ETV Bharat / state

ଶୁଖୁନି ଫନି ଘା': କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ମିଳିନି ଟଙ୍କା

author img

By

Published : Jul 17, 2019, 1:14 PM IST

ସାମୁଦ୍ରିକ ଝଡ ଫନି ମାରିଯାଇଥିବା ଚୋଟ କେବେ ଶୁଖିବ ତାହା ଜଣାନାହିଁ, ସେଥିରେ ପୁଣି ସରକାରଙ୍କ ଚୋଟ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ଆହୁରି ଦୁର୍ଦ୍ଦିନକୁ ଠେଲିଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗତ ମେ ମାସରେ ରାଜ୍ୟର ଉପକୂଳରେ ଫନି ତାଣ୍ଡବରେ ବହୁ କ୍ଷତିଗ୍ରସ୍ତ ହୋଇଥିଲେ ରାଜଧାନୀ ଭୁବନେଶ୍ବରର ଉଠା ଦୋକାନୀ । ଉଠା ଦୋକାନୀଙ୍କ ଏମିତି ଦୁର୍ଦ୍ଦଶା ଦେଖି ରାଜ୍ୟ ସରକାର ସେମାନଙ୍କୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବା ନେଇ ଖୋଦ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ଘୋଷଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ସରକାରୀ ସହାୟତା ମିଳିପାରିଲା ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିଛି ଦୋକାନୀଙ୍କ ଅଭିଯୋଗ ଦୋକାନ ପିଛା ୧ ହଜାର ଟଙ୍କା ହାତଗୁଞ୍ଜା ଦେଲେ ଟଙ୍କା ମିଳିବ ବୋଲି ଅଭିଯୋଗ ହେଉଛି । ହେଲେ ବିଏମସି ଅଧିକାରୀଙ୍କ କହିବା କଥା ହେଲା କାଗଜପତ୍ର ଯାଞ୍ଚ ଚାଲିଛି , ଖୁବଶୀଘ୍ର କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା ଟଙ୍କା । ମିଳିଥିବା ସୂଚନା ଅନୁସାରେ ୨୦୧୫-୧୬ ମସିହାରେ ହୋଇଥିବା ସର୍ଭେ ରିପୋର୍ଟ ଆଧାରରେ ବ୍ୟବସାୟୀଙ୍କୁ ସହାୟତା ପ୍ରଦାନ କରାଯିବ । ଏଠି ପ୍ରଶ୍ନ ଉଠୁଛି ଯଦି ୪ ବର୍ଷ ତଳର ସର୍ଭେ ରିପୋର୍ଟକୁ ଭିତ୍ତି କରି ସହାୟତା ପ୍ରଦାନ କରାଯିବ, ତେବେ ୨୦୧୫-୧୬ ମସିହା ପରେ ଯେଉଁମାନେ ନୂଆ କରି ଉଠାଦୋକାନ କରିଛନ୍ତି, ସେମାନଙ୍କର କଣ କ୍ଷତି ହୋଇନାହିଁ? ସରକାରଙ୍କ ଏପରି ନିଷ୍ପତ୍ତିକୁ ଅନେକ ବ୍ୟବସାୟୀ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି ।

ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଉ କିଛିଦିନ ପରେ ବିଏମସି ନିର୍ବାଚନ ହେବ । ବିଏମସି ଯୋଜନା କରିଛି ଯେ, ନିର୍ବାଚନ ପୂର୍ବରୁ ଏହି ଟଙ୍କା ବ୍ୟବସାୟୀଙ୍କୁ ଦେଇ ସରକାର ନିଜ ସପକ୍ଷରେ ଭୋଟ ବ୍ୟାଙ୍କକୁ ସୁନିଶ୍ଚିତ କରିବା ପାଇଁ ଚାହୁଁଛନ୍ତି ।

ଅନ୍ୟପକ୍ଷରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଏମସି ଅଧିକାରୀ । ପୌର ନିର୍ବାଚନ ନେଇ ଟଙ୍କା ପାଇବାରେ ବିଳମ୍ବ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଫନି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ବିଭାଗୀୟ ମଞ୍ଜୁରୀ ମିଳିଲା ପରେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିବ ବୋଲି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଉଠା ଦୋକାନୀଙ୍କୁ ଫୋନି ସହାୟତା ମିଳିବ କେବେ?

Body:ଫୋନି କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ମିଳିବ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ,ଏ ନେଇ ଖୋଦ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ଫୋନି ପ୍ରଭାବିତ ଭୁବନେଶ୍ୱରର ଉଠା ଦୋକାନୀଙ୍କୁ ପୁଣି ଥରେ ନିଜ ବ୍ୟବସାୟ ସଜାଡିବାକୁ ୧୦,ହଜାର ଟଙ୍କାର ଆର୍ଥିକ ସହାୟତା ଗତ ଜୁନ ମାସରେ ଘୋଷଣା କରିଥିଲେ।ଦୀର୍ଘ ୧ ମାସ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ସରକାରୀ ସହାୟତା ମିଳିଲାନାହିଁ।କାହାର ବି ଆକାଉଣ୍ଟରେ ଟଙ୍କାଟିଏ ବି ଗଲାନାହିଁ।କିଛି ଦୋକାନୀଙ୍କ ଅଭିଯୋଗ, ଲୋଭ ଦେଖାଇ ଦୋକାନ ପିଛା ୧ ହଜାର ଟଙ୍କା ହାତଗୁଂଜା ସହିତ କାଗଜପତ୍ର ଦେଲେ ମିଳିବ ୧୦ ହଜାର ଟଙ୍କା ବୋଲି ଚର୍ଚ୍ଚା ଜୋର ଧରିଛି।ଏବେ ଟଙ୍କା ମିଳିବା ନେଇ ଦେଖା ଦେଇଛି ଅନିଶ୍ଚିତତା।ହେଲେ ବିଏମସି ଅଧିକାରୀଙ୍କ ଯୁକ୍ତି କାଗଜପତ୍ର ଯାଞ୍ଚ ଚାଲିଛି ,ଖୁବଶୀଘ୍ର ସେମାନଙ୍କୁ ମିଳିବ ୧୦ହଜାର ଟଙ୍କା।

