ETV Bharat / state

‘ବଦ୍ରୀଙ୍କ ଦମ ଅଧିକ, ମୋର କମ’ - BJD

କାହାର କେତେ ଦମ । ନିରଞ୍ଜନଙ୍କୁ ବଦ୍ରୀଙ୍କ ଖୋଲା ଚ୍ୟାଲେଞ୍ଜ ପରେ ଚର୍ଚ୍ଚା ସରଗରମ । ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ପିସିସି ମୁଖିଆ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 30, 2019, 8:35 PM IST

ଭୁବନେଶ୍ବର: ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ଘସିପୁରା ନିର୍ବାଚନ ମଇଦାନକୁ ନେଇ ଚାଲିଛି ଆକ୍ଷେପ ଓ ପ୍ରତିଆକ୍ଷେପ। ବଦ୍ରୀଙ୍କ ଚ୍ୟାଲେଞ୍ଜକୁ ନିରଞ୍ଜନ ଗ୍ରହଣ କରିଛନ୍ତି ସତ । ହେଲେ ବଲ ଫିଙ୍ଗିଛନ୍ତି ଏଆଇସିସି କୋର୍ଟକୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଶୁକ୍ରବାର ନିରଞ୍ଜନଙ୍କୁ ଚ୍ୟାଲେଞ୍ଜ କରିଥିଲେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । କହିଥିଲେ, ନିରଞ୍ଜନଙ୍କ ଦମ ଥିଲେ ଘସିପୁରାରୁ ନିର୍ବାଚନ ଲଢି ଦେଖାନ୍ତୁ । ଆଉ ଆଜି ଏହାର କଡା ଜବାବ ଦେଇଛନ୍ତି ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ମୋ ଅପେକ୍ଷା ବଦ୍ରୀଙ୍କ ଦମ ଅଧିକ । ହେଲେ ମୁଁ ଚ୍ୟାଲେଞ୍ଜକୁ ଗ୍ରହଣ କରୁଛି । ଯଦି ଏଆଇସିସି ମୋତେ ଘସିପୁରାରୁ ପ୍ରାର୍ଥୀ କରେ, ତେବେ ମୁଁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛି ବୋଲି ନିରଞ୍ଜନ କହିଛନ୍ତି ।

ସୂଚନାଯୋଗ୍ୟ, ଘସିପୁରା ନିର୍ବାଚନ ମଣ୍ଡଳୀରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ହେଉଛନ୍ତି ବଦ୍ରୀ-ନିରଞ୍ଜନ । ନିକଟରେ ଗଣ୍ଡଗୋଳ ଘଟଣାରେ ବଦ୍ରୀଙ୍କ ପୁଅ ଗିରଫ ହେବା ପରେ ତାଙ୍କ ଇସ୍ତଫା ଦାବି କରିଥିଲେ ନିରଞ୍ଜନ । ଆଉ ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ଅଧିକ ଘନେଇଛି । ଏପଟେ ନିରଞ୍ଜନ ଏବେ ଭଣ୍ଡାରିପୋଖରୀ ଆଡେ ମୁହାଁଇଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.