ETV Bharat / state

ସ୍ମୃତିରେ ଶୃଙ୍ଗରାଣୀ କଳ୍ପନା ଦାସ

ପର୍ବତ ଚଢିବାର ନିଶା କଳ୍ପନାଙ୍କ ଯାତ୍ରା ତାଙ୍କୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଦେଇପାରିଛି । ହେଲେ ଏଭରେଷ୍ଟ ଶୃଙ୍ଗ ଚଢିବାର ନିଜ ସ୍ବପ୍ନକୁ ସାକାର କରୁ କରୁ ସେହି ହିମାଳୟରେ ବିଲୀନ ହୋଇଯାଇଛନ୍ତି କଳ୍ପନା । ଦୀର୍ଘ 10 ଦିନର ପ୍ରତୀକ୍ଷା ପରେ ଶନିବାର ଜନ୍ମମାଟିରେ ପହଞ୍ଚିଛି କଳ୍ପନାଙ୍କ ପାର୍ଥିବ ଶରୀର ।

author img

By

Published : Jun 2, 2019, 5:09 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଓଡିଆ ଝିଅ ଭାବେ ରାଜ୍ୟ ତଥା ସାରା ଦେଶର ଗର୍ବ ଓ ଗୌରବ ‘କଳ୍ପନା ଦାସ’ । ସାଧାରଣରୁ ଅସାଧାରଣ ହେବାର କଳ୍ପନାଙ୍କ ଯାତ୍ରା ତାଙ୍କୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ଦେଇପାରିଛି । ହେଲେ ଏଭରେଷ୍ଟ ଶୃଙ୍ଗ ଚଢିବାର ନିଜ ସ୍ବପ୍ନକୁ ସାକାର କରୁ କରୁ ସେହି ହିମାଳୟରେ ବିଲୀନ ହୋଇଯାଇଛନ୍ତି କଳ୍ପନା । ଦୀର୍ଘ 10 ଦିନର ପ୍ରତୀକ୍ଷା ପରେ ଶନିବାର ଜନ୍ମମାଟିରେ ପହଞ୍ଚିଛି କଳ୍ପନାଙ୍କ ପାର୍ଥିବ ଶରୀର । ଏନେଇ ସାରା ଦେଶରୁ ଛୁଟିଛି ଶୋକର ବାର୍ତ୍ତା ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ

1966 ମସିହା ଜୁଲାଇ 7ରେ ଢେଙ୍କାନାଳ ମାଟିରେ ଜନ୍ମ ଗ୍ରହଣ କରନ୍ତି କଳ୍ପନା ଦାସ । ସମୟ ସହ ଆଇନଜୀବୀ ଭାବେ ନିଜ ଭବିଷ୍ୟତକୁ ଗଢି ତୋଳିବାର ଇଚ୍ଛା କଳ୍ପନାଙ୍କୁ ଆକୃଷ୍ଟ କରିଥିଲା । ହେଲେ ଅନ୍ତରରେ ରହିଥିଲା ପର୍ବତାରୋହୀ ହେବାର ଉଚ୍ଚାକାଂକ୍ଷା । ଯାହା ଗିରିଶୃଙ୍ଗର ଉଚ୍ଚ ଶିଖରକୁ କଳ୍ପନାଙ୍କୁ ଟାଣି ନେଇଥିଲା । ନିଜର ଏହି ଇଚ୍ଛା ଓ ଅଦମ୍ୟ ସାହସ ବଳରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଥିଲେ କଳ୍ପନା ।

2004 ଓ 2006 ମସିହାର ଦୁଇ ବିଫଳ ପ୍ରୟାସ ପରେ 2008 ମସିହା ମେ 21 ତାରିଖରେ ଏଭରେଷ୍ଟ ଚଢି ସେ ପାଇଥିଲେ ନିଜର ପ୍ରଥମ ସଫଳତା । ଏହି ସଫଳତା ପରେ ପ୍ରଥମ ଓଡିଆ ମହିଳା ପର୍ବତାରୋହୀ ଭାବେ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ତାଙ୍କ ନାମ ଲିପିବଦ୍ଧ ହୋଇଥିଲା । ଏଭରେଷ୍ଟ ଚଢି ରେକର୍ଡ କରିବା ପରେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି କଳ୍ପନା ।

ନଜର ପକାନ୍ତୁ ତାଙ୍କର କିଛି ସଫଳତା ଉପରେ :

