ETV Bharat / state

3 ଲୋକସଭା ଏବଂ 11 ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଫଟୋ ସୌଜନ୍ୟ: ଟୁଇଟର@BJP4Odisha
author img

By

Published : Apr 1, 2019, 12:45 PM IST

Updated : Apr 1, 2019, 1:23 PM IST

BJP, candidate, odisha election, election
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

2019-04-01 12:26:27

ଭୁବନେଶ୍ବର ଉତ୍ତର ଆସନପାଇଁ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ବିଜେପି ଟିକେଟ । ପାଟକୁରାରୁ ପ୍ରାର୍ଥୀ ହେବେ ବିଜୟ ମହାପାତ୍ର ।

ଭୁବନେଶ୍ବର: ବିଜେପି ଆଉ 3 ଲୋକସଭା ଏବଂ 11 ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି । ଭୁବନେଶ୍ବର ଉତ୍ତରରୁ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ପୁରୁଖା ନେତା ବିଜୟ ମହାପାତ୍ର ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି । ଅଭିମନ୍ୟୁ ସେଠୀଙ୍କୁ ମିଳିଛି ଭଦ୍ରକ ଲୋକସଭା ପାଇଁ ଦଳୀୟ ଟିକେଟ । ମୟୂରଭଞ୍ଜପାଇଁ ବିସେଶ୍ବର ଟୁଡୁ ଏବଂ ଯାଜପୁର ଲୋକସଭାପାଇଁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି ।   

ଆନନ୍ଦପୁରରୁ ଦଳ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଛି। ପ୍ରଥମେ ଏଠାରୁ ଭାଗିରଥୀ ସେଠୀ ଟିକେଟ ପାଇଥିଲେ । ହେଲେ ସେ ଶଙ୍ଖ ଧରିଥିଲେ । ଅନ୍ୟପଟେ ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟ, ରାଇରଙ୍ଗପୁରରୁ ନବ ଚରଣ ମାଝୀ, ମୋରଡ଼ାରୁ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ନୀଳଗିରିରୁ ସୁକାନ୍ତ ନାୟକ, ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ମହାକାଳପଡ଼ାରୁ ବିଜୟ ପ୍ରଧାନ ଓ ପୁରୀରୁ ଜୟନ୍ତ ଷଡ଼ଙ୍ଗୀଙ୍କ ମିଳିଛି ଦଳୀୟ ଟିକେଟ । 

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

dfgbd

Conclusion:
Last Updated : Apr 1, 2019, 1:23 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.