ETV Bharat / state

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ରାଜଧାନୀର ଏକ୍ରାମ-ଭୁବନେଶ୍ୱର ଲୋକସଭ ଆସନ ଅଧିନସ୍ଥ ରୋଡ୍ରମ ୟୁପି ସ୍କୁଲର 112 ନମ୍ବର ବୁଥରେ ମତଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

author img

By

Published : Apr 23, 2019, 10:20 AM IST

Updated : Apr 23, 2019, 11:12 AM IST

ଭୁବନେଶ୍ୱର: ରାଜଧାନୀସ୍ଥିତ ଏକ୍ରାମ-ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧିନସ୍ଥ ଏରୋଡ୍ରମ ୟୁପି ସ୍କୁଲର 112 ନମ୍ବର ବୁଥରେ ମତଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ବର ଲୋକସଭା ଏବଂ ଏହା ଅଧିନସ୍ଥ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍‌, ଭୁବନେଶ୍ୱର


ଚଳିତ ଥର ନବୀନ ପଟ୍ଟନାୟକ ରାଜ୍ୟର ଦୁଇଟି ବିଧାନସଭା ଆସନ ବିଜେପୁର ଏବଂ ହିଞ୍ଜିଳିକାଟରୁ ପ୍ରତଦ୍ୱନ୍ଦିତା କରୁଛନ୍ତି। ଏହି ଦୁଇ ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି।


ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

ଭୁବନେଶ୍ୱର: ରାଜଧାନୀସ୍ଥିତ ଏକ୍ରାମ-ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧିନସ୍ଥ ଏରୋଡ୍ରମ ୟୁପି ସ୍କୁଲର 112 ନମ୍ବର ବୁଥରେ ମତଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଭୁବନେଶ୍ବର ଲୋକସଭା ଏବଂ ଏହା ଅଧିନସ୍ଥ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍‌, ଭୁବନେଶ୍ୱର


ଚଳିତ ଥର ନବୀନ ପଟ୍ଟନାୟକ ରାଜ୍ୟର ଦୁଇଟି ବିଧାନସଭା ଆସନ ବିଜେପୁର ଏବଂ ହିଞ୍ଜିଳିକାଟରୁ ପ୍ରତଦ୍ୱନ୍ଦିତା କରୁଛନ୍ତି। ଏହି ଦୁଇ ଆସନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଯାଇଛି।


ଭୁବନେଶ୍ୱରରୁ ଅଜିତ ଦାସ, ଇଟିଭି ଭାରତ

ଘଟଗାଁ ରେ ମାତାରିଣୀଙ୍କ ୮୩ ତମଚଇତି ପର୍ବ ଆରମ୍ଭ 

ଆଙ୍କର-ଜଗତ ଜନନୀ ଘଟଗାଁ ମା ତାରିଣୀଙ୍କ ୮୩ ତମ ଚଇତି ପର୍ବ ଆଜି ଠାରୁ ଆରମ୍ଭ ହୋଇଛି । ଏପ୍ରିଲ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହା ଘଟଗାଁରେ ମାହା ଆଡମ୍ବରରେ ପାଳିତ ହେଉଛି । ଚଇତି ପର୍ବରେ ମା ତାରିଣି ଙ୍କ ସୁନା ବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି ମନ୍ଦିର କର୍ତୁପକ୍ଷ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉତ୍ସବ ମୂଖର ହେଇ ଉଠିଛି କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ଘଟଗାଁ ପୀଠ । ଧୂପ, ଦ୍ୱୀପ, କର୍ପୂର ବାସ୍ନାରେ ମନ୍ଦିର ମହମହ ବାସି ଉଠୁଥିବା ବେଳେ ଶଂଙ୍ଖ, ହୁଳହୁଳି, ଯୋଡି ନାଗରା ଓ ମହୁରୀ ଶବ୍ଦରେ ବେଢା ଉଠୁଚି ପଡୁଛି । ମାଙ୍କ ନିତି ପୂଜା ସହିତ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହୋଇଛି । ପ୍ରତ୍ୟକ ବର୍ଷ ଏପ୍ରିଲ ମାସ ୯-ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି ଘଟଗାଁରେ ଚଇତି ପର୍ବ ମାହା ଆଡମ୍ବରରେ ପାଳିତ ହେଉଛି । ଆଜି ଚଇଚି ପର୍ବର ପ୍ରଥମ ଦିନରେ ମାର ସୁନା ବେଶ ଭକ୍ତଙ୍କ ମନ ଛୁଇଁ ନେଉଛି । ଆଜି ସକାଳୁ ମାଙ୍କର ସ୍ନାନ କାର୍ଯ୍ୟ ପମାପନ କରାଯାଇ ସୁନା ବେଶ କରାଯିବା ସହ ଯଥା ରୀତିନୀତି ଅନୁଯାୟୀ ପୂଜା ବିଧିରେ ସକାଳ ମଙ୍ଗଳ ଆଳତୀ କରାଯାଇଛି lଚଇତି ପର୍ବର ପ୍ରଥମ ଦିନରେରେ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାଙ୍କ ସୁନା ବେଶ ଦେଖିବା ପାଇଁ ଘଟଗାଁ ଆସିଥିଲେ । ଲୋକ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି, ଏହି ପର୍ବରେ ମାଙ୍କର ସୁନା ବେଶ ଦେଖିଲେ ସେମାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ବହୁ ସଖ୍ୟାରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ମା ତାରିଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିଗେଟ ବ୍ୟବସ୍ଥା କରାଯିବା ସହ ପୋଲିସ ଓ ସ୍ୱେଛାସେବୀ ମାନଙ୍କୁ ନିୟୋଜିତ କରାଯାଇଛି । ଏହି ପର୍ବରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ଶିଳ୍ପିଙ୍କ କଳା ପ୍ରଦର୍ଶୀତ ହେବା ସହ ବିଭିନ୍ନ ଜିଲ୍ଲାର ଲୋକ ନୃତ୍ୟ ପ୍ରଦର୍ଶିତ ହେବ । ଏଥି ସହିତ ଭକ୍ତ ମାନଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ସହ ପୀଠରେ ପ୍ରତ୍ୟକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଂନ୍ଧ୍ୟାରେ ଆଧ୍ୟତ୍ମିକ ପ୍ରବାଚନ, ବାଦି ପାଲା ଅନୁଷ୍ଟିତ ହେବ ।
Last Updated : Apr 23, 2019, 11:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.