ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି - Bbsr

ନିର୍ବାଚନରେ ବିଜୟୀ ହେଲେ କ’ଣ କରିବେ ? କ’ଣ ରହିବ ନିର୍ବାଚନୀ ସ୍ଲୋଗାନ । ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 6, 2019, 5:39 PM IST

ଭୁବନେଶ୍ବର: ସ୍ମାର୍ଟ ସିଟି । ହେଲେ ଅଳିଆରେ ପରିପୂର୍ଣ୍ଣ । ଅସ୍ବାସ୍ଥ୍ୟକର ପରିବେଶ । ଦୟନୀୟ ଅବସ୍ଥାରେ ବିତୁଛି ବସ୍ତିବାସିନ୍ଦାଙ୍କ ଜୀବନ । ସମସ୍ୟାର ସମାଧାନ ପାଇଁ ପ୍ରାୟସ ହେଉଛି । ତଥାପି ବି ଫଳ ଶୂନ । ଉନ୍ନତି ନାଁରେ ଅବନତି ହେଉଛି । ତେଣୁ ମୁଁ ନିର୍ବାଚିତ ହେଲେ ପ୍ରଥମେ ମୂଳ ସମସ୍ୟାକୁ ଚିହ୍ନଟ କରିବାରେ ପ୍ରାଥମିକତା ଦେବି । ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଲୋକସଭା ପାଇଁ କଂଗ୍ରେସ-ସିପିଏମ ମେଣ୍ଟ ପ୍ରାର୍ଥୀ ଜନାର୍ଦ୍ଦନ ପତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ଅନ୍ତର୍ଗତ 7ଟି ଯାକ ନିର୍ବାଚନ ମଣ୍ଡଳୀରେ ଏବେ ବହୁ ସମସ୍ୟା ରହିଛି । କୃଷକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁକିଛି ବିପର୍ଯ୍ୟସ୍ତ । ଏସବୁ ଉପରେ ସେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

ଜନାର୍ଦ୍ଦନଙ୍କ ନିର୍ବାଚନୀ ସ୍ଲୋଗାନ କ’ଣ ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜନାର୍ଦ୍ଦନ କହିଛନ୍ତି, ଆମକୁ ଏକ ଧର୍ମନିରପେକ୍ଷ ସରକାର ଦରକାର । ଯେଉଁ ସରକାର ସମ୍ବିଧାନ ପ୍ରତି ଅଙ୍ଗିକାରବଦ୍ଧ ଥିବ । ଅନ୍ୟପଟେ ସାଂସଦ ପାଣ୍ଠିର ସୁବିନିଯୋଗ ପାଇଁ ଗ୍ରାମ୍ୟ ଓ ପଞ୍ଚାୟତ କମିଟି ଉପରେ ସେ ଗୁରୁତ୍ବାରୋପ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:

blank 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.