ETV Bharat / state

ସ୍ମାର୍ଟସିଟିରେ ହାଇଭୋଲଟେଜ ଲଢେଇ: ମୈଦାନରେ ଦୁଇ ବ୍ୟୁରୋକ୍ରାଟ ମୁହାଁମୁହିଁ - cpm

ତାଉ ଖରା ଠାରୁ ସ୍ମାର୍ଟସିଟିରେ ବଢିଯାଇଛି ନିର୍ବାଚନ ତାତି। ଛକ ଠାରୁ ଆରମ୍ଭ କରି ବଜାର ଘାଟ ପର୍ଯ୍ୟନ୍ତ ସବୁଠି ଅନୁଭୂତ ହେଉଛି ଏହାର ପ୍ରଭାବ। ଏଥର କାହା ଦଖଲକୁ ଯିବ ସ୍ମାର୍ଟସିଟି ତାକୁ ନେଇ ବର୍ତ୍ତମାନ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା।

ଡିଜାଇନ ଫଟୋ
author img

By

Published : Mar 28, 2019, 5:17 PM IST

ଭୁବନେଶ୍ବର: ଖରା ଠାରୁ ରାଜଧାନୀରେ ବଢିଯାଇଛି ନିର୍ବାଚନୀ ତାତି। ଯାହାର ପ୍ରଭାବ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ମଧ୍ୟ ଅନୁଭୂତ ହେଲାଣୀ । କୋଣ ଅନୁକୋଣରେ ଚାଲିଛି ନିର୍ବାଚନ ଚର୍ଚ୍ଚା। କିଏ ଜିତିବ କିଏ ହାରିବ ତାକୁ ନେଇ ବଜାର ଠାରୁ ଚା' ଖଟି ପର୍ଯ୍ୟନ୍ତ ଚାଲିଛି ଆଲୋଚନା। ଯେଉଁଥିରୁ ବାଦ ପଡିନାହିଁ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀ।

ପ୍ରଥମ ଥର ଏଠାରେ ଏକ ହାଇଭୋଲଟେଜ ମୁକାବିଲା ହେବାକୁ ଯାଉଛି। ଯେଉଁଠି ମୁହାଁମୁହିଁ ହେବେ ଦୁଇ ପୂର୍ବତନ ପ୍ରଶାସକ। ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଏବଂ ଅନ୍ୟଜଣେ ଭାରତୀୟ ପୋଲିସ ସେବା(ଆଇପିଏସ୍) ସହ ପୂର୍ବରୁ ଜଡିତ ଥିଲେ। ଉଭୟଙ୍କ ମଧ୍ୟରୁ ଜଣଙ୍କର କର୍ମଭୂମି ରାଜ୍ୟରେ ଥିବାବେଳେ ଅନ୍ୟ ଜଣଙ୍କର ରାଜ୍ୟ ବାହାରେ ଥିଲା। ମାତ୍ର ଏବେ ସେମାନେ ପ୍ରଶାସନିକ କ୍ଷେତ୍ରକୁ ଛାଡି ରାଜନୈତିକ କ୍ଷେତ୍ରରେ ପଦାର୍ପଣ କରିଛନ୍ତି।

ସେ ଦୁହେଁ ହେଉଛନ୍ତି ପୂର୍ବତନ ଆଇଏଏସ୍ ଅପରାଜିତା ଷଡଙ୍ଗୀ ଏବଂ ପୂର୍ବତନ ଆଇପିଏସ୍ ଅରୂପ ପଟ୍ଟନାୟକ। ଉଭୟେ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ ହୋଇ ଭୁବନେଶ୍ବର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ନେତାଙ୍କ ବଦଳରେ ଏଥର ପ୍ରଶାସକ ନିର୍ବାଚନୀ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଲୋକସଭା ଆସନ ପାଇଁ ବିଜେପିରୁ ଅପରାଜିତା ଏବଂ ବିଜେଡିରୁ ଅରୂପ ଚଳିତ ଥର ପ୍ରାର୍ଥୀ ହୋଇଛନ୍ତି। ପ୍ରଥମ କରି ଉଭୟେ ରାଜନୀତିର ଗୋଳିଆ ପାଣିରେ ପାଦ ଥାପିଛନ୍ତି । ସେପଟେ କଂଗ୍ରେସ-ବାମପନ୍ଥୀ ମେଣ୍ଟରୁ ଜନାର୍ଦ୍ଦନ ପତି ପ୍ରାର୍ଥୀ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, ଭୁବନେଶ୍ବର

