ETV Bharat / state

ଡାକ୍ତରଙ୍କ ସୁରକ୍ଷା ପାଇଁ କେନ୍ଦ୍ରର ଆଡଭାଇଜରି ଜାରି

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଆଡଭାଇଜରି ଜାରି କରିଛନ୍ତି । ନିର୍ଦ୍ଦେଶନାମାର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି ।

author img

By

Published : Jul 14, 2019, 10:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ର ସରକାରଙ୍କର ଆଡଭାଇଜରି ଜାରି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ଆଡଭାଇଜରି ଜାରି କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବଙ୍କ ଦ୍ବାରା ଏହା ଜାରି ହୋଇଛି ।

ଏହି ଆଡଭାଇଜରିରେ ଡାକ୍ତର ଓ ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ୍ ସିକ୍ୟୁରିଟି ବ୍ୟବସ୍ଥା ସହ 9ଟି ପଏଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶନାମାର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର । କୋଲକାତାରେ ଡାକ୍ତରଙ୍କୁ ମାଡ଼ ଓ ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନ ପରେ ଏହି ଆଡଭାଇଜରି ଜାରି ହୋଇଥିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦେଶରେ ବିଭିନ୍ନ ସମୟରେ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଓ ଏହାର ପ୍ରଦିବାଦରେ ଆନ୍ଦୋଳନକୁ ରୋକିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଏପରି ପଦକ୍ଷେପ ନେଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାରି ହୋଇଥିବା ଆଡଭାଇଜରିରେ 9ଟି ବିଷୟକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।

ଏଗୁଡିକ ହେଲା:

  • ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ ସିକ୍ୟୁରିଟି ବ୍ୟବସ୍ଥା
  • ହସ୍ପିଟାଲରେ ସିସିଟିଭି କ୍ୟାମେରା ଲଗାଇବା
  • ଆବଶ୍ୟକସ୍ଥଳେ ତୁରନ୍ତ ସୁରକ୍ଷା ଯୋଗାଇବା ପାଇଁ କ୍ବିକ୍ ଆକ୍ସନ ଟିମ ମୁତୟନ କରିବା
  • ସୁରକ୍ଷା ବ୍ୟବସ୍ଥା ମନିଟରିଂ ପାଇଁ ହାଇ ଟେକ୍ନୋଲୋଜି ସମ୍ପନ୍ନ କଣ୍ଟ୍ରୋଲ ରୁମ ଖୋଲିବା
  • ରୋଗୀଙ୍କ ସମ୍ପର୍କୀୟଙ୍କ ଛଡା ମେଡିକାଲ ଭିତରକୁ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିବା
  • ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ଏତଲା ଦେଇ ମାମଲା ରୁଜୁ କରିବା
  • ଚିକିତ୍ସା ଅବହେଳା ଅଭିଯୋଗର ତଦାରଖ ଲାଗି ନୋଡାଲ ଅଫିସର ନିଯୁକ୍ତି କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
  • ଏହାସହ ଖାଲି ପଡିଥିବା 8 ଡାକ୍ତର ଓ ଷ୍ଟାଫ ପଦବୀ ପୂରଣ କରିବାକୁ ଆଡଭାଇଜରିରେ ଉଲ୍ଲେଖ
  • ସହରାଞ୍ଚଳ ଅପେକ୍ଷା ଦୁର୍ଗମ ଅଞ୍ଚଳରେ କାମ କରୁଥିବା ଡାକ୍ତରଙ୍କୁ ଉନ୍ନତ ଭିତ୍ତିଭୂମି ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇଦେବା

ତେବେ କେନ୍ଦ୍ରର ଏହି ଆଡଭାଇଜରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କି ରାଜ୍ୟ ସରକାର ଏସବୁ ବିଷୟକୁ ନେଇ ବହୁ ପୂର୍ବରୁ ସୁରକ୍ଷା ପାଇଁ ଆଇନ ଆଣିଛନ୍ତି । ଏହା ଉପରେ ଆଲୋଚନା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଡାକ୍ତରଙ୍କ ସୁରକ୍ଷା ଲାଗି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ଜାରି କରିଥିବା ଆଡଭାଇଜରିରେ ଡାକ୍ତର ଓ ମେଡ଼ିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ୍ ସିକ୍ୟୁରିଟି ବ୍ୟବସ୍ଥା ସହ ୯ଟି ପଏଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମାର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।
କୋଲକାତାରେ ଡାକ୍ତରଙ୍କୁ ମାଡ଼ ଓ ଦେଶବ୍ୟାପୀ ଡାକ୍ତର ଆନ୍ଦୋଳନ ପରେ ଜାରି ହେଲେ ଆଡଭାଇଜରୀ। ଦେଶରେ ବିଭିନ୍ନ ସମୟରେ ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଓ ଏହାର ପ୍ରଦିବାଦରେ ଆନ୍ଦୋଳନକୁ ରୋକିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ଏମିତି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାରି ହୋଇଥିବା ଆଡଭାଇଜରିରେ ୯ଟି ବିଷୟକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ ସିକ୍ୟୁରିଟି ବ୍ୟବସ୍ଥା । ହସ୍ପିଟାଲ ଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା । ଆବଶ୍ୟକ ସ୍ଥଳେ ତୁରନ୍ତ ସୁରକ୍ଷା ଯୋଗାଇବା ଲାଗି କ୍ବିକ୍ ଆକ୍ସନ ଟିମ ମୁତୟନ କରିବା । ସୁରକ୍ଷା ବ୍ୟବସ୍ଥା ମନିଟରିଂ ପାଇଁ ହାଇ ଟେକ୍ନୋଲୋଜି ସଂପନ୍ନ କଣ୍ଟ୍ରୋଲ ରୁମ ଖୋଲିବା । ରୋଗୀଙ୍କ ସଂପର୍କୀୟଙ୍କ ଛଡା ମେଡିକାଲ ଭିତରକୁ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଜାରି କରିବା । ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ଏତଲା ଦେଇ ମାମଲା ରୁଜ୍ଜୁ କରିବା । ଚିକିତ୍ସା ଅବହେଳା ଅଭିଯୋଗର ତଦାରଖ ଲାଗି ନୋଡାଲ ଅଫିସର ନିଯୁକ୍ତି କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରସରକାର । ଏହା ସହ ୮ ଖାଲିପଡିଥିବା ଡାକ୍ତର ଓ ଷ୍ଟାଫ ପଦବୀ ପୁରଣ କରିବାକୁ ଆଡଭାଇଜରୀରେ ଉଲ୍ଲେଖ ରହିଛି । ସେହିପରି ସହରାଞ୍ଚଳ ଅପେକ୍ଷା ଦୁର୍ଗମ ଅଞ୍ଚଳରେ କାମ କରୁଥିବା ଡାକ୍ତରଙ୍କୁ ଉନ୍ନତ ଭିତ୍ତିଭୂମି ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି। ତେବେ କେନ୍ଦ୍ରର ଏହି ଆଡଭାଇଜରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଏସବୁ ବିଷୟକୁ ନେଇ ବହୁ ପୂର୍ବରୁ ସୁରକ୍ଷା ଲାଗି ଆଇନ ଆଣିଛନ୍ତି।
Body:ବାଇଟ ନବ ଦାସ, ସ୍ବାସ୍ଥ୍ୟ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.