ETV Bharat / state

‘କିଛି ସରକାରୀ କର୍ମଚାରୀ ଶାସକ ଦଳର ଏଜେଣ୍ଟ’

ସରକାରୀ କର୍ମଚାରୀ ଶାସକ ଦଳର ଏଜେଣ୍ଟ ସାଜିଥିବା ଅଭିଯୋଗ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେପି ।

author img

By

Published : Mar 30, 2019, 7:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସରକାରୀ କର୍ମଚାରୀମାନେ ବିଜେଡିର ଏଜେଣ୍ଟ ସାଜିଥିବା ଅଭିଯୋଗ କରିଛି ବିଜେପି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହୋଇଛି ଦଳ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶନିବାର ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ 5 ଜଣିଆ ଟିମ ନିର୍ବାଚନ ଅଧିକାରଙ୍କୁ ଭେଟିଛନ୍ତି । ଦଳର ଅଭିଯୋଗ ଏହା ଯେ କେବଳ ଉପରିସ୍ଥ ନୁହେଁ, ତଳ ସ୍ତର ଅଧିକାରୀମାନେ ମଧ୍ୟ ବିଜେଡିର ଏଜେଣ୍ଟ ସାଜିଛନ୍ତି । ବିଜେଡିର କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ସରକାରୀ କର୍ମଚାରୀ । ଯାହାକି ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଙ୍ଘନ ବୋଲି କହିଛି ଭାରତୀୟ ଜନତା ପାର୍ଟି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.