ETV Bharat / state

ରାଜଧାନୀରେ ବିଜେପିର ଶକ୍ତି ପ୍ରଦର୍ଶନ - ଭୁବନେଶ୍ବର

ବଦଳୁଛି ନିର୍ବାଚନୀ ରଣନୀତି । ଟିକେଟ ନାହିଁ ତ ଦଳ ନାହିଁ । ଦଳ ଛାଡି ଅନ୍ୟଦଳରେ ମିଶୁଛନ୍ତି ନେତା । ଅସନ୍ତୁଷ୍ଟ ବିଜେଡି ଆଜି ବହୁମାତ୍ରାରେ ବିଜେପିରେ ଯୋଗ ଦାନ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 21, 2019, 3:14 AM IST

ଭୁବନେଶ୍ବର: ରାଜ୍ୟରେ ଏବେ ରାଜନୀତିର ବଦଳି ଯାଇଛି ପରିଭାଷା । ଟିକେଟ ନାଇଁତ ଦଳ ନାଇଁ । ନିର୍ବାଚନ ପାଇଁ ଏବେ ସବୁଦଳରେ ଲାଗି ରହିଛି ଛକା ପଞ୍ଝା । ବିଜେଡିରୁ ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା ଅନେକ ନେତା ଆଜି ଭାଜପାରେ ଯୋଗଦେଇଛନ୍ତି । ଗତକାଲି ଓ ପୂର୍ବରୁ ବିଜେଡି ଛାଡିଥିବା ନେତା ସବୁ ଆଜି ପଦ୍ମ ପୋଖରୀକୁ ଡେଇଁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗଞ୍ଜାମରୁ ବିଧାୟକ ଓ ପୂର୍ବତନ ବିଧାୟକ ଆସ୍କା ବିଜେଡି ବିଧାୟକ ଦେବରାଜ ମହାନ୍ତି, ଦଶପଲ୍ଲା ବିଜେଡି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାୟକ, ନୀଳଗିରି ବିଜେଡି ବିଧାୟକ ସୁକାନ୍ତ ନାୟକ, ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେ, ମୟୂରଭଞ୍ଜ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, କୋଦଳା ପୂର୍ବତନ ବିଜେଡି ବିଧାୟକ ନିରଞ୍ଜନ ପ୍ରଧାନ, ଦଶପଲ୍ଲା ପୂର୍ବତନ ବିଜେଡି ବିଧାୟକ କାଶୀନାଥ ମଲିକ ପ୍ରମୁଖ ସେମାନଙ୍କ ସମର୍ଥକ, ଦଳୀୟ କର୍ମୀ, ବିଜୁ ଯୁବ ବାହିନୀର ସଦସ୍ୟ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ, ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତି ରେ ସାମିଲ ହୋଇଛନ୍ତି ।

ସେପଟେ ବିଜେପିରେ ଯୋଗଦେଇଥିବା ସମସ୍ତ ନେତା ମନଇଛା ବିଜେଡି ବିରୋଧରେ ବର୍ଷିଛନ୍ତି । ଏହାସହ ବିଜେପିକୁ କ୍ଷମତାକୁ ଆଣିବା ପାଇଁ ସବୁ ଶକ୍ତି ଲଗାଇବୁ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.