ପ୍ରଥମ ଥର ଲୋକସଭା ନିର୍ବାଚନ ଲଢିବା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜେପି ପ୍ରାର୍ଥୀ କହିଛନ୍ତି ଲୋକଙ୍କ ଠାରୁ ଅପ୍ରତ୍ୟାଶିତ ସମର୍ଥନ ଏବଂ ଭଲପାଇବା ମିଳୁଛି। ଗ୍ରାମାଞ୍ଚଳ ହେଉ ଅଥବା ସହରାଞ୍ଚଳରେ ସବୁଠି ଲୋକେ ବେରୋଜଗାର ଅଛନ୍ତି। ସ୍ବଚ୍ଛତା ଏବଂ ପରିମଳ ସମସ୍ୟା ପ୍ରତି ସ୍ଥାନରେ ରହିଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟ ଟଙ୍କାର ଅଭାବରେ ବ୍ୟବସାୟ କରିପାରୁନାହାନ୍ତି କି ସ୍ବାବଲମ୍ବୀ ହୋଇ ପାରିନାହାନ୍ତି। ଜଟଣୀ, ଖୋର୍ଦ୍ଧା, ବାଲିଅନ୍ତା, ବାଲିପାଟଣା, ବେଗୁନିଆ ଆଦି ଅଞ୍ଚଳର ଲୋକେ ବିକାଶ ଠାରୁ ଦୂରରେ ଅଛନ୍ତି। ଚାଷୀ ପାଣି ଅଭାବରୁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଭୁବନେଶ୍ବର ମହାନଗର ନିଗମର କମିଶନର ଥିଲେ ଅପରାଜିତା। ଏଠାକାର ସ୍ଥାନୀୟ ସମସ୍ୟା ପ୍ରତି ପ୍ରତ୍ୟେକ୍ଷ ଭାବେ ଅବଗତ ଅଛନ୍ତି । ଏହାକୁ ପ୍ରସଙ୍ଗ ଭାବେ ଗ୍ରହଣ କରି ଏଥର ନିର୍ବାଚନକୁ ଓହ୍ଲାଇଛନ୍ତି ଅପରାଜିତା ।

ଅନ୍ୟପଟେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଥିବା ଅରୂପ ପଟ୍ଟନାୟକ ବିଜେଡି ସଙ୍ଗଠନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରି ଏଥରର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି ଅରୂପ । ଯାହା ଦଳର ସୁପ୍ରିମୋ ନିର୍ଦ୍ଦେଶ ଦେବେ ତାହାକୁ କାର୍ଯ୍ୟକାରୀ କରିବି । ନିର୍ବାଚନ ଲଢିବା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, ଏ ପର୍ଯ୍ୟନ୍ତ କିଛି ଭାବିନାହିଁ । ହଠାତ ଦଳୀୟ ପ୍ରାର୍ଥୀ ଘୋଷିତ ହୋଇଛି । ନେତୃତ୍ବର ଅହଂକାର ରଖିବାଟା ଉଚିତ ନୁହେଁ । ଶେଷରେ ଦଳୀୟ ମୁଖିଆ ନବୀନ ବାବୁ ଯେଉଁ ଦାୟୀତ୍ବ ଦେଇଛନ୍ତି ସେ ତାକୁ ଠିକ ଭାବେ ପାଳନ କରିବେ ।

