ETV Bharat / state

‘ଫନି’ ସ୍ଥିତି ସମୀକ୍ଷା ନେଇ ଏସଆରସି କାର୍ଯ୍ୟାଳୟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ‘ଫନି’ର ପ୍ରଭାବରେ ଛାରଖାର ହୋଇଛି ସ୍ମାର୍ଟସିଟି । ପ୍ରକୃତିର ଏହି କରାଳ ରୂପରେ ଏକପ୍ରକାର ଭାଙ୍ଗି ପଡିଛି ରାଜଧାନୀର ମେରୁଦଣ୍ଡ । ଏନେଇ ପରିସ୍ଥିତି ସମୀକ୍ଷା କରିବାକୁ ଏସ୍‌ଆର୍‌ସି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author img

By

Published : May 3, 2019, 6:39 PM IST

Updated : May 3, 2019, 8:35 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସଚିବାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଚ୍ଚା ଘରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ଆମର ପ୍ରଥମ ପଦକ୍ଷେପ ଥିଲା । ପ୍ରାୟ 12 ଲକ୍ଷ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳରେ ରଖାଯାଇଛି । ଏବେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଫନିର ପ୍ରଭାବ ଜାରି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଭାବ ଜାରି ରହିଥିବାରୁ ଓଡିଶା ଅତିକ୍ରମ କରିବା ପରେ ହିଁ ବାତ୍ୟା କ୍ଷୟକ୍ଷତି ଆକଳନ ସମ୍ଭବପର । ତେବେ ପୁରୀ ସବୁଠାରୁ ଅଧିକ କ୍ଷୟକ୍ଷତି ସହିଥିବା ବେଳେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ପରିସ୍ଥିତିକୁ ପୁଣି ସ୍ବାଭାବିକ କରିବା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ।

ସୂଚନା ଅନୁଯାୟୀ ଶନିବାର ସୁଦ୍ଧା ଗଞ୍ଜାମରେ ବିଦ୍ୟୁତ ସେବା ସ୍ବାଭାବିକ ହେବ।କୁ ଥିବା ବେଳେ ଅନ୍ୟ ସ୍ଥାନମାନଙ୍କରେ ଯୁଦ୍ଧ କାଳୀନ ଭିତ୍ତିରେ କାମ ଚାଲିଛି । ସେହିପରି ସଡକ ଯୋଗାଯୋଗ ସ୍ବାଭାବିକ କରିବା ପାଇଁ ଆରମ୍ଭ ହୋଇଛି କାମ । ଗଞ୍ଜାମ ଓ ଗଜପତିରେ ଏହା ସମ୍ପୂର୍ଣ୍ଣ ହୋଇସାରିଛି ।

ତେବେ ଶୁକ୍ରବାର ଆୟୋଜିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ବତନ୍ତ୍ର ରିଲଫ କମିଶନର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 3, 2019, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.