ETV Bharat / state

'ଫନି' କରୁଛି କଲବଲ: ମୋବାଇଲ ନେଟୱର୍କ ବି ଅଚଳ - bhubaneswar

ଫନି ଧ୍ବଂସ ଲୀଳା ପରେ ଅକାମୀ ହୋଇଛି ମୋବାଇଲ ନେଟୱାର୍କ । ଯେମିତି ବିଜୁଳି, ପାଣି ପାଇଁ ଲୋକେ କଲବଲ ହେଉଛନ୍ତି, ସେମତି ନେଟୱାର୍କ ସମସ୍ୟା ବି ଲୋକଙ୍କୁ ହଇରାଣ କରୁଛି । ବାତ୍ୟା ଫନି ପ୍ରଭାବରେ ରାଜଧାନୀରେ ମୋବାଇଲ ନେଟୱାର୍କ ସେବା ବିଶେଷ ଭାବେ ପ୍ରଭାବିତ ହୋଇଛି ।  କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟଆଡ଼େ ମୋବାଇଲରେ ନେଟୱାର୍କ ଅକାମୀ ହୋଇ ପଡିଛି, ଯେଉଁଥିପାଇଁ ଲୋକସମ୍ପର୍କରେ ବ୍ୟାହତ ସୃଷ୍ଟି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 6, 2019, 2:12 PM IST

Updated : May 10, 2019, 5:05 AM IST

ଭୁବନେଶ୍ବର: ଫନି ଧ୍ବଂସ ଲୀଳା ପରେ ଅକାମୀ ମୋବାଇଳ ନେଟୱାର୍କ । ଯେମିତି ବିଜୁଳି, ପାଣି ପାଇଁ କଲବଲ ହୋଉଛନ୍ତି ଲୋକେ ସେମତି ନେଟୱାର୍କ ସମସ୍ୟା ବି ଲୋକଙ୍କୁ ହଇରାଣ କରୁଛି । ବାତ୍ୟା ଫନି ପ୍ରଭାବରେ ରାଜଧାନୀରେ ମୋବାଇଲ ନେଟୱାର୍କ ସେବା ବିଶେଷ ଭାବେ ପ୍ରଭାବିତ ହୋଇଛି । ଆଉ ସେଥିପାଇଁ ବିଶେଷକରି ନିଜ ପରିବାର, ବନ୍ଧୁପରିଜନବର୍ଗଙ୍କ ସହ ସମ୍ପର୍କ କରିବାରେ ବ୍ୟାହତ ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫନି ପ୍ରଳୟ ପରେ ବିଭିନ୍ନ ଜିଲ୍ଲା କ୍ଷତିଗ୍ରସ୍ତ ହେବା ସହ ରାଜଧାନୀ ବିବର୍ଣ୍ଣ ହୋଇ ଯାଇଛି । ବିଦ୍ୟୁତ ଯୋଗାଣ, ପାନୀୟ ଜଳ ,ଇଣ୍ଟରନେଟ ସେବା ,ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି । ନେଟୱାର୍କ ଆସୁନି । ଯେବେ ଆସୁଛି କଲ୍ କରିବା ସମୟରେ କଟି ଯାଉଛି । କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟଆଡ଼େ ମୋବାଇଲରେ ନେଟୱାର୍କ ଅକାମୀ ହୋଇ ପଡିଛି । ବିଭିନ୍ନ ସ୍ଥାନରେ ମୋବାଇଲ ଟାଓ୍ଵାର ଭାଙ୍ଗି ଯାଇଥିବାରୁ ଫୋନ ଯୋଗେ ଯୋଗାଯୋଗ ବିଛିନ୍ନ ହୋଇଛି । ୪ଦିନ ଧରି ଏଭଳି ସ୍ଥିତି ଜାରି ରହିଥିବା ବେଳେ ଏ ସମ୍ପର୍କରେ ପ୍ରଶାସନ ମୁହଁ ଖୋଲୁନାହିଁ ।

ସେବା ଯୋଗାଣକାରୀ ସଂସ୍ଥା ଅନ୍ୟ କେତେକ ସଂସ୍ଥା ସହଭାଗୀତାରେ କେତେକ ଟାଓ୍ଵାରକୁ ଚଲାଇବାରେ କରିବାକୁ ସଫଳ ହୋଇଛନ୍ତି । ଏହା ଫଳରେ ରାଜଧାନୀର କେତକ ନିର୍ଦ୍ଦିଷ୍ଟ ସ୍ଥାନରେ ମୋବାଇଲ ନେଟୱାର୍କ ଲୋ-ଫ୍ରିକ୍ୟୁନ୍ସି ସେବା ଉପଲବ୍ଧ ହେଉଛି । ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ସେବା ଉପଲବ୍ଧ ହେଉଛି, ଉକ୍ତ ସ୍ଥାନ ଗୁଡିକରେ ମୋବାଇଲ ବ୍ୟବହାରକାରୀଙ୍କ ଭିଡ ଦେଖିବାକୁ ମିଳିଛି । ସେହି ସବୁ ସ୍ଥାନ ମାନଙ୍କରେ ଘଣ୍ଟାଘଣ୍ଟା ଧରି କଲ କରିବା ପରେ ଯୋଗାଯୋଗ ସମ୍ଭବ ହୋଇପାରୁଛି । ରାଜଧାନୀର ରସୁଲଗଡ ଓଭର ବ୍ରିଜ୍ ଓ ସତ୍ୟ ନଗର ଓଭର ବ୍ରିଜ୍ ,ସଚିବାଳୟ ଏଭଳି କିଛି ସ୍ଥାନରେ ମୋବାଇଲ ନେଟୱର୍କ ଆସୁଥିବା ଜଣାଯାଉଛି ।

ତେବେ କେବେ ରାଜଧାନୀରେ ନେଟୱାର୍କ ବ୍ୟବସ୍ଥାରେ ସୁଧାର ଆସିବ, ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହି ସମସ୍ୟା ସମାନ୍ତରାଳ ଭାବରେ ଅନ୍ୟ ସମସ୍ୟା ଭଳି ଫନି ପରେ ରାଜଧାନୀବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ।

ତପନ କୁମାର ଦାସ, ଇଟିଭି ଭାରତ

Intro:Body:

dffgd

Conclusion:
Last Updated : May 10, 2019, 5:05 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.