ETV Bharat / state

ଜାଲ ଚିଠି ମାମଲା, ହାଜର ହେଲେ ଗୋଲକ ମହାପାତ୍ର

author img

By

Published : Mar 23, 2019, 10:47 PM IST

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି, ଦଳର ମୁଖପାତ୍ର ଗୋଲକ ମହାପାତ୍ର ଓ ବିଜେପି ଯୁବ ସଭାପତି ଟଙ୍କଧର ତ୍ରିପାଠୀ ଏକ ଚିଠି ଦେଖାଇ ସରକାରଙ୍କ ଉପରେ ବର୍ଷିଥିଲେ । ଅଭିଯୋଗ କରିଥିଲେ ଗୁଇନ୍ଦା ଚିଠି ଆଧାରରେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଚିଠିକୁ ନେଇ ରାଜନୀତି ତେଜିଥିବାବେଳେ ପୋଲିସ ଡିଜି ମିଛ ବୋଲି କହିଥିଲେ ପରେ ଖାରବେଳ ନଗର ଥାନାରେ ଏକ ମାମଲା ହୋଇଥିଲା , ପୋଲିସ କମିଶନର ଏହି ଚିଠି କେଉଁଠୁ ଆସିଲା, ତାହାର ତହନ୍ତ ହେବ ବୋଲି କହିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ବିଧାନସଭା ସିଟରେ ନିର୍ବାଚନ ଲଢିବା ଓ ଜାଲ ଚିଠିକୁ ନେଇ ଚାଲିଥିବା ଆରୋପ ପ୍ରତ୍ୟାରୋପରେ ପରେ ଖାରବେଳ ନଗର ଥାନା ପୋଲିସର ନୋଟିସ ପାଇ ଆଜି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ନିଜ ଉତ୍ତର ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁସାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି, ଦଳର ମୁଖପାତ୍ର ଗୋଲକ ମହାପାତ୍ର ଓ ବିଜେପି ଯୁବ ସଭାପତି ଟଙ୍କଧର ତ୍ରିପାଠୀଏକ ଚିଠି ଦେଖାଇ ସରକାରଙ୍କ ଉପରେ ବର୍ଷିଥିଲେ । ଅଭିଯୋଗ କରିଥିଲେ ଗୁଇନ୍ଦା ଚିଠି ଆଧାରରେ ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଚିଠିକୁ ନେଇ ରାଜନୀତି ତେଜିଥିବାବେଳେ ପୋଲିସ ଡିଜି ମିଛ ବୋଲି କହିଥିଲେ, ପରେ ଖାରବେଳ ନଗର ଥାନାରେ ଏକ ମାମଲା ହୋଇଥିଲା।ପୋଲିସ କମିଶନର ଏହି ଚିଠି କେଉଁଠୁ ଆସିଲା ତାହାର ତଦନ୍ତ ହେବ ବୋଲି କହିଥିଲେ ।

ସେହିକ୍ରମରେ ପୋଲିସ ଏହି ତିନି ନେତାଙ୍କୁ ନୋଟିସ ଦେଇଥିଲା , ଆଜି ଗୋଲକ ମହାପାତ୍ର ତାଙ୍କ ଓକିଲଙ୍କ ସହ ଖାରବେଳ ନଗର ଥାନରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ଗୋଲକଙ୍କ ଓକିଲ ସୂଚନା ଦେଇ କହିଛନ୍ତି ଯେ ଏହି ଚିଠି ଅଫିସିଆଲ ସୁତ୍ରୁରୁ ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ଆସିଥିଲା । ଯାହାକି ଏବେବି ଅନେକ ୱେବସାଇଟରେ ଉପଲବ୍ଧ ହେଉଥିବାବେଳେ ଏବେବି ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ମାମଲାରେ ଅନ୍ୟତମ ନେତା ଟଙ୍କଧର ତ୍ରିପାଠୀଆସନ୍ତାକାଲି ଖାରବେଳ ନଗର ଥାନାରେ ହାଜର ହେବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

ଯଦି କାହା ନଜରକୁ କିଛି ବଡ ଖବର ଆସିଲା, ତୁରନ୍ତ 2 ରୁ 3 ଲାଇନ୍ ଲେଖିକି ପବ୍ଲିଶ୍ କରନ୍ତୁ।

ଅନ୍ତର୍ଜାତୀୟ

ଜାତୀୟ

ରାଜ୍ୟ

ପବ୍ଲିଶ୍ କରିବା ପରେ ତତ୍‌କ୍ଷଣାତ୍ ସିଫ୍ଟ ଇନ୍‌ଚାର୍ଜଙ୍କୁ ଜଣାନ୍ତୁ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.