ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ରେ କିଛି ଅଘଟଣ ପାଇଁ ଏକ ପୋଲିସ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏହା ଛଡା ସଭାର 24 ଘଣ୍ଟା ପୂର୍ବରୁ ସନ୍ଧନୀ କୁକୁର ଓ ବୋମା ନିଷ୍କ୍ରିିୟ କାରି ଦଳ ପଡିଆକୁ ନିୟମିତ ଭାବରେ ଯାଞ୍ଚ କରିବେ। 
ଶପଥ ପାଠ କାର୍ଯ୍ୟକ୍ରମ କୁ ଯିବାକୁ ହେଲେ 3 ଟି ପ୍ରବେଶ ପଥ କରାଯାଇଛି। 
ପ୍ରଦର୍ଶନୀ ପଡ଼ିଆରେ 5 ହଜାର ରୁ 7 ହଜାର ସମର୍ଥକ ବସିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ବାହାରକୁ ମଧ୍ୟ ଅନେକ ନିମନ୍ତ୍ରିତ ଅତିଥି ଆସିବାର ସୂଚନା ରହିଛି। 
ତେବେ ଏହି ଉତ୍ସବରେ ସବୁଠୁ ବଡ଼ ଚାଲେଞ୍ଜ ଟ୍ରାଫିକ ସମସ୍ୟା। ତେବେ ଏହି ଶପଥ ଉତ୍ସବରେ ଯୋଗ ଦେବା ଲାଗି ଆସୁଥିବା ଅତିଥି ମାନଙ୍କ ପାଇଁ 3 ଟି ସ୍ଥାନରେ ପାର୍କିଂ ର ବ୍ୟବସ୍ଥା କରାଯାଇଛି। ପ୍ରଥମତଃ ମଧୁସୂଦନ ମାର୍ଗ କୁ ସକାଳ 8 ଟା ରୁ ଅପରାହ୍ନ 12 ଟା ଯାଏଁ ରାସ୍ତାକୁ ବନ୍ଦ କରାଯିବ। ସେହି ରୋଡରେ ଦୁଇ ପାଶ୍ୱର୍ରେ ଗାଡି ପାର୍କିଂ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହା ପରେ ୟୁନିଟ 1 ହାଇସ୍କୁଲ ପଡିଆ ଓ ପ୍ରଦର୍ଶନୀ ପଡ଼ିଆର ଗୋଟେ ପାଶ୍ୱର୍ରେ ପାର୍କିଂ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। 
ଏହା ଛଡା ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଓ ମୁଖ୍ୟ ବିଚାରପତି କେଶରୀ ସିନେମାହଲ ପଛ ପାଶ୍ଵ ଦେଇ ପ୍ରଦର୍ଶନୀ ପଡିଆକୁ ପ୍ରବେଶ କରିବେ। ବିଧାୟକ ଓ ଅନ୍ୟ କର୍ମୀ ମାନଙ୍କୁ ପ୍ରବେଶ ଲାଗି ହଉସିଂ ବୋର୍ଡ ଛକ ପଟରୁ ପଡିଆକୁ ପ୍ରବେଶ କରିବା ନେଇ ସୂଚନା ଦେଇଛନ୍ତି କମିଶନର ସତ୍ୟଜିତ ମହାନ୍ତି। 
Byte- ସତ୍ୟଜିତ ମହାନ୍ତି, police commissioner
Visual and byte send mojo
Last Updated : May 27, 2019, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.