ଭୁବନେଶ୍ବର: ଫୋନି ପୀଡିତଙ୍କୁ ସମବେଦନା । ଚଳିତ ବର୍ଷ ରାଜଭବନରେ ପାଳନ ହେବନାହିଁ ‘ଆଟ ହୋମ’ ସମାରୋହ । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି ।
ପ୍ରତିବର୍ଷ ସ୍ବାଧୀନତା ଦିବସ ଅବସରରେ ରାଜଭବନରେ ଆୟୋଜିତ ହୋଇଥାଏ ‘ଆଟ୍ ହୋମ’ ସମାରୋହ । ହେଲେ ଏଥର ଏହାକୁ ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଗତ ମେ ମାସରେ ପ୍ରଳୟ ରଚିଥିଲା ସାମୁଦ୍ରିକ ଝଡ ଫୋନି । ତେଣୁ ‘ଫୋନି’ ପୀଡିତଙ୍କୁ ସମବେଦନ ଜଣାଇବାକୁ ଯାଇ ରାଜ୍ୟପାଳ ଏପରି ନିଷ୍ପତ୍ତି ନେଇଛନ୍ତି ।