ଭୁବନେଶ୍ବର: ଗତବର୍ଷ (2018) ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥ ଗ୍ରହଣ କରିଥିଲେ । ଶପଥ ପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ଶରଣ ।
2018 ମେ 29 ରେ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ରାଜଭବନରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟିମ୍ । ସ୍ଥାନ ପରିବର୍ତ୍ତନ ହୋଇଛି । ରାଜଭବନ ବଦଳରେ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଛି ଶପଥ ଗ୍ରହଣ ଉତ୍ସବ ।
ଆଜି (ବୁଧବାର) ସେଠାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସେଦିନ ଥିଲା ଶପଥ ଗ୍ରହଣ ଉତ୍ସବ ଆଉ ଆଜି ମଧ୍ୟ । ହେଲେ ଖବରଟି ଟିକେ ଅଲଗା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟପାଳ ଶପଥ ଗ୍ରହଣ କରୁଥିଲେ । ଆଜି ରାଜ୍ୟପାଳ ନବୀନ ଓ ତାଙ୍କ ଟିମ୍ କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଉଛନ୍ତି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