ETV Bharat / state

ଦ୍ବୈତ ନଗରୀ ସମେତ ପୁରୀକୁ ଚାଲିବ ବିଦ୍ୟୁତ ଚାଳିତ ବସ - ବିଦ୍ୟୁତ ଚାଳିତ ବସ

ଅଣ ପାରମ୍ପରିକ ଉତ୍ସରୁ ଆଗାମୀ ଦିନରେ 2377 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ଯରେ ଥିବା ସମସ୍ତ ସରକାରୀ କୋଠାରେ ଲାଗିବ ସୋଲାର ବ୍ୟାଟେରି । ସୌର ଶକ୍ତିରୁ ସଂପନ୍ନ ହେବ ସରକାରୀ କାର୍ଯ୍ୟାଳୟ । ଖୁବଶୀଘ୍ର ଦ୍ବୈତ ନଗରୀ ସମେତ ପୁରୀକୁ ଚାଲିବ ବିଦ୍ୟୁତ ଚାଳିତ ବସ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ବର
author img

By

Published : Jul 20, 2019, 1:24 PM IST

ଭୁବନେଶ୍ୱର: ରାଜ୍ୟରେ ଅଣପାରମ୍ପରିକ ଉତ୍ସରୁ ବିଦ୍ୟୁତ ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଗାମୀ ଦିନରେ ସବୁ ସରକାରୀ କାର୍ଯ୍ୟାଳୟକୁ ସୌର ଶକ୍ତିରେ ବିଦ୍ୟୁତିକରଣ କରାଯିବ । ଏଥିସହ ପ୍ରାଥମିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଏଲେକ୍ଟ୍ରିକ ବସ ଚଳାଇବାକୁ ଯୋଜନା ରହିଛି । ଆଜି ବିଧାନସଭାର ପ୍ରଶ୍ନକାଳରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍ ଭୁବନେଶ୍ବର

ଅଣପାରମ୍ପରିକ ଉତ୍ସରୁ ଆଗାମୀ ଦିନରେ 2377 ମେଗାୱାଟ ବିଦ୍ୟୁତ ଉତ୍ପାଦନର ଲକ୍ଷ୍ୟ ରହିଛି । ସେ ମଧ୍ୟରୁ ଏବେ ସୁଦ୍ଧା ସୌର ଶକ୍ତିରୁ 57 ମେଗାୱାଟ ଓ ବାୟୋ-ଗ୍ୟାସରୁ 50 ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ସୌର ବିଦ୍ୟୁତ ଯୋଜନାର ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଓ ଡ଼ିଡ଼ିଜି ଯୋଜନା କାର୍ଯ୍ୟକାରୀ ହେଉଛି । ପୂର୍ବରୁ ଏହି ଯୋଜନାରେ କେନ୍ଦ୍ର ସରକାର 90 ପ୍ରତିଶତ ବ୍ୟୟଭାର ବହନ କରୁଥିବା ବେଳେ ଏବେ 60 ପ୍ରତିଶତ ଅର୍ଥ ଦେଉଛନ୍ତି । ଡ଼ିଡ଼ିଜି ଯୋଜନାରେ ଏବେସୁଦ୍ଧା 21ଟି ଜିଲ୍ଲା 392ଟି ଗାଁ ରାସ୍ତାର ବିଦ୍ୟୁତିକରଣ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ।

ସରକାରୀ କୋଠା ସହ ବିଧାନସଭାକୁ ଏକ ମଡେଲ ଭାବେ ଗ୍ରହଣ କରି ସୌର ବିଦ୍ୟୁତ ଚଳିତ କରିବାକୁ ବିଜେଡି ବିଧାୟକ ଅମର ଶତପଥୀ ପ୍ରସ୍ତାବ ଦେଇଥିଲେ । ଏଥିରେ ବାଚସ୍ପତି ଅନୁମତି ଦେଲେ ବିଧାନସଭାର ଛାତ ଉପରେ ସୋଲାର ପ୍ୟାନେଲ ବସାଇ ସୌର ବିଦ୍ୟୁତିକରଣ କରାଯିବ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ, ଅଜିତ ଦାସ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.