ETV Bharat / state

ରାଜ୍ୟସଭାରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇବେ କି ଅଶ୍ବିନୀ ? ଶୁଣନ୍ତୁ, କ’ଣ କହୁଛନ୍ତି... - bbsr

ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗରେ କ’ଣ ରହିବ ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ଆଭିମୁଖ୍ୟ । ଯେଉଁ ଦଳର ସମର୍ଥନରେ ରାଜ୍ୟସଭା ଯାଇଛନ୍ତି, ସେ ଦଳର ଦାବିକୁ ଶାଣିତ କରିବେ କି ଅଶ୍ବିନୀ ?

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Jun 28, 2019, 7:51 PM IST

ଭୁବନେଶ୍ବର: ଅଶ୍ବିନୀ ବୈଷ୍ଣବ । ନବ ନିର୍ବାଚିତ ରାଜ୍ୟସଭା ସାଂସଦ । ମିଳିଲା ବିଜେଡି ସମର୍ଥନ । ଅମର, ସସ୍ମିତଙ୍କ ସହ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଅଶ୍ବିନୀ । ଆଉ ଏବେ ଅଶ୍ବିନୀଙ୍କ ଆଭିମୁଖ୍ୟ ଉପରେ ସଭିଙ୍କ ନଜର । ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇବେ କି ଅଶ୍ବିନୀ । ଯେଉଁ ପ୍ରସଙ୍ଗ ବିଜେଡି ବାରମ୍ବାର ଉଠାଇ ଆସୁଛି, ସେହି ପ୍ରସଙ୍ଗରେ ଅଶ୍ବିନୀଙ୍କ କ’ଣ ରହିବ ଆଭିମୁଖ୍ୟ ?

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ଆଜି ଅଶ୍ବିନୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ରିଟର୍ଣ୍ଣିଂ ଅଫିସର । ମାନପତ୍ର ମଧ୍ୟ ପ୍ରଦାନ କରିଥିଲେ । ଆଉ ତାପରେ ଅଶ୍ବିନୀଙ୍କୁ ଗଣମାଧ୍ୟମ ଆଗରେ ଏପରି କିଛି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା । ଯଦିଓ ସେ ବିଜେପି ପ୍ରାର୍ଥୀ, କିନ୍ତୁ ବିଜେଡି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି । ତେବେ ବିଜେଡିର ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ନେଇ ଅଶ୍ବିନୀଙ୍କ କ’ଣ ରହିବ ଆଭିମୁଖ୍ୟ ? ସମର୍ଥନ ମିଳିଛି, ଦାବି ମଧ୍ୟ ଶାଣିତ ହେବ ତ ?

ଅଶ୍ବିନୀ ବେଶ ଚତୁରତାର ସହ ଏହାର ଉତ୍ତର ଦେବାକୁ ଚେଷ୍ଟା କରିଛନ୍ତି । ଯେଉଁବି ପ୍ରସଙ୍ଗ ହେଉନା କାହିଁକି, ପ୍ରଥମେ ଆଲୋଚନା ହେବା ଦରକାର । ଗଠନମୂଳକ ଭାବରେ ଏହାକୁ ଉଠାଇବା ଉଚିତ ବୋଲି କହିଥିଲେ ସାଂସଦ ଅଶ୍ବିନୀ ବୈଷ୍ଣବ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.