ETV Bharat / state

ଏବେବି ଅନ୍ଧାରରେ ରାଜଧାନୀ, ଭୁଆଁ ବୁଲାଉଛି ଶକ୍ତି ବିଭାଗ

ପ୍ରବଳ ଗରମ ସାଙ୍ଗକୁ ଅନ୍ଧାରରେ କଟୁଛି ରାଜଧାନୀ ବାସିଙ୍କ ରାତି । ଆଜି କାଲି କହି ଭୁଆଁ ବୁଲାଇ ଚାଲିଛି ଶକ୍ତି ବିଭାଗ । 12 ତାରିଖରେ ସମ୍ପୂର୍ଣ୍ଣ ବିଦ୍ୟୁତ ଆସିବା ପ୍ରତିଶ୍ତୁତି ରଖିପାରନାହାନ୍ତି ଶକ୍ତି ସଚିବ ।

author img

By

Published : May 13, 2019, 7:56 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଅସହ୍ୟ ଗରମକୁ ବୁଲୁନି ପଙ୍ଖା । ରାତିର କିଟିକିଟି ଅନ୍ଧାରକୁ ଜଳୁନି ବଲ୍‌ବ । ବିଞ୍ଚଣା ପବନ ପାଲଟିଛି ଏକମାତ୍ର ସାହା । ଡେଡଲାଇନ ସରିବା ପରେ ବି ଶତ ପ୍ରତିଶତ ମିଳିନି ବିଦ୍ୟୁତ । ଦିନେ 2 ଦିନ ପରେ ଲାଇଟ ଆସିବ କହି ଗରିବ ବସ୍ତି ବାସିନ୍ଦାକୁ ଭୁଲେଇ ଚାଲିଛନ୍ତି ବିଭାଗୀୟ କର୍ମଚାରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଫନି ଯିବାର 10 ଦିନ ପରେ ବି ବିନା ବିଦ୍ୟୁତରେ ରାଜଧାନୀର ବହୁ ଅଞ୍ଚଳ । 12 ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପ୍ରତିଶ୍ରୁତିକୁ ପୂରଣ କରିପାରିନାହିଁ ଶକ୍ତି ବିଭାଗ । ଏପଟେ ବିଦ୍ୟୁତ କରଣରେ ନିୟୋଜିତ କର୍ମଚାରୀଙ୍କ କହିବା ଅନୁଯାୟୀ ସରକାର ଖାଲି କହିଦେଲେ ହେବ ନାହିଁ ଅନେକ ସମସ୍ୟା ରହୁଛି । ପୂରା ଭୁବନେଶ୍ବର ବିଦ୍ୟୁତ ପାଇବାକୁ ଆହୁରି 15 ଦିନ ଲାଗିବ ।

ଧିମେଇଯାଇଛି ବିଦ୍ୟୁତ ବିଭାଗର ପ୍ରୟାସ । ଏବେ ବି ବିଭିନ୍ନ ସ୍ଥାନରେ ଚାଲିଛି କାମ । ଏହାର ସ୍ଥିତି ପରଖିବା ପାଇଁ ଆମ ଟିମ ରାଜଧାନୀର ବିଭିନ୍ନ ଅଞ୍ଚଳ ଯାଇ ଅନୁଧ୍ୟାନ କରିଛନ୍ତି ।

ଭୁବନେଶ୍ବରର କଳିଙ୍ଗ ଷ୍ଟୁଡିଓ ଛକ ଉପରେ ସରିନି ଖୁଣ୍ଟି ପୋତା । ଏହା ପରେ ତାର ଟଣାଯିବ । ସମାନ ସ୍ଥିତି ଭରତପୁର ଅଞ୍ଚଳରେ । ଏଠି ବିଭିନ୍ନ ସାହି ଓ ବସ୍ତି ଅଞ୍ଚଳରେ ଲୋକେ କର୍ମଚାରୀଙ୍କୁ ସହଯୋଗ କରି ଖୁଣ୍ଟି ପୋତୁଛନ୍ତି । ଏଠାରେ ଏବେ ବି ବିଦ୍ୟୁତ ତାର ଉପରୁ ଲୋଟି ପଡିଥିବା ଗଛକୁ ସଫା କରାଯାଇନାହିଁ । ଏହା ପରେ ଇଟିଭି କ୍ୟାମେରା ପହଞ୍ଚିଥିଲା ସୁନ୍ଦରପଦା ଅଞ୍ଚଳରେ । ବହୁ ଦିନ ଧରି ବିଜୁଳି ନ ଆସିବାରୁ ଲୋକେ ଏଠାରେ ତାତି ଉଠିଲେଣି । ସ୍ଥାନୀୟ ନୂଆସହି ଅଞ୍ଚଳରେ ଏବେ କାମ ଆରମ୍ଭ ହେଉଛି । କେବେ ସଂଯୋଗ ମିଳିବ ତାହା କେହି କହି ପାରୁ ନାହାଁନ୍ତି । ସେହିପରି ସମାନ ସ୍ଥିତି କପିଳେଶ୍ବର ଓ ଶିଶୁପାଳଗଡ଼ରେ । ଏଠାରେ ଏବେବି ଜାରି ରହିଛି କାମ ।

ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ‘ସରକାର କହି ଦେଲେ ଶତ ପ୍ରତିଶତ ବିଜୁଳି ସଂଯୋଗ ହୋଇଛି, ଏବେ ଆମେ ଅନ୍ଧାରରେ ହଇରାଣ ହେଉଛୁ ।

ଭୁବନେଶ୍ବରରରୁ ଜ୍ଞାନଦର୍ଶୀ ସାହୁ, ଈଟିଭି ଭାରତ

Intro:Body:

fg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.