ETV Bharat / state

ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟୟ: ବିଜେଡି ସୁପ୍ରିମୋଙ୍କ ରିପୋର୍ଟ ତଲବ

ନିର୍ବାଚନରେ ପଶ୍ଚିମ ଓଡିଶାରେ ଦଳର ବିପର୍ଯ୍ୟୟ କ’ଣ ପାଇଁ ହେଲା ? ସେ ନେଇ ରିପୋର୍ଟ ମାଗିଛନ୍ତି ବିଜେଡି ସୁପ୍ରିମୋ ।

author img

By

Published : May 27, 2019, 9:01 PM IST

Updated : May 28, 2019, 11:35 AM IST

ଫାଇଲ ଫଟୋ

ଭୁବନେଶ୍ବର: 19 ମହାସମରରେ ସମଗ୍ର ରାଜ୍ୟରେ ବିଜେଡି ଜବରଦସ୍ତ ଜଲଓ୍ଵା ଦେଖେଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦଳକୁ ଲାଗିଛି ଶକ୍ତ ଝଟକା । ଏଠାକାର ସମସ୍ତ ଲୋକସଭା ଆସନକୁ ବିଜେଡି ହାତରୁ ଛଡାଇ ନେଇଛି ବିଜେପି । ତେବେ ବରଗଡ ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ବିଧାନସଭା ଆସନରେ ବିଜେଡିର ସମସ୍ତ ଆଶାୟୀ ବିଧାୟକ ଭାବେ ଜିତିଥିଲେ ମଧ୍ୟ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନରେ କଣ ପାଇଁ ଦଳ ଏପରି ବିପର୍ଯ୍ୟୟର ସାମ୍ନା କଲା ? ସେ ନେଇ ରିପୋର୍ଟ ମାଗିଛନ୍ତି ବିଜେଡି ସୁପ୍ରିମୋ । ପଶ୍ଚିମ ଓଡିଶାର କେଉଁ ବିଧାନସଭାରେ ବିଧାୟକଙ୍କୁ ଓ ଲୋକସଭା ପ୍ରାର୍ଥୀଙ୍କୁ କେତେ ଭୋଟ ମିଳିଛି ସେ ନେଇ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନବୀନ ନିବାସରେ ରବିବାର ବରଗଡ, ସୁନ୍ଦରଗଡ, କଳାହାଣ୍ଡି ଏବଂ ବଲାଙ୍ଗୀର ଲୋକସଭା ଏବଂ ଏହା ଅଧିନରେ ଆସୁଥିବା ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବୀତା କରିଥିବା ସମସ୍ତ ପରାଜିତ ଓ ବିଜୟୀ ପ୍ରାର୍ଥୀ ପହଞ୍ଚିଥିଲେ । ତେବେ ଏହି ଆସନରେ ଦଳ କଣ ପାଇଁ ପରାଜୟ ସାମ୍ନା କଲା ତାହାର କାରଣ ଏବେ ଖୋଜା ଚାଲିଛି । ତେବେ ଅନ୍ତର୍ଘାତୀ କାର୍ଯ୍ୟ କିମ୍ବା ଷଡଯନ୍ତ୍ର ପାଇଁ ଯଦି ଦଳ ଏଠାରେ ଖରାପ ପ୍ରଦର୍ଶନ କରିଛି ତେବେ ଏହା ବିରୋଧରେ କଠୋର ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି ।

ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ମାତ୍ ଖାଇଛି ବିଜେଡି । ଏପରିକି ଆଶାନୁରୂପ ସଫଳତା ପାଇ ନାହିଁ ଦଳ । ଗୋଟିଏ ହେଲେ ମଧ୍ୟ ଲୋକସଭା ଆସନ ଦଖଲ କରିବାରେ ସଫଳ ହେଲା ନାହିଁ ଦଳ । କାହିଁକି ପରାସ୍ତ ହେଲା ଦଳ ? ଏହାର ପଛର କାରଣ କଣ ? ଦଳ ମଧ୍ୟରେ ରହି କିଏ କଲା ଅନ୍ତର୍ଘାତୀ କାମ ଏନେଇ ନବୀନ ନିବାସରେ ଚାଲିଛି ମାନସ ମନ୍ଥନ ।

ସୁନ୍ଦରଗଡ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବୀତା କରିଥିବା ସୁନୀତା ବିଶ୍ଵାଳ ଓ ବିଧାୟକ ପ୍ରାର୍ଥୀ ଯୋଗେଶ ସିଂ ହାରିବାର କାରଣ ବଖାଣିଛନ୍ତି । ଏନେଇ ସୁନୀତା କହିଛନ୍ତି, କମ୍ ସମୟ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ । ସେପଟେ ଯୋଗେଶ କହିଛନ୍ତି ପରାଜୟ ନେଇ ସେ ଆତ୍ମସମୀକ୍ଷା କରିବେ ।

