ETV Bharat / state

'ଫନି' ଲାଇଭ୍‌ ଅପଡେଟ୍‌ ଦେଖିଲେ ନବୀନ, କାଲି ଘରୁ ନ ବାହାରିବାକୁ କଲେ ଅପିଲ

'ଫନି'ର ସ୍ଥିତି ସହ ମୁକାବିଲା ପାଇଁ କେମିତି ଚାଲିଛି ପ୍ରସ୍ତୁତି ତାର ସିଧାସଳଖ ଚିତ୍ର ଦେଖିଛନ୍ତି ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ନବୀନ ଆସି ପହଞ୍ଚିଥିଲେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ।  ଯେଉଁଠାରେ ଖୋଲାଯାଇଛି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ । ପାଖାପାଖି 15 ମିନିଟ ସେଠାରେ ରହି ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।

author img

By

Published : May 2, 2019, 7:57 PM IST

Updated : May 2, 2019, 8:15 PM IST

ଡିଜାଇନ ଫଟୋ

ଭୁବନେଶ୍ବର: 'ଫନି' ପରିଚାଳନା କଣ୍ଟ୍ରୋଲ ରୁମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 'ଫନି'ର ସ୍ଥିତି ସହ ମୁକାବିଲା ପାଇଁ କେମିତି ଚାଲିଛି ପ୍ରସ୍ତୁତି ତାର ସିଧାସଳଖ ଚିତ୍ର ଦେଖିଥିଲେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟାରେ ନବୀନ ଆସି ପହଞ୍ଚିଥିଲେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ । ଯେଉଁଠାରେ ଖୋଲାଯାଇଛି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ । ପାଖାପାଖି 15 ମିନିଟ ସେଠାରେ ରହି ସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାହ ଆସନ୍ତାକାଲି ଘରୁ କେହି ବହାରନ୍ତୁ ନାହିଁ ବୋଲି ଅପିଲ କରିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ 'ଫନି' ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସନ୍ତୋଷଜନକ ବୋଲି କହିଥିଲେ । ଏଥିସହ ରାଜ୍ୟବାସୀଙ୍କୁ ଭୟଭୀତ ନହେବା ପାଇଁ କହିବା ସହ ବିପଦ ନଟଳିବା ଯାଏଁ ଘରୁ ନବାହାରିବା ପାଇଁ ଅପିଲ କରିଥିଲେ । ଆସନ୍ତାକାଲି ଘରୁ କେହି ବହାରନ୍ତୁ ନାହିଁ ବୋଲି କହିଥିଲେ । ଏପରିକି ସବୁ ବ୍ୟବସାୟ ସଂସ୍ଥା, ଦୋକାନ ବଜାର ବନ୍ଦ ରଖିବାକୁ କହିଥିଲେ । ଏହାସହ ସମସ୍ତ ଅଫିସ ମଧ୍ୟ ବନ୍ଦ ରଖିବାକୁ ନବୀନ ନିର୍ଦେଶ ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବାତ୍ୟା 'ଫନି' କୁ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି । ପୁରା ଟିମ ଦିନ ରାତି ସତର୍କ ରହିଛନ୍ତି । କାର୍ଯ୍ୟାଳୟ ପରିସରରେ ଏକ ବଡ ସ୍କ୍ରିନ ଲାଗ ଯାଇଛି । କେବଳ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ନୁହେଁ ଅନ୍ୟ ବିଶ୍ବସ୍ତରୀୟ ଏଜେନ୍ସି ରିପୋର୍ଟ କଣ କହୁଛି, ସେମାନଙ୍କ ଆକଳନ କଣ ରହିଛି ତାର ମଧ୍ୟ ଅନୁଧ୍ୟାନ କରାଯାଉଛି । ପ୍ରତି ମିନିଟ୍‌ରେ ଏହି କଣ୍ଟ୍ରୋଲ ରୁମ୍‌ରୁ ଖବର ଅପଡେଟ କରାଯାଉଛି । 1070 ନାମରେ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ସାରା ସ୍ଥିତିକୁ ଏଠାରୁ ମାନିଟରିଂ କରାଯାଉଛି। ରାଜ୍ୟ ସରକାରଙ୍କୁ ମଧ୍ୟ ଏଠାରୁ ଖବର ଦିଆଯାଉଛି। 24 ଘଣ୍ଟିଆ ସତର୍କ ରହୁଛନ୍ତି କର୍ମଚାରୀ ।

ଏଠାରେ ସୂଚାଇ ଦିଆଯାଉଛି ଯେ ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଫନି’। ବର୍ତ୍ତମାନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗକୁ ଅଗ୍ରସର ହେଉଛି ଏହି ଭୟଙ୍କର ସାମୁଦ୍ରିକ ବାତ୍ୟା। ଶୁକ୍ରବାର ସନ୍ଧ୍ୟାରେ ଏହା ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବାର ଆକଳନ କରାଯାଇଥିଲା। ତେବେ ଏହା ସକାଳ ୬ଟାରୁ ୧୦ ମଧ୍ୟରେ ଲ୍ୟାଣ୍ଡଫଲ କରାପାରେ ବୋଲି ଅନୁମାନ କରାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

sdfg

Conclusion:
Last Updated : May 2, 2019, 8:15 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.