ETV Bharat / state

ଜୟଦେବ ରେସ୍‌: କଂଗ୍ରେସ ଆଉଟ, ବିଜେଡି-ବିଜେପି ଫାଇଟ

2009ରେ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା ଜୟଦେବା ନିର୍ବାଚନମଣ୍ଡଳୀ। ସେହି ବର୍ଷ ଏବଂ 2014ରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବାଜି ମାରି ନେଇଥିଲା ବିଜେଡି। ଏଥର ସ୍ଥିତି ରହିଛି। ବିଜେଡି ଏଠାରୁ ହ୍ୟାଟ୍ରିକ ମାରୁଛି ନାଁ ଅନ୍ୟ ଦଳ ଏଠାରେ ଧସେଇ ପଶୁଛନ୍ତି ତାହା ନିର୍ବାଚନୀ ଫଳାଫଳରୁ ଜଣାପଡିବ।

author img

By

Published : Apr 20, 2019, 5:36 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ନିର୍ବାଚନ ନୁହେଁ ଦଳୀୟ ପ୍ରାର୍ଥୀ ଚୟନ କରିବାକୁ ନେଇ ସରଗରମ ହୋଇଉଠିଛି ରାଜଧାନୀ ଉପକଣ୍ଠସ୍ଥ ଜୟଦେବ ସଂରକ୍ଷିତ ବିଧାନସଭା ଆସନ । ଏଠାରେ ନିର୍ବାଚନ ହେବା ପୂର୍ବରୁ ଉଣାଅଧିକେ ସବୁ ଦଳରେ ଦେଖାଦେଇଛି ଗୋଷ୍ଠୀ କନ୍ଦଳ । ବିଭିନ୍ନ ଦଳର ଆଶାୟୀଙ୍କ ପାଇଁ ଏବେ କଣ୍ଟା ସାଜିଛନ୍ତି ଦଳୀୟ ବିଦ୍ରୋହୀ । ଅନ୍ୟପଟେ ସ୍ବାଧିନ ପ୍ରାର୍ଥୀଙ୍କୁ ନେଇ ମଧ୍ୟ ଆଶାୟୀଙ୍କ ଚିନ୍ତା ବଢିବାରେ ଲାଗିଛି । ନିର୍ବାଚନ ସମୟରେ ଦଳରେ ସୃଷ୍ଟି ହୋଇଥିବା ଏଭଳି ପରିସ୍ଥିତିର ମୁକାବିଲା କରିବା ସବୁ ଦଳ ପାଇଁ କାଠିକର ପାଠ ହୋଇପଡିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥର ଦୁଇ ପ୍ରମୁଖ ଦଳ ନିର୍ବାଚନମଣ୍ଡଳୀରେ ତାଙ୍କର ପ୍ରାର୍ଥୀତ୍ବରେ କରିଛନ୍ତି ପରିବର୍ତ୍ତନ । ଗତ 2014 ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ଦଳର ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଶଶୀଭୂଷଣ । ମାତ୍ର ଏଥର ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମାତ୍ର ତାଙ୍କୁ ଦଳର ଅନ୍ୟ ଏକ ଗୋଷ୍ଠୀ ପ୍ରାର୍ଥୀ ଭାବେ ଗ୍ରହଣ କରିବା ଅସ୍ଥାରେ ନାହାନ୍ତି ।

ସମାନ ଅବସ୍ଥା ଦେଖିବାକୁ ମିଳିଛି ବିଜେପିରେ ଗତ ଥର ଏଠାରୁ ସ୍ବାଧିନ ଭାବେ ନିର୍ବାଚନ ଲଢିଥିବା ନରେନ୍ଦ୍ରନାଥ ନାୟକଙ୍କୁ ଏଥର ପ୍ରାର୍ଥୀ କରିଛି ବିଜେପି । ଯାହାକୁ ନେଇ ଦଳରେ ଦେଖାଦେଇଛି ଅସନ୍ତୋଷ । ଗତଥର ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ବସନ୍ତ ନାୟକଙ୍କୁ ଏଥର ମିଳିନାହିଁ ଟିକେଟ । ନରେନ୍ଦ୍ରଙ୍କ ପ୍ରାର୍ଥୀତ୍ବ ବିରୋଧ କରିଛନ୍ତି ବସନ୍ତ । ଯାହା ବର୍ତ୍ତମାନ ବିଜେପି ପାଇଁ ସୃଷ୍ଟି କରିଛି ସମସ୍ୟା ।

2019 ମୁକାବିଲା ଆରମ୍ଭ ହେବା ପୂର୍ବରୁ ନିର୍ବାଚନୀ ରେସ୍‌ରୁ ବାଦ ପଡିଛି କଂଗ୍ରେସ । ଏଠାରୁ ସୁକାନ୍ତ ତିଆଡିଙ୍କୁ ପ୍ରାର୍ଥୀ କରିଥିଲା । ମାତ୍ର ଯାଞ୍ଚ ବେଳେ ନାକଚ ହୋଇଯାଇଛି ତାଙ୍କର ପ୍ରାର୍ଥୀପତ୍ର । ଏଠି କାହାକୁ ସମର୍ଥନ ତାହା ବର୍ତ୍ତମାନ ରହସ୍ୟାବୃତ୍ତ ରହିଛି । ଅନ୍ୟପଟେ ଆମ ସଙ୍ଗଠନ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ନବକିଶୋର ମଲ୍ଲିକ ଏଥର ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହେବେ ବୋଲି କୁହାଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସ୍ବାଧୀନ ପ୍ରାର୍ଥୀ ନବଙ୍କୁ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀ ସମର୍ଥନ କରିବା ନେଇ ସମ୍ଭାବନା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2009ରେ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ସେବେଠାରୁ ଏହା ବିଜେଡିର ଗଡ ଭାବେ ପରିଚିତ। ଏଥରର ମୁକାବିଲା ମୁଖ୍ୟତ ବିଜେଡି-ବିଜେପି ମଧ୍ୟରେ ହେବାକୁ ଯାଉଛି । ଚଳିତ ନିର୍ବାଚନରେ ବିଜେଡି ଏଠାରେ ହ୍ୟାଟ୍ରିକ ମାରୁଛି ନାଁ ଅନ୍ୟ ଦଳ ଏହି ଗଡରେ ଧସେଇ ପଶିବାରେ ସକ୍ଷମ ହେଉଛି ତାହା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଈଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.