ଅନ୍ୟପଟେ ବଲାଙ୍ଗୀରରେ ଦଳର ପରାଜୟ ପାଇଁ ସିଧାସଳଖ ପୂର୍ବତନ ସାଂସଦ କଳିକେଶ ସିଂହ ଦେଓଙ୍କୁ ଦାୟୀ କରିଛନ୍ତି କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ ଆୟୁବ୍ ଖାନ୍ । ଏହା ସ୍ପଷ୍ଟ ଯେ ଦଳରେ ରହି ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବିଜେଡି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ସମଗ୍ର ଓଡ଼ିଶାରେ ନବୀନ ପଟ୍ଟନାୟକ ଙ୍କ ଜଲଓ୍ଵା ଦେଖେଇଥିବା ବେଳେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଦଳ ଲାଗିଛି ଶକ୍ତ ଝଟକା ।ପଶ୍ଚିମ ଓଡ଼ିଶାର  ଲୋକସଭା ଆସନ ଗୁଡିକ ଛଡାଇ ନେଇଛି ବିଜେପି ।ଏପରିକି ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଦଳ ସମସ୍ତ ବିଧାୟକ ଜିତିଥିଲେ ମଧ୍ୟ ଲୋକସଭା ସିଟ୍ ବିଜେପି ହାତକୁ ଯାଇଛି ।ଏନେଇ ବିଜେଡି ଦଳର ସୁପ୍ରମୋ ନବୀନ ପଟ୍ଟନାୟକ ରିପୋର୍ଟ ମାଗିଛନ୍ତି ।କେଉଁ ବିଧାନସଭା ରେ ବିଧାୟକ ଙ୍କୁ କେତେ ଭୋଟ ଓ ଲୋକସଭା ପାର୍ଥୀ ଙ୍କୁ କେତେ ଭୋଟ ମିଳିଛ ।ସୂଚନା ଅନୁସାରେ ଆଜି ନବୀନ ନିବାସ ରେ ବରଗଡ,ସୁନ୍ଦରଗଡ, କଳାହାଣ୍ଡି ଓ ବଲାଙ୍ଗୀର  ଆସନର ଲଢୁଥିବା ସମସ୍ତ ପରାଜିତ ଓ ବିଜୟୀ ପାର୍ଥୀ ମାନଙ୍କୁ ଡକାଇ କାରଣ ଖୋଜା ଚାଲିଛି ।ଏପରିକି ଦଳ ମଧ୍ୟ କୋଠର କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି ।

ପଶ୍ଚିମ ଓଡ଼ିଶାରେ ବିଜେଡି ବିଫଳ ହେଲା ,ଦଳ ଗୋଟିଏ ବି ଆସନ ଦଖଲ କରିବାରେ ସଫଳ ହେଲା ନାହିଁ ।କିଏ ପରାଯୟ ପଛର କାରଣ ,ବିଜେଡି ଭିତରେ ରହି କିଏ ଅନ୍ତଘାତି କାମ କଲା ।ଏନେଇ ନବୀନ ନିବାସ ରେ ଚାଲିଛି ମାନସ ମନ୍ଥନ ।ଏନେଇ ସୁନ୍ଦରଗଡ ଲୋକସଭା ପାର୍ଥୀ ସୁନୀତା ବିଶ୍ଵାଳ ଓ ଯୋଗେଶ ସିଂ ହାରିବାର କାରଣ ବଖାଣିଛନ୍ତି ।ସୁନୀତା କହିଛନ୍ତି ଯେ କମ୍ ସମୟ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚି ପାରିଲେ ନାହିଁ ସେପଟେ ଯୋଗେଶ ସିଂ କହିଛନ୍ତି ଯେ ପରାଯୟ ନେଇ ଆତ୍ମ ସମିକ୍ଷା କରିବେ ।ସେପଟେ ବଲାଙ୍ଗୀର ରେ ଦଳ ପରାଯୟ ପାଇଁ ସିଧାସଳଖ ସାଂସଦ କଳିକେଶ ସିଂଦେଓ ଙ୍କୁ ଦାୟୀ କରିଛନ୍ତି ପୂର୍ବତନ ବିଧାୟକ ଆୟୁବ୍ ଖାନ୍  ।ତେବେ ଏହା ସ୍ପଷ୍ଟ ଯେ ଦଳରେ ରହି ଦଳ ପ୍ରତି ଆତ୍ମଘାତି କାର୍ଯ୍ୟ କରିଥିବା ନେତାଙ୍କ ଉପରେ ବିଜେଡି ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି ।
ବାଇଟ୍ ହ୍ଵାଟ୍ସଆପ ରେ ଯାଇଛି ।

Last Updated : May 28, 2019, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.