ETV Bharat / state

ଟିକେଟ ଫେରାଇଲେ କଂଗ୍ରେସର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ। ଟିକେଟ ବଣ୍ଟନରେ ବିଳମ୍ବ ଦର୍ଶାଇ ପିପିଲି ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି ଟାଣୁଆ କଂଗ୍ରେସ ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ ।

author img

By

Published : Apr 3, 2019, 6:47 PM IST

Updated : Apr 3, 2019, 11:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ନିର୍ବାଚନୀ ମାହୋଲରେ ଚାଞ୍ଚଲ୍ୟ । ପିପିଲି ବିଧାନସଭା ଆସନରୁ ନିର୍ବାଚନ ଲଢିବେନି ଟାଣୁଆ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ । ଦଳ ବିଳମ୍ବରେ ଟିକେଟ ଦେଇଥିବାରୁ ସେ ବିରୋଧ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନକୁ ଆସି ସେ ଟିକେଟ ଫେରାଇଥିବା ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସରେ ଟିକେଟ ବିକ୍ରି ହୋଇଥିବା ନେଇ ସାଂଘାତିକ ଅଭିଯୋଗ ଆଣି ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଯୁଧିଷ୍ଠିର ।ପ୍ରକାଶ ଥାଉ ଯେ, ମଙ୍ଗଳବାର ରାତିରେ ଏଆଇସିସି ଯୁଧିଷ୍ଠିରଙ୍କ ନାମ ପିପିଲି ପାଇଁ ଘୋଷଣା କରିଥିଲା।

ନିର୍ବାଚନ ଖୁବ କମ ଦିନ ବାକି ଥିବାରୁ ତାଙ୍କ ନାମ ଘୋଷଣାକୁ ନେଇ ଅସନ୍ତୋଷ ଥିଲେ ଯୁଧିଷ୍ଠିର । ଏଣୁ ନିଜ କର୍ମୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ଯୁଧିଷ୍ଠିର। ସେପଟେ ଯୁଧିଷ୍ଠିରଙ୍କ ନା ଅଜିତ ମଙ୍ଗରାଜ, ଦଳ କାହାକୁ ଟିକେଟ ଦେବା ତାକୁ ନେଇ ଦ୍ବନ୍ଦରେ ପଡିଥିଲା । ଶେଷ ପର୍ଯ୍ୟନ୍ତ ଉଭୟଙ୍କୁ ଅପେକ୍ଷା କରିବାକୁ ପଡିଥିଲା।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

Blank

Conclusion:
Last Updated : Apr 3, 2019, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.