ଭୁବନେଶ୍ବର: ‘ଫନି’ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ସ୍ଥିତି ସୁଧୁରୁଛି । କଲେଜ କ୍ୟାମ୍ପସକୁ ସ୍ବଭାବିକ କରିବା ପାଇଁ ଅଣ୍ଟା ଭିଡିଛି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ(ଏବିଭିପି) । ସଙ୍ଗଠନର କାର୍ଯ୍ୟକର୍ତ୍ତା ନିଜସ୍ବ ଉଦ୍ୟମରେ କ୍ୟାମ୍ପସକୁ ସଫା କରୁଛନ୍ତି ।


ଏବିଭିପିର ପ୍ରାୟ 50ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ସଫା କରିବାରେ ଲାଗିଛନ୍ତି । ବାତ୍ୟା ପ୍ରଭାବରେ ଉପୁଡି ପଡିଥିବା ଗଛସବୁକୁ କାଢି ଅନ୍ୟତ୍ର ନିଆଯାଉଛି । ଶ୍ରେଣୀଗୃହ ଗୁଡିକରେ ପଡିଥିବା ଅଳିଆ ଆବର୍ଜନା ସଫା କରାଯାଇଛି । ପୁଣିଥରେ କ୍ୟାମ୍ପସର ସ୍ଥିତି ସ୍ବାଭାବିକ କରିବା ପାଇଁ ଲାଗିପଡିଛନ୍ତି ଏବିଭିପି କର୍ମକର୍ତ୍ତା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