ETV Bharat / state

ଭୁବନେଶ୍ବରରେ ଦୁଇ କେନ୍ଦ୍ରମନ୍ତ୍ରୀ

ଓଡିଶା ଫେରିଲେ ଦୁଇ ଓଡିଆ କେନ୍ଦ୍ରମନ୍ତ୍ରୀ । ଜଗନ୍ନାଥ ଦର୍ଶନ, ବାତ୍ୟା ଫୋନି ସମୀକ୍ଷା ଏବଂ ସମ୍ବର୍ଦ୍ଧନା ସଭାରେ ସାମିଲ ହେବେ ଉଭୟେ ।

author img

By

Published : Jun 8, 2019, 9:56 AM IST

Updated : Jun 8, 2019, 12:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡିଶା ଫେରିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ବର ବିମାନବନ୍ଦରରେ ବିପୁଳ ସମ୍ବର୍ଦ୍ଧନା । ମୋଦିଙ୍କ ଦ୍ବିତୀୟ ଇନିଂସରେ ମନ୍ତ୍ରୀ ଭାବରେ ଦାୟିତ୍ବ ନେବା ପରେ ପ୍ରଥମଥର ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ପୁରୀରେ ଜଗନ୍ନାଥ ଦର୍ଶନ, ଫନି ସମୀକ୍ଷା ଏବଂ ଭୁବନେଶ୍ବରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାମିଲ ହେବେ ଉଭୟେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସିଧାସଳଖ ପୁରୀ ଅଭିମୁଖେ ବାହାରିଛନ୍ତି । ପୁରୀରେ ପ୍ରଥମେ ଜଗନ୍ନାଥ ଦର୍ଶନ କରିବେ । ପରେ ‘ଫୋନି’ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ଅପରାହ୍ଣରେ ଉଭୟ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କୁ ଭୁବନେଶ୍ବରରେ ସମ୍ବର୍ଦ୍ଧନା କରାଯିବ । ପ୍ରଦର୍ଶନୀ ପଡିଆରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସାମିଲ ହେବେ ଧର୍ମେନ୍ଦ୍ର ଓ ପ୍ରତାପ । ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, ବିଧାୟକ ଓ ସାଂସଦ ମଧ୍ୟ ଏଠାରେ ଉପସ୍ଥିତ ରହିବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

xcxc

Conclusion:
Last Updated : Jun 8, 2019, 12:15 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.