ETV Bharat / state

ସୁନାକୂଅ ଜଳରେ ସ୍ନାନ କରନ୍ତି ଶ୍ରୀଜୀଉ, ଜାଣନ୍ତୁ ମାହାତ୍ମ୍ୟ - ସୁନାକୂଅ

ସବୁଦିନ ଘୋଡଣୀ ଦ୍ବାରା ଆବଦ୍ଧ କରି ରଖାଯାଇଥିବା ସୁନାକୂଅକୁ ଦେବସ୍ନାନ ପୁର୍ଣ୍ଣମୀ ବା ସ୍ନାନଯାତ୍ରା ଦିନ ଖୋଲାଯାଇଥାଏ । ସେହି କୂଅରୁ ସଂଗୃହିତ ଜଳରେ ଶ୍ରୀଜିଉଙ୍କୁ ସ୍ନାନ କରାଯାଇଥାଏ ।

ଡିଜାଇନ ଫଟୋ
author img

By

Published : Jun 17, 2019, 9:23 PM IST

ଭୁବନେଶ୍ବର: ସୁନାକୁ ସାଧାରଣତଃ ଦେବନାଗରୀ ଭାଷାରେ ସୁବର୍ଣ୍ଣ ଏବଂ ଇଂରାଜୀରେ (ଗୋଲ୍ଡ) କୁହାଯାଏ । ହେଲେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଏକ ପ୍ରଶ୍ନ ଉଙ୍କି ମାରୁଥିବ । ସୁନାକୁଅ କଣ ? ଏହା ସତରେ କଣ ସୁନାରେ ତିଆରି କରାଯାଇଛି ନା ଏହା ଭିତରେ ସୁନା ଅଛି ।

ସୁନାକୂଅ ସୁବର୍ଣ୍ଣରେ ତିଆରି ହେବା କିମ୍ବା କୂଅ ମଧ୍ୟରେ ସୁନା ପଡିଥିବା କଥା କୌଣସି ଶାସ୍ତ୍ରରେ ନାହିଁ । କିନ୍ତୁ ସୁନାଠାରୁ ସୁନାକୂଅର ମୂଲ୍ୟ ଶାସ୍ତ୍ର ମତେ ଅତି ମୂଲ୍ୟବାନ ।

ଶ୍ରୀମନ୍ଦିର ଉତ୍ତରଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରିବା ବାଟର ଡାହାଣ ପାର୍ଶ୍ବରେ ପଡେ ମା’ ଶିତଳାଙ୍କ ମନ୍ଦିର । ମନ୍ଦିର ସମ୍ମୁଖରେ ଥିବା କୂଅକୁ ସୁନାକୂଅ ବୋଲି କୁହାଯାଏ । ଏହି କୂଅଟି କାହାଦ୍ବାରା ବା କେବେ ଖୋଳାଯାଇଛି ତାହା ଉଲ୍ଲେଖ ନାହିଁ । ହେଲେ ଏହା ଅତି ପ୍ରାଚୀନ ଏବଂ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦି ଅବସ୍ଥାନରୁ ରହିଥିବା ଅନୁମାନ କରାଯାଉଛି ।

ସୁନାକୂଅକୁ ବର୍ଷକ ଯାକ ଘୋଡଣୀ ଦ୍ବାରା ଆବଦ୍ଧ କରି ରଖାଯାଇଥାଏ । ହେଲେ ଦେବସ୍ନାନ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କୁ ସ୍ନାନ କରିବା ପାଇଁ କୂଅ ଉନ୍ମୁକ୍ତ କରାଯାଏ । ସୁନାକୂଅରୁ ସ୍ବର୍ଣ୍ଣ, ରୌପ୍ୟ, ତାମ୍ର ବା ମାଟି ପାତ୍ରରେ 108କୁମ୍ଭ ଜଳ ସଂଗ୍ରହ କରାଯାଇ ଚତୁର୍ଦ୍ଦା ମୁରତିଙ୍କୁ ସ୍ନାନ କରାଯାଇଥାଏ ।

ଶ୍ରୀଜଗନ୍ନାଥ 35, ଶ୍ରୀବଳଭଦ୍ର 33, ଦେବୀ ସୁଭଦ୍ରା 22 ଏବଂ ଶ୍ରୀସୁଦର୍ଶନଙ୍କ ନିମନ୍ତେ 18କୁମ୍ଭ ଜଳ ସଂଗ୍ରହ କରାଯାଇ ତତ୍ମଧ୍ୟରେ ଚନ୍ଦନ, କର୍ପୁର ଏବଂ କେଶର ଆଦି ମିଶ୍ରିତ କରି ସ୍ନାନ ମଣ୍ଡପ/ବେଦୀରେ ବିରାଜିତ ଶ୍ରୀଜିଉଙ୍କୁ ସ୍ନାନ କରିଥାନ୍ତି ସେବାୟତ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.