ETV Bharat / state

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡକାଇଲେ ସର୍ବଦଳୀୟ ବୈଠକ

ଆସନ୍ତା 25 ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

ଫାଇଲ ଫଟୋ
author img

By

Published : Jun 14, 2019, 12:54 PM IST

Updated : Jun 14, 2019, 6:20 PM IST

ଭୁବନେଶ୍ବର: ସଂସଦୀୟ ପରମ୍ପରା ଆପଣାଇଛି ଓଡିଶା ବିଧାନସଭା । ନିର୍ବାଚନ ପରେ ପ୍ରଥମ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଶାନ୍ତି ଶୃଙ୍ଖଳାର ସହ ସମସ୍ତଙ୍କ ସହଯୋଗରେ ଗୃହ ପରିଚାଳନା କରିବାକୁ ପ୍ରଥମ ଥର ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, ଆସନ୍ତା 25ରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ଆସନ୍ତା 24 ତାରିଖ କିମ୍ବା ଏହାର ପୂର୍ବରୁ ବୈଠକ ଡକାଯିବା ନେଇ ଗୁରୁତ୍ବାରୋପ କରାଯାଇଛି । ବାଚସ୍ପତିଙ୍କ ଏପରି ପଦକ୍ଷେପକୁ ବିରୋଧୀ ଦଳ ମଧ୍ୟ ପ୍ରଶଂସା କରିଛନ୍ତି ।

କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାକୁ ସ୍ବାଗତ କରିବା ସହ କହିଛନ୍ତି ଯେ, ‘ପୂର୍ବରୁ ଆମେ ସମାନ ଦାବି କରିଥିଲୁ । ଯାହା ହେଉ ବୈଠକ ହେଲେ ଏକ ଭଲ ପରମ୍ପରା ସୃଷ୍ଟି ହେବ । ଗୃହର ସଠିକ ପରିଚାଳନା ପାଇଁ ଏହା ଜରୁରୀ’ । ସେହିଭଳି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ, ‘ସଂସଦରେ ଏଭଳି ପରମ୍ପରା ରହିଛି । ବିଧାନସଭାରେ ନଥିଲା । ଏହାକୁ ଆମେ ସ୍ବାଗତ କରୁଛୁ’ । ତେବେ ଏଯାଏଁ ସର୍ବଦଳୀୟ ବୈଠକ ଲାଗି ତାଙ୍କ ନିକଟକୁ କୌଣସି ନିମନ୍ତ୍ରଣ ଆସିନଥିବା ସେ ଜଣାଇଛନ୍ତି ।

ଜଣାଇଦେଉଛୁ ଯେ ପଞ୍ଚଦଶ ବିଧାନସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳର ସାମ୍ନା କରିଥିଲେ ସରକାର । ଚିଟଫଣ୍ଡ, ଧାନ ମଣ୍ଡି ସମସ୍ୟା, ସହାୟକ ମୂଲ୍ୟ, ପିପିଲି ଗଣଦୁଷ୍କର୍ମ ଆଦି ମାମଲାରେ ଉଭୟ କଂଗ୍ରେସ ଏବଂ ବିଜେପି ବିଭିନ୍ନ ସମୟରେ ଶାସକ ଦଳକୁ ଘେରିଥିଲେ । ଏପରିକି ଅବସ୍ଥା ଏମିତି ହୋଇଥିଲା ଯେ ଅଧିକାଂଶ ସମୟରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ଏଥର ଆଗୁଆ ଗୃହରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ରକ୍ଷା ଲାଗି ସର୍ବଦଳୀୟ ବୈଠକ ଡକାଯାଉଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:() ଓଡିଶା ବିଧାନସଭା ରେ ଆରମ୍ଭ ହେବ ନୂଆ ପରମ୍ପରା। ପ୍ରଥମ ଥର ପାଇଁ ବାଚସ୍ପତି ଡ଼ାକିଛନ୍ତି ସର୍ବଦଳୀୟ ବୈଠକ। କେନ୍ଦ୍ର ଢାଞ୍ଚାରେ ଏହି ବୈଠକ ଡକାଯାଇଥିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର। ଏହା ହେଲେ ବିଧାନସଭା କିପରି ସୁରୁଖୁରୁରେ ଚାଲିବ, ବିରୋଧୀଙ୍କ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଆସନ୍ତା25ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ବୈଠକ ଡାକଯିବ। 24 କିମ୍ବା ଏହାର ପୂର୍ବରୁ ବୈଠକ ଡାକଯିବା। ଅନ୍ୟପକ୍ଷରେ ବିରୋଧୀ ଏହାକୁ ସ୍ୱାଗତ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହାକୁ ସ୍ୱାଗତ କରି କହିଛନ୍ତି, ପୂର୍ବରୁ ଆମେ ସମାନ ଦାବି କରିଥିଲୁ। ଯାହା ହେଉ ବୈଠକ ହେଲେ ଏକ ଭଲ ପରମ୍ପରା ସୃଷ୍ଟି ହେବ।

Body:ବାଇଟ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି
ବାଇଟ ନରସିଂହ ମିଶ୍ର, କଂଗ୍ରେସ ବିଧାୟକ

Conclusion:
Last Updated : Jun 14, 2019, 6:20 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.