୨୦୧୫-୧୬ ମସିହାରେ ହୋଇଥିବା ସର୍ଭେ ରିପୋର୍ଟ ଆଧାରରେ ଏହି ସହାୟତା ପ୍ରଦାନ କରାଯିବ।ଏଠି ପ୍ରଶ୍ନ ଉଠୁଛି ଯଦି ୪ ବର୍ଷ ତଳର ସର୍ଭେ ରିପୋର୍ଟକୁ ଭିତ୍ତିକରି ସହାୟତା ପ୍ରଦାନ କରାଯିବ ତେବେ ୨୦୧୫-୧୬ ମସିହା ପରେ ଯେଉଁମାନେ ନୂଆକରି ଉଠାଦୋକାନ କରିଛନ୍ତି ସେମାନଙ୍କ ନାଁ ନାହିଁ ।ଯାହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।ଜଣଙ୍କୁ ଟଙ୍କା ମିଳିବ ଆଉ ଜଣଙ୍କୁ ମିଳିବନାହିଁ ଯାହାଫଳରେ ସାଧାରଣରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଲାଣି।ଆଗକୁ ପୌରନିର୍ବାଚନ ଆସୁଛି।

ଏ ହେଉଛନ୍ତି ଭୁବନେଶ୍ୱର ୧ ନଂ ହାଟରେ ଥିବା ଉଠା ଦୋକାନୀ ତ୍ରିନାଥ। ବାତ୍ୟା ଫୋନିରେ ଟଳି ଭାଙ୍ଗି ଫଳ ସବୁ ନଷ୍ଟ ହୋଇଗଲା ,ବିଏମସିକୁ ସମସ୍ତ କାଗଜପତ୍ର ଦେଇଛୁ ,ହେଲେ ଫୋନି ସହାୟତା ଅର୍ଥ ମିଳିବାନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ସୂଚନା ମିଳୁନାହିଁ ବୋଲି ତ୍ରିନାଥ କହିଛନ୍ତି।

ଆଗକୁ ବିଏମସି ନିର୍ବାଚନ ଆସୁଛି।ଖେଳ କରୁଛି ବିଏମସି ।ଠିକ ତା ପୂର୍ବରୁ ଟଙ୍କା ଦେବେ ବୋଲି ଶୁଣିବାକୁ ମିଳୁଛି। ଫୋନି ପ୍ରଭାବିତ ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୦,ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ ,ବାତ୍ୟାକୁ ଦୀର୍ଘଦିନ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ଟଙ୍କା ଦିଆଯାଇ ପାରିଲାନାହିଁ ବୋଲି ଭୁବନେଶ୍ବରଉଠାଦୋକାନୀ ମହାସଂଘର ସଭାପତି ସୁର ଜେନା କହିଛନ୍ତି।

ଅନ୍ୟପକ୍ଷରେ ଏ କଥାକୁ ଖଣ୍ଡନ କରିଛନ୍ତି ବିଏମସି ଅଧିକାରୀ।ପୌର ନିର୍ବାଚନ ନେଇ ଟଙ୍କା ପାଇବାରେ ବିଳମ୍ବ ଅଭିଯୋଗ ସମ୍ପୂର୍ଣ୍ଣ ଭୀତିହିନ ।ଫୋନି ପ୍ରଭାବିତ ଉଠାଦୋକାନୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ବିଭାଗୀୟ ମଞ୍ଜୁରୀ ମିଳିଲା ପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଆସିବ ବୋଲି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି।

Conclusion:ସୂଚନାଥାଉ କି ଭୁବନେଶ୍ୱରରେ ଫୋନି ପ୍ରଭାବିତ ଉଠା ଦୋକାନୀଙ୍କୁ ମୁଖ୍ୟମନ୍ତ୍ରୀ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ।୨୦୧୫-୧୬ ସର୍ଭେ ରିପୋର୍ଟ ଅନୁଯାୟୀ ପ୍ରାୟ ୨୧ ହଜାର ରାସ୍ତାକଡ ଉଠା ଦୋକାନୀ ଅଛନ୍ତି।ଏମାନଙ୍କ ମଧ୍ୟରେ ପ୍ରାୟ ୧୮ ହଜାର ଷ୍ଟେସନାରୀ ବ୍ୟବସାୟୀ ରହିଥିବାବେଳେ ,୨ ହଜାର ୪୪୦ ବୁଲା ବ୍ୟବସାୟୀ ଓ ୧୨୭୬ ଅସ୍ଥାୟୀ ଷ୍ଟଲ ରହିଛନ୍ତି।ତେବେ ୪ ବର୍ଷ ତଳର ପୁରୁଣା ସର୍ଭେ ରିପୋର୍ଟ ଆଉ ୨୦୧୯ ଫୋନି ପ୍ରଭାବିତଙ୍କ ସଂଖ୍ୟାରେ ତାଳମେଳ ରହୁଛି କି ନାହିଁ ଆଗକୁ ଦେଖିବାର ଅଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.