ETV Bharat / state

ସରିଲା ପ୍ରଥମ ପର୍ଯ୍ୟାୟ ନାମାଙ୍କନ, ଶେଷ ଦିନରେ ଖଚାଖଚ ଭିଡ

ସରିଲା ପ୍ରଥମ ପର୍ଯ୍ୟାୟ ନାମାଙ୍କନ । ଏହି ପର୍ଯ୍ୟାୟରେ ରାଜ୍ୟରେ ସର୍ବମୋଟ 275 ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

author img

By

Published : Mar 25, 2019, 8:51 PM IST

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ଦିନରେ ଖଚାଖଚ ଭିଡ । ରିଟର୍ଣ୍ଣିଙ୍ଗ ଅଫିସରଙ୍କ କାର୍ଯ୍ୟାଳୟରେ ଆଶାୟୀ ଓ ସମର୍ଥକଙ୍କ ଗହଳୀ । ଗୋଟିଏ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ 229 ପ୍ରାର୍ଥୀ । ଏହାରି ଭିତରୁ 207 ଜଣ ବିଧାନସଭା ଏବଂ 22 ଜଣ ଲୋକସଭା ଆସନ ପାଇଁ ଆଶାୟୀ ରହିଛନ୍ତି ।

ସରିଲା ପ୍ରଥମ ପର୍ଯ୍ୟାୟ ନାମାଙ୍କନ । ପ୍ରଥମ ପର୍ଯ୍ୟାୟରେ ସମୁଦାୟ 275 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । 4 ଲୋକସଭା ପାଇଁ 30 ଜଣ ଆଶାୟୀ ରହିଥିବାବେଳେ ବିଧାନସଭା ପାଇଁ ରହିଛନ୍ତି 245 ଜଣ ଆଶାୟୀ ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପର୍ଯ୍ୟନ୍ତ 117 ଜଣ ଆଶାୟୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ 96 ଜଣ ବିଧାନସଭା ପାଇଁ କରିଥିବାବେଳେ ଲୋକସଭା ପାଇଁ 21 ଜଣ ନାମାଙ୍କନ ଭରିଛନ୍ତି । ଆଜି ଗୋଟିଏ ଦିନରେ 87 ଜଣ ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେହିପରି ଲୋକସଭା ପାଇଁ 17 ଜଣ ଆଶାୟୀ ନାମାଙ୍କନ ଭରିଥିଲେ ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.