ETV Bharat / state

୨୫ ସୁଦ୍ଧା ଇସ୍ତାହାର ପତ୍ର ଘୋଷଣା କରିବ ବିଜେପି

ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଷ୍ମତା ବଢିବାରେ ଲାଗିଛି। ଜନତାଙ୍କ ମତାମତକୁ ନେଇ ସବୁ ଦଳ ରାଜନୀତି ରଣାଙ୍ଗନରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନକୁ ଗୁରୁତ୍ବ ଦେବ ବିଜେପି।

ଫଟୋ ସୌଜନ୍ୟ- ସମ୍ବାଦଦାତା ଭୁବନେଶ୍ୱର
author img

By

Published : Mar 15, 2019, 9:01 PM IST

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଉଷ୍ମତା ବଢିବାରେ ଲାଗିଛି। ଜନତାଙ୍କ ମତାମତକୁ ନେଇ ସବୁ ଦଳ ରାଜନୀତି ରଣାଙ୍ଗନରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନକୁ ଗୁରୁତ୍ବ ଦେବ ବିଜେପି। କ୍ଷମତାକୁ ଆସିବାର ୬ ମାସ ମଧ୍ୟରେ ଚିଟଫଣ୍ଡ ଜମାକାରୀଙ୍କ କ୍ଷତି ଭରଣା କରାଯିବବୋଲି ସୂଚନା ମିଳିଛି। ବିଜେପି ଇସ୍ତାହାର କମିଟି ବୈଠକ ପରେ ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ୱର

ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତ ହେଉଛନ୍ତି। ଗୁରୁବାର ବିଜେଡ଼ି ତାର ଇସ୍ତାହାର କମିଟି ଘୋଷଣା କରିଥିବାବେଳେ ଆଜି ବିଜେପି ଇସ୍ତାହାର କମିଟିର ପଞ୍ଚମ ବୈଠକ ବସିଥିଲା। ଯେଉଁଥିରେ ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

କୃଷି ଓ କୃଷି ଭିତ୍ତିକ ଶିଳ୍ପକୁ ପ୍ରାଥମିକତା ଦେବ ଦଳ। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ଦିଆଯିବ ପ୍ରୋତ୍ସାହନ। ଶିଳ୍ପାନୁଷ୍ଠାନରେ ଓଡ଼ିଆଙ୍କ ନିଯୁକ୍ତିକୁ ଦିଆଯିବ ଗୁରୁତ୍ବ। ସପ୍ତାହକ ମଧ୍ୟରେ ଘୋଷଣା ହେବ ନିର୍ବାଚନୀ ଇସ୍ତାହାର।

ଚଳିତ ବର୍ଷ ନିର୍ବାଚନକୁ ନେଇ ବିଭିନ୍ନ ଦଳ ପକ୍ଷରୁ କିଭଳି ଭାବରେ ଲୋକମାନଙ୍କ ପାଖରେ ପହଞ୍ଚି ପାରିବେ, ଲୋକମାନଙ୍କ ପାଇଁ ଦଳ କିଭଳି ଭାବରେ ସମସ୍ୟାର ସମାଧାନ କରିପାରିବେ ସେ ନେଇ ବୈଠକରେ ଆଲୋଚନା କରାଯାଇଛି। ଏହି ବୈଠକ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରିୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ବିଜେପି ନେତା ସାମିଲ ହୋଇଥିଲେ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.