ETV Bharat / state

‘ଫନି’ ମୁକାବିଲା ପାଇଁ ପ୍ରସ୍ତୁତ ରାଜଧାନୀ ଅଗ୍ନିଶମ ଟିମ୍‌ - team

ଫନି ମୁକାବିଲା ପାଇଁ ପ୍ରସ୍ତୁତ ଭୁବନେଶ୍ବର ଅଗ୍ନିଶମ ଟିମ । କଳ୍ପନା ଦମକଳ କେନ୍ଦ୍ରରେ ସମସ୍ତ ଆଧୁନିକ ଯନ୍ତ୍ରାଂଶ ସହ ରେଡ୍ଡି ରହିଛି ଟିମ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 1, 2019, 4:21 PM IST

Updated : May 1, 2019, 5:28 PM IST

ଭୁବନେଶ୍ବର: ବଢିଚାଲିଛି ଫନିର ଘଣ୍ଟା ପ୍ରତି ବେଗ । ମୁକାବିଲା କରିବାକୁ ଫୁଲ ଜୋସରେ ପ୍ରଶାସନ । ରାଜଧାନୀକୁ ଫନିରୁ ମୁକୁଳେଇବାକୁ ପ୍ରସ୍ତୁତ ଭୁବନେଶ୍ବର ଅଗ୍ନିଶମ ଟିମ । କଳ୍ପନା ଦମକଳ କେନ୍ଦ୍ରରେ ସମସ୍ତ ଆଧୁନିକ ଯନ୍ତ୍ରାଂଶ ସହ ରେଡ୍ଡି ରହିଛି ଟିମ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର ପାଇଁ ଇଲେକ୍ଟ୍ରିକ ରିଷ୍ଟୋରେସନ, ରୋଡ କ୍ଲିୟରାନ୍ସ ଆଣି ରଖାଯାଇଛି । ଯାହାକି ଭୁବନେଶ୍ବର ବାତ୍ୟା ବେଳେ ଯୋଗାଯୋଗ ବିଚ୍ଛିନ୍ନ, ରାସ୍ତା ଉପରେ ଗଛପଡିବା, ବିଦ୍ୟୁତ ତାର ଛିଣ୍ଡିବା, ପାଇପଲାଇନ ବିଚ୍ଛେଦ ଆଦି ନାନା ସମସ୍ୟାର ସମାଧାନରେ ସାହାଯ୍ୟ କରିବ ।

ଏଥି ସହ ବଡ ବଡ କୋଠା ଓ ଟାୱାର ଇଲେକ୍ଟ୍ରିକ ପୋଲ ଉପୁଡିବା ଏବଂ ଘର ଓ ଦୋକାନ ବଜାର ଓ ଗାଡି ଚାପି ହୋଇ ଫସି ରହିବା ଆଦି ବିପଦରୁ ଲୋକଙ୍କୁ ରକ୍ଷା କରିବାକୁ ଅଗ୍ନିଶମ ବିଭାଗକୁ ବହୁ କସରତ କରିବାକୁ ହେବ । ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ପୂର୍ବ ପ୍ରସ୍ତୁତି ଜାରି ରଖିଛି ଟିମ ।

ଏନେଇ ବାଲିଅନ୍ତା, ବାଲିପାଟଣା, ଚନ୍ଦ୍ରଶେଖରପୁର, ସେକ୍ରେଟରିଏଟ, କଳ୍ପନା, ଜଟଣି ଦମକଳ କେନ୍ଦ୍ର ସହ ୩୦୦ ଅଗ୍ନିଶମ କର୍ମଚାରୀ ସଜାଗ ହୋଇ ରହିଛନ୍ତି । ବିଶେଷ କରି ଅଧିକ ବର୍ଷା ହେଲେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥାଏ ତାକୁ ମୁକାବିଲା ନେଇ ମଧ୍ୟ ଡିୱାଟରି ହାଇ ପାୱାର ପମ୍ପସେଟ ସହ ପାୱାର ବୋଟ ଓ ଲାଇଫ ଜ୍ଯାକେଟ ଓ ଲାଇଫ ବୟ ସମସ୍ତ ସାମଗ୍ରୀ ସହ ପ୍ରସ୍ତୁତ ରହିଛନ୍ତି ଭୁବନେଶ୍ବର ଫାୟାର ସର୍ଭିସ ଟିମ । ତେବେ ଏନେଇ ସଜାଗ ରହିଥିବା କହିଛନ୍ତି ଡିରୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
Last Updated : May 1, 2019, 5:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.