ମାଉଣ୍ଟ ଏଭେରେଷ୍ଟ (ସ୍ଥାନ - ନେପାଳ, 8848 ମିଟର, 21 ମେ’ 2008)
ମାଉଣ୍ଟ ଡେନାଲି (ସ୍ଥାନ - ଉତ୍ତର ଆମେରିକା, 2010) - ବିଫଳ
ମାଉଣ୍ଟ କିଲିମାଞ୍ଜାରୋ (ସ୍ଥାନ - ପୂର୍ବ ଆଫ୍ରିକା, 5895ମିଟର, 9 ଅକ୍ଟୋବର 2014) - ବିନା ଅମ୍ଳଜାନ
ମାଉଣ୍ଟ ଆକାନକାଗୁଆ (ସ୍ଥାନ - ଦକ୍ଷିଣ ଆମେରିକା, 6962ମିଟର, 16 ଜାନୁଆରୀ 2015) - ବିନା ଅମ୍ଳଜାନ
ମାଉଣ୍ଟ ଏଲବ୍ରୁସ (ସ୍ଥାନ - ୟୁରୋପ, 5642ମିଟର, 31 ଜୁଲାଇ 2015) - ବିନା ଅମ୍ଳଜାନ
ମାଉଣ୍ଟ କୋସ୍କିଓଜ୍କୋ (ସ୍ଥାନ - ଅଷ୍ଟ୍ରେଲିଆ, 2227 ମିଟର, 3 ଡିସେମ୍ବର 2015) - ବିନା ଅମ୍ଳଜାନ ସହ ଶାଢୀ ପିନ୍ଧି ପ୍ରଥମ ରେକର୍ଡ
ମାଉଣ୍ଟ ଏଭେରେଷ୍ଟ (ସ୍ଥାନ - ନେପାଳ, 8848 ମିଟର, 23 ମେ’ 2019) - ଶେଷ ଯାତ୍ରା

ମାଉଣ୍ଟ ଏଭରେଷ୍ଟରେ ଚଢି ମହିଳା ସଶକ୍ତିକରଣ ଓ ଏକତାର ବାର୍ତ୍ତା ପହଞ୍ଚାଇବା ଥିଲା ତାଙ୍କର ଲକ୍ଷ୍ୟ । ଯାହାକୁ ପୂରଣ କରିବା ପାଇଁ ଦ୍ବିତୀୟ ଥର ପାଇଁ ଏଭରେଷ୍ଟ ଚଢିଥିଲେ ସେ । ହେଲେ ଫେରିବା ବାଟରେ ଅମ୍ଳଜାନ ଅଭାବରେ 8600ମିଟର ଉପରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ କଳ୍ପନା ।

କଳ୍ପନାଙ୍କ ମରଶରୀରକୁ ପରବର୍ତ୍ତୀ ସମୟରେ ଚିହ୍ନଟ କରାଯାଇ ଉଦ୍ଧାର କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ଏନେଇ ଭାରତ ଓ ନେପାଳ ଦୂତାବାସର ମିଲିତ ଉଦ୍ୟମରେ 6 ଜଣିଆ ସେର୍ପା ଟିମ୍‌ କଳ୍ପନାଙ୍କ ମରଶରୀରକୁ ଏଭରେଷ୍ଟରୁ ଉଦ୍ଧାର କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ । ଏହି ଟିମ୍‌ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ମଧ୍ୟ ସାମିଲ ରହିଥିଲେ ।

କଳ୍ପନାଙ୍କ ମରଶରୀର ଜନ୍ମମାଟିକୁ ଫେରିବା ପରେ ଦେଖାଦେଇଛି ଶୋକାକୁଳ ପରିବେଶ । ଚାରିଆଡେ କେବଳ ଗୋଟିଏ ସ୍ବର ‘କଳ୍ପନା ଅମର ରହେ’ । କଳ୍ପନାଙ୍କ ବିୟୋଗରେ ଯେ କେବଳ ତାଙ୍କ ପରିବାର ଦୁଃଖିତ ତାହା ନୁହେଁ, ସାରା ଦେଶ ଆଜି କଳ୍ପନାଙ୍କୁ ଝୁରୁଛି । ତେବେ ଜନ୍ମମାଟିରୁ ପୁରୀ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ଆରମ୍ଭ ହୋଇଛି କଳ୍ପନାଙ୍କ ଶେଷ ଯାତ୍ରା । ଆଉ କିଛି କ୍ଷଣ ପରେ ସେଠାରେ ଚିରଦିନ ପାଇଁ ବିଲୀନ ହେବେ କଳ୍ପନା ।

ତଥାପି ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଯିବ ତାଙ୍କର ନାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.