ETV Bharat / state

'ପରାଜୟ ଭୟରେ ବିଜେପି ରାଜନୈତିକ ହିଂସା ସୃଷ୍ଟି କରୁଛି' - create

ଗଞ୍ଜାମର ସୋରଡ଼ା ବିଜେପି ପ୍ରାର୍ଥୀଙ୍କ ଇଭିଏମ୍‌ ଭଙ୍ଗା ଘଟଣାକୁ ବିଜେଡି କଡା ଭାଷାରେ ନିନ୍ଦା କରିଛି । ଏହି ଘଟଣା ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟାରେ ବିଜେପି ପରାଜୟ ଭୟରେ ରାଜନୈତିକ ହିଂସା ସୃଷ୍ଟି କରୁଛି ବୋଲି କହିଛନ୍ତି । । ବିଜେପି ରାଜ୍ୟରେ ୟୁପି ଓ ବିହାର ଭଳି ଅରାଜକତା ସୃଷ୍ଟି କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 19, 2019, 7:09 AM IST

ଭୁବନେଶ୍ବର: ଗଞ୍ଜାମର ସୋରଡ଼ା ବିଜେପି ପ୍ରାର୍ଥୀଙ୍କ ଇଭିଏମ୍‌ ଭଙ୍ଗା ଘଟଣାକୁ ବିଜେଡି କଡା ଭାଷାରେ ନିନ୍ଦା କରିଛି । ଏହି ଘଟଣା ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରତିକ୍ରିୟାରେ ବିଜେପି ପରାଜୟ ଭୟରେ ରାଜନୈତିକ ହିଂସା ସୃଷ୍ଟି କରୁଛି ବୋଲି କହିଛନ୍ତି । ବିଜେପି ରାଜ୍ୟରେ ୟୁପି ଓ ବିହାର ଭଳି ଅରାଜକତା ସୃଷ୍ଟି କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି ବିଜେଡି । ବିଜେପିର ଏତାଦୃଶ୍ୟ ଆଭିମୁଖ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ସସ୍ମିତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏଠାରେ ସୂଚନା ଯୋଗ୍ୟ ଯେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଗ୍ରହଣ ଚାଲୁଥିବା ବେଳେ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ଇଭିଏମ ଭାଙ୍ଗିଥିବା ନେଇ ତାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଣ୍ଟି ଗାଁର ବୁଥ ନଂ ୧୮୨ରେ ଇଭିଏମ ଭଙ୍ଗା ହୋଇଥିବାର ସ୍ଥାନୀୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହି ଘଟଣା ପରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାମରେ ବୁଥର ପ୍ରିଜାଇଡିଂ ଅଫିସର ସୋରଡା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ । ପରେ ସୋରଡା ଥାନା ପୋଲିସ ଶେଷରେ ନୀଳମଣି ବିଷୋୟୀଙ୍କୁ ଗିରଫ କରିଥିଲେ । ଏନେଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଥିଲେ । ଅନ୍ୟପଟେ ଇଭିଏମ୍‌ ଭଙ୍ଗା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ନୀଳମଣି । ଏହାସହ ଥାନାରେ ପାଲଟା ଏତଲା ଦେଇଛନ୍ତି । ବୁଥ୍‌ରେ ବିଜେଡିର କିଛି କର୍ମୀ ବୁଥ୍‌ ରେଗିଂ କରୁଥିବା ଖବର ପାଇ ସେ ସେଠାରେ ପହଞ୍ଚିଥିବା ବେଳେ ତାହାର ପ୍ରତିବାଦ କରି ସେଠାରେ ପୁନଃ ମତଗ୍ରହଣ ପାଇଁ ଦାବି କରିଥିଲେ ବୋଲି କହିଛନ୍ତି । ଏହି ସମୟରେ ଗାଡି ଭଙ୍ଗାରୁଜା ସହ କିଛି ସମୟ ପାଇଁ ନୀଳମଣୀ ଏବଂ ତାଙ୍କ ସମର୍ଥକ ରାସ୍ତା ଉପରେ ବସି ରହିଥିବା ଦେଖାଯାଇଥିଲା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.