ETV Bharat / state

ଯୁବପିଢିଙ୍କ ପାଇଁ ଉଦାହରଣ ଆଦିତ୍ୟ - people for seva

ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ଭୁଲିଯାଉଛୁ ମାତାପିତାଙ୍କ ପ୍ରତିଥିବା ନିଜର ଦାୟିତ୍ବ । ଆମେ ଏପରି ଏକ ଜରାଶ୍ରମ କଥା କହିବୁ ଯାହା କୌଣସି ଅନୁଷ୍ଠାନ କିମ୍ବା ଏନଜିଓ ଦ୍ବାରା ନୁହେଁ, ବରଂ ସ୍ମାର୍ଟ ସିଟିର କିଛି ଯୁବକଙ୍କ ଦ୍ବାରା ଆରମ୍ଭ ହୋଇଛି । ଯାହାର ନାଁ ପିପୁଲ ଫର ସେବା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Feb 28, 2019, 1:27 PM IST

ଭୁବନେଶ୍ବର : ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ଭୁଲିଯାଉଛୁ ମାତାପିତାଙ୍କ ପ୍ରତିଥିବା ନିଜର ଦାୟିତ୍ବ । ସେମାନଙ୍କ ବୃଦ୍ଧାବସ୍ଥାରେ ପର କରି ପଠାଇ ଦେଉଛୁ ଜରାଶ୍ରମ । ବିଭିନ୍ନ ଅନୁଷ୍ଠାନ ଓ ଏନଜିଓ ଦ୍ବାରା ଏହି ଜରାଶ୍ରମ ପରିଚାଳିତ ହୁଏ । କିନ୍ତୁ ଆମେ ଏପରି ଏକ ଜରାଶ୍ରମ କଥା କହିବୁ ଯାହା କୌଣସି ଅନୁଷ୍ଠାନ କିମ୍ବା ଏନଜିଓ ଦ୍ବାରା ନୁହେଁ, ବରଂ ସ୍ମାର୍ଟ ସିଟିର କିଛି ଯୁବକଙ୍କ ଦ୍ବାରା ଆରମ୍ଭ ହୋଇଛି । ଯାହାର ନାଁ ପିପୁଲ ଫର ସେବା । ବୌଦ୍ଧର ଆଦିତ୍ୟ ଦାସ ନାମକ ଜଣେ ଯୁବକ ଆରମ୍ଭ କରିଥିଲେ ଏହି ଜରାଶ୍ରମ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସମାଜ ସେବା କରିବାର ଇଚ୍ଛା ଆଦିତ୍ୟଙ୍କୁ ଆଜି ନିଜ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇଛି । 2016ରେ ନିଜ ଇଛାରେ ସେ ତିଆରି କରିଥିଲେ ଏହି ଜରାଶ୍ରମ । ଆଉ ବର୍ତ୍ତମାନ ତାଙ୍କ ସହ ଏହି ଆଶ୍ରମରେ ଯୋଡି ହୋଇଛନ୍ତି 20ରୁ ଊର୍ଦ୍ଧ୍ବ କଲେଜ ପଢୁଆ ଯୁବକଯୁବତୀ । ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ଏମାନେ ଜରାଶ୍ରମରେ ବିତାଇଥାନ୍ତି । ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଖୁସି କରିବା ପାଇଁ କରିଥାନ୍ତି ମନୋରଞ୍ଜନ ।

ସତରେ ଆଜିକାର ଆଧୁନିକତା ଭିତରେ ଯେତେବେଳେ ମଣିଷ ମଣିଷକୁ ଭୁଲି ଯାଉଛି, ସେତେବେଳେ ଏହି ଯୁବପିଢ଼ି ସମାଜ ପାଇଁ ମାର୍ଗଦର୍ଶକ କହିଲେ କିଛି କମ ହେବ ନାହିଁ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.