ETV Bharat / state

ବଡ ଭଉଣୀଙ୍କ ଈର୍ଷାର ଶିକାର ଦୂତି !

ଟ୍ରାକରେ ନିଜ ଦୌଡ ପ୍ରତିଭା ନେଇ ଚର୍ଚ୍ଚାରେ ରହୁଥିବା ଦୂତି ଚାନ୍ଦ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତେବେ ବିଭିନ୍ନ ତର୍କର ଜବାବ ଦେଇ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଦୂତି ।

author img

By

Published : May 22, 2019, 8:25 AM IST

Updated : May 22, 2019, 11:26 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଟ୍ରାକରେ ନିଜ ଦୌଡ ପ୍ରତିଭା ନେଇ ଚର୍ଚ୍ଚାରେ ରହୁଥିବା ଦୂତି ଚାନ୍ଦ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ତିନି ଦିନ ତଳେ ନିଜ ସମଲିଙ୍ଗୀ ସମ୍ପର୍କ ବିଷୟରେ ଖୁଲାସା କରିବା ପରେ ଚାରିଆଡେ କେବଳ ଗୋଟିଏ ଚର୍ଚ୍ଚା, ‘ଓଡିଶା ଦୌଡରାଣୀଙ୍କ ସମଲିଙ୍ଗୀ ସମ୍ପର୍କ’ । ତେବେ ବିଭିନ୍ନ ତର୍କର ଜବାବ ଦେଇ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଦୂତି । ଦେଖନ୍ତୁ କ’ଣ ରହିଛି ଘଟଣାକୁ ନେଇ ଦୂତିଙ୍କ ପ୍ରତିକ୍ରିୟା :

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସମଲିଙ୍ଗୀ ସମ୍ପର୍କକୁ ନେଇ କିଛି ଦିନ ତଳେ ମୁହଁ ଖୋଲିଥିବା ଦୂତିଙ୍କୁ ଏବେ ହେବାକୁ ପଡିଛି ଅନେକ ସମାଲୋଚନାର ଶିକାର । ହେଲେ ଏସମସ୍ତ ସମାଲୋଚନାର ଅନ୍ତ କରିବାକୁ ଯାଇ ଇଟିଭି ସହ ସାକ୍ଷାତକାର ସମୟରେ ଆହୁରି ଅନେକ କଥାର ଖୁଲାସା କରିଛନ୍ତି ଦୂତି । ତାଙ୍କ କହିବା ଅନୁଯାୟୀ ସେ ଈର୍ଷାନ୍ବିତ ବଡ ଭଉଣୀ ସରସ୍ବତୀ ଚାନ୍ଦଙ୍କ ଦ୍ବାରା ମାନସିକ ଚାପର ଶିକାର ଅଛନ୍ତି । ବାରମ୍ବାର ତାଙ୍କର କଥାରେ ମାନସିକ ଚାପର ବଶବର୍ତ୍ତୀ ରହି ଶେଷରେ ନିଜ ସମ୍ପର୍କର ଖୁଲାସା କରିଥିଲେ ଦୂତି ।

ଅନ୍ୟପଟେ ମା’ଙ୍କ ବୟାନକୁ ନେଇ ମଧ୍ୟ ଆଶ୍ଚର୍ଯ୍ୟ ଅଛନ୍ତି ଦୂତି । ବଡ ଭଭଣୀଙ୍କ ଅପେକ୍ଷା ମା’ ତାଙ୍କୁ ସବୁ କଥାରେ ସମର୍ଥନ ଦେଇ ଆସୁଥିବା ବେଳେ ମା’ଙ୍କର ଏପରି ବୟାନକୁ ନେଇ ସେ ସହଜରେ ହଜମ କରିପାରି ନାହାନ୍ତି । ହେଲେ ଭବିଷ୍ୟତକୁ ନଜରରେ ରଖି ମା’ ଏପରି କହିଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଦୂତୀ । ତେବେ ଆଗକୁ ଇଟାଲୀ ଗସ୍ତ ଥିବାରୁ ଏସମସ୍ତ ସମାଲୋଚନାରୁ ବଞ୍ଚିବା ପାଇଁ 2 ମାସ ପର୍ଯ୍ୟନ୍ତ ସମସ୍ତ ସୋସିଆଲ ମିଡିଆରୁ ନିବୃତ୍ତ ରହି କେବଳ ନିଜ କ୍ୟାରିଅର ଉପରେ ଧ୍ୟାନ ଦେବା କଥା ପ୍ରକାଶ କରିଛନ୍ତି ଦୂତି ।

ସମାଲୋଚନା ପରେ ବିବାହ କଥା ପଚରାଯିବାରୁ ଅତି ସୁନ୍ଦର ଉତ୍ତର ରଖିଥିଲେ ଦୂତି । ଜବାବରେ କହିଥିଲେ କି ଯେବେ ଭାରତରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିବ ସେହି ସମୟରେ ବେଶ୍‌ ଧୁମଧାମରେ ନିଜ ପ୍ରେମକୁ ସେ ଜୀବନସାଥୀର ଆଖ୍ୟା ଦେବେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : May 22, 2019, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.