ETV Bharat / state

ଚୁଲି ରନ୍ଧା ଖାଇ ଫସିଗଲେ ସମ୍ବିତ

ସମ୍ବିତ ପିପିଲି ବିଧାନସଭା କ୍ଷେତ୍ରକୁ ପରିଦର୍ଶନ କରି ଜଣେ ମହିଳାଙ୍କ ଘରେ ଖାଦ୍ୟ ଖାଇ ମହିଳା କାର୍ଡ଼ ଖେଳିବାକୁ ଗୋଟି ଚଳାଉଥିବାବେଳେ ସମ୍ବିତଙ୍କ ଏକ ଟ୍ବିଟର ଭିଡ଼ିଓ ମୋଦି ସରକାରଙ୍କ ବିଫଳତାକୁ ବୟାନ କରୁଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଧରିଛି

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 1, 2019, 2:20 AM IST

ଭୁବନେଶ୍ବର: ପୁରୀ ଲୋକସଭା ପାଇଁ ଟିକେଟ୍ ପାଇବା ପର ଠାରୁ ବିବାଦ ତଥା ଚର୍ଚ୍ଚା ଯେମିତି ସମ୍ବିତ ପାତ୍ରଙ୍କ ପିଛା ଛାଡୁନି କହିଲେ ଅତ୍ୟୁକ୍ତି ହେବନି । କାରଣ ସମ୍ବିତ କେତେବେଳେ ଜଗନ୍ନାଥଙ୍କୁ ହାତରେ ଧରି ନିର୍ବାଚନୀ ପ୍ରଚାର ତ ଆଉ କେତେବେଳେ ପୁରୀରେ କେବଳ ‘ଶଙ୍ଖ’ ଫୁଟୁ ବୋଲି ଦେଇଥିବା ବୟାନ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥିବାବେଳେ ପୁଣି ଏକ ଚର୍ଚ୍ଚା ସୋସିଆଲ ମିଡ଼ିଆରେ ମୁଣ୍ଡ ଟେକିଛି । ଯାହାକୁ ନେଇ ସମ୍ବିତଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଭାବେ ସମ୍ବିତ ପାତ୍ର ସ୍ଥାନୀୟ କ୍ଷେତ୍ରରେ ଭୋଟ ହାତେଇବା ପାଇଁ ଲୋକଙ୍କ ନିକଟତର ହେଉଥିବାବେଳେ ମହିଳା ଭୋଟରଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛନ୍ତି । ହେଲେ ଏହାରି ମଧ୍ୟରେ ରବିବାର ସମ୍ବିତ ପିପିଲି ବିଧାନସଭା କ୍ଷେତ୍ରକୁ ପରିଦର୍ଶନ କରି ଜଣେ ମହିଳାଙ୍କ ଘରେ ଖାଦ୍ୟ ଖାଇ ମହିଳା କାର୍ଡ଼ ଖେଳିବାକୁ ଗୋଟି ଚଳାଉଥିବାବେଳେ ସମ୍ବିତଙ୍କ ଏହି ଟ୍ବିଟର ଭିଡ଼ିଓ ମୋଦି ସରକାରଙ୍କ ବିଫଳତାକୁ ବୟାନ କରୁଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଧରିଛି ।

କାରଣ ଉକ୍ତ ଭିଡ଼ିଓରେ ସମ୍ବିତ ଯେଉଁ ମହିଳାଙ୍କ ଘରେ ଖାଦ୍ୟ ଖାଉଛନ୍ତି ସେହି ମହିଳା ଜଣକ ମାଟି ଚୁଲିରେ ରୋଷେଇ କରି ସମ୍ବିତଙ୍କୁ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସମ୍ବିତଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । କାରଣ ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ବଳା ସତେ ଯେମିତି ଏହି ମହିଳା ଜଣକ ଘର ବାଟ ଭୁଲି ଯାଇଛି ବୋଲି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବିତ ପାତ୍ରଙ୍କ ଏହି ଭିଡ଼ିଓକୁ ନେଇ ତପନ ଦାସ ନାମକ ଜଣେ ଫେସବୁକ ୟୁଜର କଟାକ୍ଷ କରି ଲେଖିଛନ୍ତି ଯେ, ଉଜ୍ଜ୍ବଳା ଏକ ସଫଳ ଯୋଜନା, ଏ ଚିତ୍ର ହିଁ ବୟାନ କରୁଛି । ସେହିଭଳି ରମାକାନ୍ତ ମଙ୍ଗରାଜ ନାମକ ଫେସବୁକ ୟୁଜର ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।

ଅଭିଳାଶ ପତି ନାମକ ଜଣେ ଫେସବୁକ ୟୁଜର ସମ୍ବିତଙ୍କ ଏହି ଭିଡ଼ିଓକୁ ନେଇ ମୋଦି ସରକାରଙ୍କ ବଡ଼ ଯୋଜନା ଉଜ୍ଜ୍ବଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି, ଉଜ୍ଜ୍ବଳା ଯୋଜନା କୁଆଡ଼େ ଗଲା ବୋଲି ସମାଲୋଚନା କରିଛନ୍ତି ଅଭିଳାଶ।

ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ପଲିଟିକାଲ ୱାର। ଉଜ୍ଜ୍ବଳା ଯୋଜନାକୁ ବିଜେଡି କରିଛି ଜୋରଦାର ଟାର୍ଗେଟ। ମହିଳାଙ୍କ ଘରେ ଖାଦ୍ୟ ଖାଇ ଟ୍ବିଟରରେ ସମ୍ବିତ ଭିଡ଼ିଓ ପୋଷ୍ଟ କରିବା ପରେ ଏବେ ଆରମ୍ଭ ହୋଇଛି ବାକଯୁଦ୍ଧ। ମୋଦିଙ୍କ ଉଜ୍ଜ୍ବଳା ଯୋଜନା ନେଇ ରବିବାର ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଉଜ୍ଜ୍ବଳା କେତେ ସଫଳ ଏହା ସମ୍ବିତ ପାତ୍ର ପ୍ରମାଣ କରିଛନ୍ତି।

ବିଜେପି ଯେଉଁ ବାହାସ୍ଫୋଟ ମାରୁଥିଲା ତାହା ଧରାପଡିଯାଇଛି ବୋଲି ସସ୍ମିତ କହିଛନ୍ତି। ଏହା ସହ ଉଜ୍ଜ୍ବଳା ଯୋଜନାରେ ଘୋଟାଲା ହୋଇଛି ବୋଲି ଦଳ ଅଭିଯୋଗ କରିଛି ।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.