ETV Bharat / state

ସୁରତରେ ଅଗ୍ନିକାଣ୍ଡ, ଓଡିଶାରେ ଆକ୍ସନ - Odisha

ସୁରତରେ ଅଗ୍ନିକାଣ୍ଡ ପରେ ଆକ୍ସନ ମୁଡରେ ଓଡିଶା ଅଗ୍ନିଶମ ବିଭାଗ । ଟ୍ବିନସିଟିର ବିଭିନ୍ନ କୋଚିଂ ସେଣ୍ଟର ଉପରେ ଯାଞ୍ଚ କରିଛି ଅଗ୍ନିଶମ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 27, 2019, 12:16 PM IST

Updated : May 27, 2019, 1:00 PM IST

ଭୁବନେଶ୍ବର: ସୁରତ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ଚିହିଁକି ଉଠିଛି ଓଡିଶା । ଆକ୍ସନ ମୁଡରେ ଅଗ୍ନିଶମ ବିଭାଗ । ଟ୍ବିନସିଟିର 22ଟି କୋଚିଂ ସେଣ୍ଟରରେ ଯାଞ୍ଚ । ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି ନା ନାହିଁ, ତାର ଟିକିନିକି ଯାଞ୍ଚ କରୁଛନ୍ତି ବିଭାଗୀୟ ଅଧିକାରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆକାଶ, ମହିନ୍ଦ୍ରା, ସାମଲ କ୍ଲାସେସ, କ୍ୟାରିୟର, ଆଲେନ କ୍ୟାରିୟର, ଏଜୁକେସନ ଏସିଆ, ଅଦୟନ୍ତ, ନାରାୟଣ, ବାଜିରାଓ, ଫିଟଜେଇଇ, ଭାନିକ, ବିନାୟକ ଭଳି ଅନେକ ନାମିଦାମି କୋଚିଂ ସେଣ୍ଟରକୁ ଅଗ୍ନିଶମ ଟିମ ଯାଞ୍ଚ କରିଛି । ଫାୟାର ସେଫଟି ନେଇ ଫାୟାର ଏକସଟନସୁଇଙ୍ଗ, ଫାୟାର ସ୍ପ୍ର୍ରିନକଲର, ଫାୟାର ଡିଟେକ୍ଟର, ୱାଟର ଷ୍ଟୋରେଜ କାପାସିଟି, ଏକଜିଷ୍ଟ ପଏଣ୍ଟ, ଷ୍ଟେୟାର ଆଦି ବିଭିନ୍ନ ଦିଗକୁ ନେଇ ଟିମ ତଦାରଖ କରୁଛି । ଭୁବନେଶ୍ବରରେ ୧୪ ଏବଂ କଟକର ୮ଟି ସ୍ଥାନରେ ଯାଞ୍ଚ କରିଛନ୍ତି ଅଗ୍ନିଶମ ବିଭାଗର ୨୨ଟି ଟିମ ।

ସୂଚନାଯୋଗ୍ୟ, ଶୁକ୍ରବାର ସୁରତର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି 20 ଜଣଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡର ଭୟାବହ ଦୃଶ୍ୟ ସମଗ୍ର ଦେଶବାସୀଙ୍କ ହୃଦୟକୁ ଦୋହଲାଇ ଦେଇଥିଲା ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
Last Updated : May 27, 2019, 1:00 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.