ଭୁବନେଶ୍ୱର: ସନ୍ଧ୍ୟା 7ଟା ସୁଦ୍ଧା ଆସିଥିବା ଫଳାଫଳ ଅନୁଯାୟୀ 21ଟି ଲୋକସଭା ଆସନ ମଧ୍ୟରୁ ବିଜେଡି 12ଟିରେ ଓ ବିଜେପି 9ଟି ଆସନରେ ଆଗରେ ରହିଛି । ବିଜେଡି ଆସ୍କା, ବ୍ରହ୍ମପୁର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡା, କେନ୍ଦୁଝର ଓ ନବରଙ୍ଗପୁରରେ ଆଗୁଆ ରହିଛି । ସେପଟେ ବିଜେପି ବାଲେଶ୍ଵର, ଭୁବନେଶ୍ୱର, ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଆଗୁଆ ରହିଛି ।
ସେହିଭଳି 146 ବିଧାନସଭା ମଧ୍ୟରୁ ବିଜେଡି 113, ବିଜେପି 22, କଂଗ୍ରେସ 9 ଓ ସିପିଆଇ ଗୋଟିଏ ଆସନରେ ଆଗୁଆ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସରକାରୀ ଭାବେ କୌଣସି ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି । ଏବେସୁଦ୍ଧା ବିଭିନ୍ନ ନିର୍ବାଚନମଣ୍ଡଳୀରେ 30 ପ୍ରତିଶତ ବୁଥର ଗଣନା ସରିନି ।
ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