ଅନ୍ୟପଟେ କଂଗ୍ରେସ-ବାମଦଳ ମଧ୍ୟରେ ମେଣ୍ଟ ହେବା ପରେ କଂଗ୍ରେସ ସିପିଆଇଏମକୁ ଭୁବନେଶ୍ବର ଲୋକସଭା ଆସନ ଛାଡିଛି । ଏଥର ଜନାର୍ଦ୍ଦନ ପତି ନିର୍ବାଚନ ଲଢିବେ । ଯଦିଓ କେଉଁଠି ନା କେଉଁଠି କଂଗ୍ରେସ ମେଣ୍ଟ ପଛରେ ପଡିଗଲା ଭଳି ଲାଗିଲେ ମଧ୍ୟ ଏଥର ଆମକୁ ଲୋକେ ବାଛିବେ ବୋଲି ମତ ରଖିଛନ୍ତି ମେଣ୍ଟ ପ୍ରାର୍ଥୀ ଜନାର୍ଦ୍ଦନ । ଭୁବନେଶ୍ବର ଲୋକସଭା ଓଡ଼ିଶାର ଏକ ସମ୍ମାନ ଜନକ ଆସନ । ସବୁଜାଗାରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଏପରିକି ଆମକୁ ସ୍ବାଗତ ମଧ୍ୟ କରୁଛନ୍ତି । ଓଡ଼ିଶାର ଚିତ୍ରକୁ ସଂସଦରେ ଉପସ୍ଥାପନ କରିବାରେ ବିଜେଡି ଏବଂ ବିଜେପି ଫେଲ ମାରିଛନ୍ତି । ଯାହାକୁ ସେ ପୂରଣ କରିବେ ବୋଲି କହିଛନ୍ତି । ଭୁବନେଶ୍ବରକୁ କେନ୍ଦ୍ରର ସ୍ମାର୍ଟସିଟି ଘୋଷଣା ଏକ ଧୂଆଁବାଣ । ଅସରାଏ ବର୍ଷା ହେଲେ ଏଠି ଡଙ୍ଗା ଚାଲୁଛି । ରାସ୍ତାରେ ବୁଲା ଗୋରୁଙ୍କ ଉପଦ୍ରବ ଦେଖିବାକୁ ମିଳୁଛି । ଗମନାଗମନର ସୁବିଧା ସବୁ ଜାଗାରେ ଉପଲବ୍ଧ ନାହିଁ । ବେକାରୀ ସମସ୍ୟା ରାଜ୍ୟରେ ଭୟଙ୍କର ହୋଇ ଉଠିଛି । ସିଏମଆଇ ରିପୋର୍ଟ ଅନୁସାରେ ୨୦୧୮ରେ ସର୍ବାଧିକ ବେକାରୀ ଅଛନ୍ତି ।୧୯ ବର୍ଷର କ୍ଷମତା ରହି ଗୋଟିଏ ସରକାର ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିନାହିଁ। ଏପରିକି ଗୋଟିଏ ଲୁଗା କାରଖାନା ନାହିଁ । ଏବେ ବି ୩୨ ଲକ୍ଷ ଲୋକେ ସାଇକେଲ ଚଳାଉଛନ୍ତି ଅଥଚ ସାଇକେଲ କାରଖାନା ନାହିଁ । ରାଜ୍ୟ ସରକାର ସବୁସ୍ତରରେ ଏଠି ବିଫଳ ବୋଲି ସେ କହିଛନ୍ତି।

ଭୁବନେଶ୍ବର ଦଖଲ କରିବ କିଏ?

ରାଜ୍ୟର ଏକ ପ୍ରମୁଖ ଅଣକଂଗ୍ରେସ ଦୁର୍ଗ ଭାବେ ଜଣାଶୁଣା ଭୁବନେଶ୍ବର ଲୋକସଭା । ବିଗତ ଦିନରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ପାଟ୍ଟଶାଣୀ ହ୍ୟାଟ୍ରିକ ମାରିବା ସହ ଲଗାତାର 5 ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଗତ 2014 ଲୋକସଭା ନିର୍ବାଚନରେ ସେ ବିଜୟୀ ହୋଇଥିବା ବେଳେ, ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ରହିଥିଲେ । ତୃତୀୟ ସ୍ଥାନରେ ରହିଥିଲା କଂଗ୍ରେସ । ପୂର୍ବରୁ ଦୁଇ ଥର ଏହି ଲୋକସଭା ବାମଦଳ ହାତକୁ ଯାଇଛି । ଏଥର ମୁକାବିଲା ସିଧାସଳଖ ବିଜେପି-ବିଜେଡି ମଧ୍ୟରେ ହେବାର ସମ୍ଭାବନା ରହିଛି । ବିଜେଡି ତାର ଦୀର୍ଘଦିନର ପାରମ୍ପରିକ ଗଡକୁ ହାତେଇ ପାରୁଛି ନାଁ କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଶାସନକୁ ପାଥେୟ କରି ବିଜେପି ପଦ୍ମ ଫୁଟାଇବାରେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ ।

ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.