ETV Bharat / state

ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ରୋଡ୍ ସୋ'

ସିଲଭର୍‌ ସିଟି ପରେ ସ୍ମାର୍ଟ ସିଟି ଭୁବନେଶ୍ବରେ ହାଇଟେକ ବସ୍‌ରେ ପ୍ରଚାର କରିଥିଲେ ନବୀନ । ବୁଧବାର ରସୁଲଗଡ଼ ଠାରୁ ଆରମ୍ଭ କରି ଝାରପଡ଼ା , ଲକ୍ଷ୍ମୀସାଗର, କଲ୍ପନା ଛକ, ରାଜମହଲ ଛକ, ଏଜି ଛକ ତଥା ବିମାନବନ୍ଦର ଛକ୍ ଓ ନବୀନ ନିବାସ ଯାଏଁ ନିର୍ବାଚନୀ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

author img

By

Published : Apr 18, 2019, 5:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ସେଥିପାଇଁ ପ୍ରଚାର ଶେଷ ହୋଇ ସାରିଛି । ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜନୈତିକ ଦଳ ମୁଖିଆମାନେ କଠିନ କସରତ ଜାରି ରଖିଛନ୍ତି । ରୋଡ୍‌ ସୋ, ସାଧାରଣ ସଭା କରି ପ୍ରଚାର କରୁଛନ୍ତି । ବୁଧବାର ଓଡିଶାରେ ହେଭିୱେଟ ନେତାଙ୍କ ପ୍ରଚାର ଝଲକ ଦେଖିବାକୁ ମିଳିଥିଲା । କଟକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରୋଡ଼୍‌ ସୋ କରିଥିବାବେଳେ ଅନ୍ୟପଟେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିଥିଲେ । ସିଲଭର୍‌ ସିଟି ପରେ ସ୍ମାର୍ଟ ସିଟି ଭୁବନେଶ୍ବରେ ହାଇଟେକ ବସ୍‌ରେ ପ୍ରଚାର କରିଥିଲେ ନବୀନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ଥର ଲାଗି ପ୍ରଚାର ଭୁବନେଶ୍ଵର ମଧ୍ୟ ନିର୍ବାଚନ ମଣ୍ଡଳୀରେ କଡା ସୁରକ୍ଷା ବଳୟରେ ମୁଖ୍ୟମନ୍ତ୍ରୀ ନିଜେ ପ୍ରଚାର କରିଛନ୍ତି । କଟକରୁ ନିର୍ବାଚନ ପ୍ରଚାର ସାରି ଭୁବନେଶ୍ଵରରେ ପ୍ରଚାର ଆରମ୍ଭ କରଥିଲେ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ତାଙ୍କ ସମର୍ଥକ ଓ ଦଳୀୟ କର୍ମୀ ସ୍ବାଗତ କରିଥିଲେ । ଭୁବନେଶ୍ବରରେ ନବୀନଙ୍କ ପ୍ରଚାରରେ ବିଳମ୍ବ ହୋଇଥିଲେ ମଧ୍ୟ କର୍ମୀମାନେ ନିଜ ପ୍ରିୟ ନେତାଙ୍କୁ ଦେଖିବା ପାଇଁ ଦୀର୍ଘ ୪ ଘଣ୍ଟା ଧରି ଅପେକ୍ଷା କରିଥିଲେ । ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ମଧ୍ୟ ନିର୍ବାଚନୀ ମଣ୍ଡଳୀ ପାଇଁ ପ୍ରଚାର ପାଇଁ କାର୍ଯ୍ୟକ୍ରମ ସ୍ତିରୀକୃତ ଥିଲା । ମାତ୍ର ବିଳମ୍ବ କାରଣରୁ ପ୍ରଚାର ପାଇଁ ଗସ୍ତ ସ୍ଥାନ ଗୁଡିକକୁ ପରବର୍ତ୍ତୀ ସମୟରେ ବାତିଲ କରାଯାଇଥିଲା ।

ବୁଧବାର ରସୁଲଗଡ଼ ଠାରୁ ଆରମ୍ଭ କରି ଝାରପଡ଼ା , ଲକ୍ଷ୍ମୀସାଗର, କଲ୍ପନା ଛକ, ରାଜମହଲ ଛକ, ଏଜି ଛକ ଦେଇ ବିମାନବନ୍ଦର ଛକ୍ ଓ ନବୀନ ନିବାସ ଯାଏଁ ନିର୍ବାଚନୀ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଠାରେ ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କଟକରେ ନିର୍ବାଚନୀ ପ୍ରଚାରରେ ପ୍ରଥମେ ବିଡାନାସୀରୁ ବାହାରି ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ । ଏହାପରେ କନ୍ଦରପୁର ପର୍ଯ୍ୟନ୍ତ ଯିବା ପରେ ସେଠାରୁ ଫେରି ଭୁବନେଶ୍ବର ଅଭି‌ମୁଖେଦ ଯାତ୍ରା କରିଥିଲେ । ବିଜେଡ଼ି ସୁପ୍ରିମୋ ଦେବାଶିଷ ସାମନ୍ତରାୟ , ଚନ୍ଦ୍ର ସାରଥୀ ବେହେରା ଓ ସୌଭିକ୍‌ ବିଶ୍ବାଳଙ୍କ ପାଇଁ ପ୍ରଚାର କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

gfgf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.