ଭୁବନେଶ୍ବର: ଦଳୀୟ ନେତାଙ୍କ ଦଳ ବିରୋଧୀ କାର୍ଯ୍ୟକୁ ନେଇ ସୁପ୍ରିମୋଙ୍କ କଡା ପଦକ୍ଷେପ । ବିଭିନ୍ନ ଜିଲ୍ଲାର 16 ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜେଡିର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି।
ବହିଷ୍କୃତ ନେତାମାନେ ହେଲେ :
ବାଲେଶ୍ବରରୁ ରଘୁନାଥ ମହାନ୍ତି
ଅନୁଗୋଳରୁ ରବି ପାଣି
ଭଦ୍ରକରୁ ଅର୍ଜୁନ ଚରଣ ସେଠୀ ଓ ଅଭିମନ୍ୟୁ ସେଠୀ
ନୟାଗଡରୁ ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଓ କାଶୀନାଥ ମଲ୍ଲିକ
ଗଜପତିରୁ କେ.ନାରାୟଣ ରାଓ ଓ ବାସନ୍ତୀ ମଲ୍ଲିକ
ଗଞ୍ଜାମରୁ ନିରଞ୍ଜନ ପ୍ରଧାନ ଓ ଦେବରାଜ ମହାନ୍ତି
ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ବାବୁ ସିଂ
ମୟୂରଭଞ୍ଜରୁ ଲକ୍ଷ୍ମଣ ଟୁଡୁ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ
ପୁରୀରୁ ଜୟନ୍ତ ଷଡଙ୍ଗୀ
ସୁନ୍ଦରଗଡରୁ କୁସୁମ ଟେଟେ
ଭୁବନେଶ୍ବରରୁ ତପନ କମାର ଦାସ, ଇଟିଭି ଭାରତ