ETV Bharat / state

'ଫନି' ମୁକାବିଲା: ପ୍ରଭାବିତ ରାଜ୍ୟ ପାଇଁ କେନ୍ଦ୍ରର ସହାୟତା ଘୋଷଣା - sea storm

ସାମୁଦ୍ରକି ଝଡବାତ୍ୟା 'ଫନି' ମୁକାବିଲା କରିବା ପାଇଁ ସତର୍କ ହୋଇଉଠିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏହି କ୍ରମରେ ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ରାଜ୍ୟ ପାଇଁ କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି।

ପ୍ରତୀକାତ୍ମକ ଫଟୋ
author img

By

Published : Apr 30, 2019, 12:17 PM IST

Updated : Apr 30, 2019, 12:57 PM IST

ଭୁବନେଶ୍ୱର: ସାମୁଦ୍ରକି ଝଡବାତ୍ୟା 'ଫନି' ମୁକାବିଲା କରିବାକୁ ନେଇ ସର୍ତକ ହୋଇଠିଛି କେନ୍ଦ୍ର । ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବା ଉପକୂଳବର୍ତ୍ତୀ ରାଜ୍ୟ ପାଇଁ କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ରାଶି ଘୋଷଣା କରିଛି ଗୃହମନ୍ତ୍ରଣାଳୟ।

ଝଡବାତ୍ୟା 'ଫନି' ଦ୍ୱାରା ଦକ୍ଷିଣ-ପୂର୍ବ ଉପକୂଳସ୍ଥ ରାଜ୍ୟ ଯଥା ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାର ମୁକାବିଲା ପାଇଁ ଆଗୁଆ ସହାୟତା ରାଶି ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଦକ୍ଷିଣ ବଙ୍ଗୋପସାଗର-ଭାରତ ମହାସାଗରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରକି ଝଡବାତ୍ୟା କ୍ରମଶଃ ସ୍ଥଳଭାଗ ଆଡକୁ ଅଗ୍ରସର ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁୁବନେଶ୍ୱର

ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଓଡିଶା ପାଇଁ 340.875 କୋଟିର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଅନ୍ୟ ତିନି ରାଜ୍ୟ ଯଥା ତାମିଲନାଡୁ ପାଇଁ 309.375, ଆନ୍ଧ୍ରପ୍ରଦେଶ ପାଇଁ 200.25 ଏବଂ ପଶ୍ଚିମବଙ୍ଗ ପାଇଁ 235.50 କୋଟିର ସହାୟତା ରାଶି ଯୋଗାଇ ଦିଆଯିବ।

ଭୁବନେଶ୍ୱରରୁ ଅଜିତ ଦାସ ଏବଂ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ସ୍ଲଗ- ଅଂଶୁଘାତରେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 27/04/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ପୋଲିଂ କର୍ମଚାରୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କର୍ମଚାରୀ ଜଣଙ୍କ ବୁଥକୁ ଯିବା ବାଟରେ ହିଁ ମୃତ୍ୟବରଣ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ନୀଳଗିରିର ବିତରଣ କେନ୍ଦ୍ରରେ ଆଜି ପୋଲିଂ ପାର୍ଟିଙ୍କୁ ଏଭିଏମ ବିତରଣ କରାଯାଇଥିଲା। ପୋଲିଂ ପାର୍ଟି ଏଭିଏମ ଧରି ବିଭିନ୍ନ ବୁଥ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ସେହିପରି ଅଯୋଧ୍ୟା ବୁଥ ଅଭିମୁଖେ ପୁଲିଂ ପାର୍ଟି ନୀଳଗିରିରୁ ଏଭିମ ଓ ସରଞ୍ଜାମ ଧରି ଯାତ୍ରା ଆରମ୍ଭ କରିଥିଲେ। ରାସ୍ତାରେ ପଞ୍ଚମ ପୁଲିଂ କର୍ମଚାରୀଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ତାଙ୍କ ମୁହଁରୁ ରକ୍ତ ମଧ୍ୟ ବାହାରୁଥିବା ଦେଖିବାକୁ ମିଳିଥିଲା। କର୍ମଚାରୀଙ୍କୁ ତୁରନ୍ତ ବାଲେଶ୍ୱର ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ କର୍ମଚାରୀ ଜଣଙ୍କ ପୂର୍ଣ୍ଣଚନ୍ଦ୍ର ପଣ୍ଡା ବୋଲି ଜଣାପଡିଛି। ସେ ଅଯୋଧ୍ୟା ବୁଥର ପଞ୍ଚମ ପୁଲିଂ କର୍ମଚାରୀ ଭାବେ ନିୟୋଜିତ ହୋଇଥିଲେ। ତେବେ ଶବ ବ୍ୟବଚ୍ଛେଦ ପରେ କର୍ମଚାରୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି।
Last Updated : Apr 30, 2019, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.