ETV Bharat / state

ରୁଷିଲେ ‘ଜୟ’ ! - jaya mishra

ପ୍ରଥମଥର ପାଇଁ ବିରୋଧୀ ଦଳ ମାନ୍ୟତା ମିଳିଲା । ଅଧିବେଶନର ପ୍ରଥମ ଦିନରେ ହିଁ ଅଘୋଷିତ ପୋଷାକ ଭାବରେ ହଳଦିଆ ଗାମୁଛା ପକାଇଲେ ବିଜେପି ବିଧାୟକ । ବ୍ୟତିକ୍ରମଙ୍କ ମଧ୍ୟରେ ଥିଲେ ‘ଜୟ’ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 25, 2019, 7:24 PM IST

ଭୁବନେଶ୍ବର: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ପ୍ରଥମଥର ପାଇଁ ଓଡିଶାରେ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ପୁରା ଗଦଗଦ । ପ୍ରଥମ ଦିନରେ ବିଧାୟକଙ୍କ କଷ୍ଟ୍ୟୁମ ବି ଥିଲା ସେମିତି କିଛି । ଧଳା ପୋଷାକରେ ହଳଦିଆ ଗାମୁଛା । ମୁହଁ ଦେଖି ଚିହ୍ନିବା ପୂର୍ବରୁ ପଦ୍ମ ଦଳର ବିଧାୟକ ବୋଲି ବାରି ହୋଇ ପଡୁଥିଲେ । ହେଲେ ଦଳର କିଛି ବିଧାୟକଙ୍କ କ୍ଷେତ୍ରରେ ଥିଲା ଏହାର ବ୍ୟତିକ୍ରମ । ବିଜେପି ବିଧାୟକଙ୍କ ମେଳରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବେକ ଖାଲି ଖାଲି ମନେ ହେଉଥିଲା । ଲାଗୁଥିଲା, ରୁଷିଛନ୍ତି ‘ଜୟ’ ।

ବିଜେପି ବିଧାୟକ ହୁଅନ୍ତୁ ବା ବିରୋଧୀ ଦଳ ନେତା, ସଭିଙ୍କ ବେକରେ ପଡିଥିଲା ହଳଦିଆ ଗାମୁଛା । ହେଲେ ଏହାରି ବ୍ୟତିକ୍ରମ ଦେଖାଯାଇଥିବା ବିଧାୟକଙ୍କ ମଧ୍ୟରେ ଥିଲେ ‘ଜୟ’ । ଅବଶ୍ୟ ପୁରୀ ଓ ପାରଳାଖେମୁଣ୍ଡି ବିଧାୟଙ୍କ କ୍ଷେତ୍ରରେ ବି ସମାନ ଚିତ୍ର । କିନ୍ତୁ ସେମାନେ ଚର୍ଚ୍ଚାର ବିଷୟ ନଥିଲେ । ହେଲେ ବିଜେପିର ଚର୍ଚ୍ଚିତ ବିଧାୟକ ‘ଜୟ’ ହଳଦିଆ ଗାମୁଛା ପକାଇବାକୁ ପସନ୍ଦ କରିନଥିଲେ ନା ଅବୁଝା ଥିବାର ଏକ ବାର୍ତ୍ତା ଦେବାକୁ ଚାହୁଁଥିଲେ, ତାକୁ ନେଇ ଚର୍ଚ୍ଚା ।

ବିରୋଧୀ ଦଳ ନେତା ପାଇଁ ଦାବିଦାର ଥିବା ‘ଜୟ’ଙ୍କୁ ମିଳିନଥିଲା ପଦ । ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ଏହି ପଦରେ ଅଧିଷ୍ଠିତ କରିଛି ବିଜେପି । ଯାହାକୁ ନେଇ ଜୟ ନାରାୟଣ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି (ଯଦିଓ ଏକଥାକୁ ‘ଜୟ’ ଅସ୍ବୀକାର କରିଛନ୍ତି’ । ଆଜିର ଅଧିବେଶନରେ ବେକରେ ହଳଦିଆ ଗାମୁଛା ଥିଲା ବିଜେପିର ଅଘୋଷିତ ପୋଷାକ । ମାତ୍ର ନିଜକୁ ଏଥିରୁ ନିବୃତ୍ତ ରଖିଥିବା ‘ଜୟ’ ରୁଷିଥିବା ଚର୍ଚ୍ଚା ଏବେ ଜୋର ଧରିଛି । ଚର୍ଚ୍ଚା ଯଦି ସତ ହୁଏ, ତେବେ ଆଗକୁ ରାଜ୍ୟ ବିଜେପିର ଗୋଷ୍ଠୀ କନ୍ଦଳ ଏକ ବଡ ସମସ୍ୟା ଭାବରେ ଉଭାହେବ । ନିଜ ରାଜନୈତିକ ଜୀବନରେ କେବେ ସାଲିସ କରିନଥିବା ‘ଜୟ’ କେଉଁ ମୂହୁର୍ତ୍ତରେ କିଛି ବି ଘଟାଇ ପାରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.