ETV Bharat / state

'ଫନି' ମାଡରେ ସତ୍ତା ହଜାଇଛି ସ୍ମୃତି ବନ

'ଫନି' ମାଡରେ ଘାଇଲା ଓଡିଶା । ରାଜ୍ୟର 2ଟି ଜିଲ୍ଲାକୁ ବାତ୍ୟା କବଳିତ କରିଥିବାବେଳେ ଏଥିରୁ ବାଦ ପଡିନି ଖଣ୍ଡଗିରି ଥାନା ଅନ୍ତର୍ଗତ ଆଳୁ ଗୋଦାମ ନିକଟରେ ଥିବା ସ୍ମୃତି ବନ ।

author img

By

Published : May 13, 2019, 12:08 AM IST

Updated : May 13, 2019, 2:46 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଓଡିଶାର ଚିତ୍ର ବଦଳାଇ ଦେଇଛି ସାମୁଦ୍ରିକ ଝଡ ‘ଫନି’। ବାତ୍ୟା ମାଡରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ଦୁଇ ଜିଲ୍ଲା ପୁରୀ ଓ ଖୋର୍ଦ୍ଧା । 'ଫନି'କୁ ଯିବାର 10 ଦିନ ପରେ ମଧ୍ୟ ସୁଧୁରିନି 2 ଜିଲ୍ଲାର ପରିସ୍ଥିତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବାତ୍ୟା ଯିବାର ଚାରି ଦିନ ବିତି ଯାଇଥିଲେ ସୁଦ୍ଧା ଜିଲ୍ଲାବାସୀଙ୍କ ଘରେ ଚୁଲି ଜଳିନି । ଅନ୍ୟପଟେ ବିଜୁଳି ନଥିବାରୁ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ । ସେପଟେ ସରକାରୀ ରିଲିଫରେ ମିଳୁଥିବା ଚୁଡା ଗୁଡ ପ୍ରଭାବିତଙ୍କ ଦି ଓଳି ପେଟ ଭରିବା କଷ୍ଟକର ହୋଇ ପଡିଛି । ବାତ୍ୟା ସମୟରେ ଲୋକଙ୍କୁ ଯେତିକି କଷ୍ଟ ହେଉ ଥିଲା ବାତ୍ୟା ପରେ ଯନ୍ତ୍ରଣା ଆହୁରୀ ଦୁଇ ଗୁଣ ବଢି ଯାଇଛି ।

ତେବେ ହଜାର ହଜାର ବୃକ୍ଷ 'ଫନି' ମାଡ଼ରେ ଉପୁଡିଯାଇ ଭୁବନେଶ୍ୱରକୁ ଶ୍ରୀ ହୀନ କରିଦେଇଥିବାବେଳେ ଏଥିରୁ ବାଦ ପଡିନି ଖଣ୍ଡଗିରି ଥାନା ଅନ୍ତର୍ଗତ ଆଳୁ ଗୋଦାମ ନିକଟରେ ଥିବା ସ୍ମୃତି ବନ । ଯେଉଁ ସ୍ମୃତି ବନରେ ଲୋକେ ଆସି ନିଜର ପ୍ରିୟଜନଙ୍କ ପାଇଁ ଗଛ ଟିଏ ଓ ଫଳକ ଟିଏ ଲଗାଉଥିଲେ ସେହି ବନକୁ 'ଫନି' ପୁରା ଛାରଖାର କରିଦେଇଛି। ଆଉ ଯାହା କିଛି ଗଛ ରହିଛି ତାକୁ ବନବିଭାଗ ପକ୍ଷରୁ ସଜଡ଼ା ଚାଲିଛି। ତେବେ ଦେଖିବାର ରହିଲା ଏ ସ୍ମୃତି ବନ କେବେ ପୁଣି ନିଜର ଅଣ୍ଟା ସଳଖୁଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:
Last Updated : May 13, 2019, 2:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.